ଟିମ୍ ଇଣ୍ଡିଆ ଓ ଆଇପିଏଲ୍ ଫ୍ରାଞ୍ଚାଇଜ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି (Virat Kohli) ଏକ ବଡ଼ ସ୍ଥାନ ହାସଲ କରିଛନ୍ତି । ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ କୋହଲି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସବୁ ଠାରୁ ଅଧିକ ଫଲୋଅର୍ସ ଥିବା ପ୍ରଥମ ଭାରତୀୟ ହୋଇଛନ୍ତି ।
ଇନଷ୍ଟାଗ୍ରାମରେ କୋହଲିଙ୍କର ୭୦ ମିଲିୟନରୁ ଅଧିକ ଅନୁସରଣକାରୀ ଅଛନ୍ତି । ସେ ଇନଷ୍ଟାଗ୍ରାମରେ ସର୍ବାଧିକ ଫଲୋ ପେଙଉଥିବା ଶୀର୍ଷ ୧୦ ଜଣ ଭାରତୀୟ ସେଲିବ୍ରିଟିଙ୍କ ମଧ୍ୟରେ ଏକ ମାତ୍ର ଖେଳାଳି ।
ଏହି ତାଲିକାରେ ପ୍ରିୟଙ୍କା ଚୋପ୍ରା ୫୫.୪ ନିୟୁତ ଅନୁସରଣକାରୀଙ୍କ ସହ କୋହଲିଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।
ଏକ ରିପୋର୍ଟ ଅନୁଯାୟୀ ଲକଡାଉନ ସମୟରେ ଇନଷ୍ଟାଗ୍ରାମ ପୋଷ୍ଟରୁ ସବୁ ଠାରୁ ଅଧିକ ରୋଜଗାର କରିଥିବା ଶ୍ରେଷ୍ଠ ୧୦ ଜଣ ଖେଳାଳିଙ୍କ ମଧ୍ୟରେ ବିରାଟ କୋହଲି ଏକ ମାତ୍ର କ୍ରିକେଟର୍ ।