ବଲିଉଡ ଅଭିନେତ୍ରୀ ତବୁ (Tabu) ନିଜ ଅଭିନୟ ପ୍ରତିଭା ଯୋଗୁଁ ଖୁବ୍ ପ୍ରସିଦ୍ଧ ହୋଇଛନ୍ତି ଓ ଖୁବ୍ ଅର୍ଥ ରୋଜଗାର କରିଛନ୍ତି, ହେଲେ ସେ ଏବେ ବି ଅବିବାହିତା ଅଛନ୍ତି । କ’ଣ କାରଣ ଥାଇପାରେ ଯେ ସେ ଏ ପର୍ଯ୍ୟନ୍ତ ସିଙ୍ଗଲ୍ ଅଛନ୍ତି?
ତବୁ କ’ଣ ନିଜ ମନ ପସନ୍ଦ ଜୀବନ ସାଥୀ ପାଇଲେ ନାହିଁ? ଏହି ପ୍ରଶ୍ନ ତାଙ୍କ ପ୍ରଶଂସକ ଓ ଦର୍ଶକଙ୍କ ମନକୁ ବାରମ୍ବାର ଆସେ ।
କିନ୍ତୁ ତବୁ ବିବାହ ନ କରିବାର କାରଣ ନିଜେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଅଜୟ ଦେବଗନ୍ ହିଁ ତାଙ୍କ ଅବିବାହିତା ରହିବାର କାରଣ ।
ଏକ ସାକ୍ଷାତକାରରେ ତବୁ କହିଥିଲେ, ‘‘ମୁଁ ଅଜୟ ଦେବଗନଙ୍କୁ ୨୫ ବର୍ଷ ଧରି ଜାଣେ । ଅଜୟ ମୋ’ ସମ୍ପର୍କୀୟ ଭାଇ ସମୀର ଆର୍ଯ୍ୟଙ୍କ ପଡ଼ୋଶୀ ଓ ଘନିଷ୍ଠ ବନ୍ଧୁ ଥିଲେ । ମୁଁ ଛୋଟ ଥିବା ବେଳେ ଏହି ଦୁଇ ଜଣ ମୋ’ ଉପରେ କଡ଼ା ନଜର ରଖୁଥିଲେ ।’’
‘‘କେବେ କୌଣସି ପୁଅ ପିଲାକୁ ମୋ’ ସହ କଥାବାର୍ତ୍ତା କରୁଥିବାର ଦେଖିଲେ ସେ ଦୁହେଁ (ଅଜୟ ଦେବଗନ ଓ ସମୀର ଆର୍ଯ୍ୟ) ତାକୁ ମାଡ଼ ମାରୁଥିଲେ । ଉଭୟ ଅଜୟ ଓ ସମୀର ବହୁତ ବଡ଼ ଗୁଣ୍ଡା ଥିଲେ,’’ କହିଥିଲେ ତବୁ ।
ତବୁ ଫିଲ୍ମ ପୃଷ୍ଠଭୂମିରୁ ଆସିଛନ୍ତି । ସେ ପ୍ରଥମରୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବା ଉପରେ ନିଶ୍ଚିତ ଥିଲେ ।
ତବୁ ଜଣେ ଶିଶୁ କଳାକାର ଭାବରେ ସିନେମା ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ । ସେ 'ହମ୍ ନୌଜୱାନ୍' ଓ 'ବାଜାର' ସମେତ ଅନେକ ଚଳଚ୍ଚିତ୍ରରେ ଶିଶୁ କଳାକାର ଭୂମିକାରେ ଅଭିନୟ କରିଛନ୍ତି ।
୧୯୮୦ ମସିହାରୁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରିଆସୁଥିବା ତବୁ ବିଭିନ୍ନ ପ୍ରକାରର ଚରିତ୍ରରେ ଅଭିନୟ କରିଛନ୍ତି ଓ ଖୁବ୍ ଲୋକପ୍ରିୟ ହୋଇଛନ୍ତି । (ଫଟୋ: ୧୯୯୬ର ‘ମାଚିସ’ରେ ତବୁ)
ସଲମାନ୍ ଖାନଙ୍କ ସହ ନିଜ ପ୍ରେମ ସମ୍ପର୍କକୁ ନେଇ ଏକଦା ତବୁ ଚର୍ଚ୍ଚାରେ ଥିଲେ । ହେଲେ ସେହି ସମ୍ପର୍କର ସତ୍ୟତା ଜଣାପଡ଼ି ନ ଥିଲା ଓ ତାହା ଆଗକୁ ବି ଯାଇ ପାରି ନ ଥିଲା । (ଫଟୋ: ୧୯୯୭ର ଫିଲ୍ମ ‘ବିରାସତ’ରେ ତବୁ)