Shahid Kapoor Birthday: ଆଜି ବଲିଉଡର କ୍ୟୁଟ୍ ଓ ଚାର୍ମିଙ୍ଗ ଆକ୍ଟର ଶାହିଦ୍ କପୁରଙ୍କ ଜନ୍ମଦିନ (Shahid Kapoor Birthday) । ଶାହିଦ୍ କପୁର ଜଣେ ମହାନ ଡ୍ୟାନ୍ସର ତଥା ଜଣେ ଚମତ୍କାର ଅଭିନେତା । ଶାହିଦ୍ କପୁର ପୂର୍ବରୁ ନିଜର ଚକୋଲେଟ୍ ବଏ ଇମେଜ ପାଇଁ ପ୍ରସିଦ୍ଧ ଥିଲେ । ଏବେ ସେ ନିଜ ମସଲ୍ସ ଓ ଫିଜିକାଲ ଫିଟନେସ୍ ପାଇଁ ମଧ୍ୟ ଶୀର୍ଷରେ ଅଛନ୍ତି । ଫିଲ୍ମ 'କବୀର ସିଂ'ରେ ଶାହିଦ୍ କପୁରଙ୍କ ମାଚୋ ଲୁକକୁ ବହୁତ ପସନ୍ଦ କରାଯାଇଥିଲା । (କ୍ରେଡିଟ୍: ଇନଷ୍ଟାଗ୍ରାମ / ଶାହିଦକପୁର)
ଆଜି ଶାହିଦ୍ କପୁର ନିଜର ୪୦ ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବୟସରେ ମଧ୍ୟ ଶାହିଦ୍ କପୁର ବହୁତ ସାନ ଓ ଫିଟ୍ ଦେଖାଯାଉଛନ୍ତି । ଜାଣନ୍ତୁ ଗଣମାଧ୍ୟମ ରିପୋର୍ଟରୁ ଚାର୍ମିଙ୍ଗ ଆକ୍ଟର ସହିଦ କପୁରଙ୍କ ଫିଟନେସ୍ ରହସ୍ୟ ...
ଶାହିଦ୍ କପୁର ଜଣେ ଶାକାହାରୀ:<br />ଶାହିଦ୍ କପୁର ଜଣେ ଶାକାହାରୀ । ଶାହିଦ୍ କପୁର ସବୁଜ ପନିପରିବା ଡାଏଟ୍ ସହିତ ନିଜର ମସଲ୍ସ ତିଆରି କରିଛନ୍ତି । ପ୍ରୋଟିନ୍ ପାଇଁ ଶାହିଦ୍ ବାଦାମ, ସିଡ୍ସ, ଲେମ୍ବୁ ଓ ପତ୍ରଯୁକ୍ତ ପନିପରିବା ଖାଆନ୍ତି । (କ୍ରେଡିଟ୍: ଇନଷ୍ଟାଗ୍ରାମ / ଶାହିଦକପୁର)
ବଦଳାଇ ଚାଲିଥାନ୍ତି ୱାର୍କଆଉଟ ପ୍ଲାନ<br />ଶାହିଦ୍ ସବୁବେଳେ ସମାନ ୱାର୍କଆଉଟ ଅନୁସରଣ କରନ୍ତି ନାହିଁ । ଶାହିଦ୍ କପୁର ମଧ୍ୟ ନିଜର ୱାର୍କଆଉଟ୍ ଷ୍ଟାଇଲ ପରୀକ୍ଷଣ ଜାରି ରଖିଛନ୍ତି । ପ୍ଲାକ୍, ପୁସ୍-ଅପ୍, ଡେଡ୍-ଲିଫ୍ଟ, କାର୍ଡିଓ ଓ ୱେଟ ଟ୍ରେନିଂ ପର୍ଯ୍ୟନ୍ତ ଶାହିଦ୍ ସପ୍ତାହରେ ୬ ଦିନ ୱାର୍କଆଉଟ୍ କରନ୍ତି । ସେ ପ୍ରତିଦିନ ୨ ଘଣ୍ଟା ୱାର୍କଆଉଟ୍ କରନ୍ତି । ଏହା ବ୍ୟତୀତ ସେ ବୋର୍ପିସ୍ ପରି ବଡିୱେଟ ୱାର୍କଆଉଟ କରିବାକୁ ମଧ୍ୟ ଚେଷ୍ଟା କରନ୍ତି । (କ୍ରେଡିଟ୍: ଇନଷ୍ଟାଗ୍ରାମ / ଶାହିଦକପୁର)
ଡ୍ୟାନ୍ସରେ ଲୁଚି ରହିଛି ସିକ୍ରେଟ୍:<br />ଅଭିନେତା ଶାହିଦ୍ କପୁରଙ୍କ ଚମତ୍କାର ଡ୍ୟାନ୍ସର ହେବାର କାହାଣୀ ଯକୌଣସି ଯୁବକଙ୍କ ପାଇଁ ପ୍ରେରଣାଦାୟକ ହୋଇପାରେ । ଫିଲ୍ମ ଜଗତକୁ ଆସିବା ପୂର୍ବରୁ ଶାହିଦ୍ ଏକ ବିଜ୍ଞାପନ ଫିଲ୍ମ ଓ ବ୍ରେକ୍ ଡ୍ୟାନ୍ସର ଭାବରେ କାର୍ଯ୍ୟ କରିଛନ୍ତି । (ଇନଷ୍ଟାଗ୍ରାମ / ଶାହିଦକପୁର)