ବଲିଉଡର ମୁନ୍ନା ଭାଇ ସଞ୍ଜୟ ଦତ୍ତ (Sanjay Dutt) ଫୁସଫୁସ କର୍କଟକୁ (Lung Cancer) ପରାସ୍ତ କରି ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି । ଏହି ଭୟଙ୍କର ରୋଗକୁ ପରାସ୍ତ କରିବା ପରେ ସଞ୍ଜୁ ବାବାଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମିଳିଛି ।
ସଞ୍ଜୟ ଦତ୍ତଙ୍କ ଏହି ଲୁକକୁ ପ୍ରଶଂସକମାନେ ପସନ୍ଦ କରୁଛନ୍ତି । ସେ ନିଜ କେଶ ଶୈଳୀରେ ବଡ଼ ପରିବର୍ତ୍ତନ କରିଛନ୍ତି । ଏହି ଫଟୋଗୁଡ଼ିକ ଉପରେ ମନ୍ତବ୍ୟ ଦେଇ ତାଙ୍କ ଫ୍ୟାନମାନେ ଏହାକୁ ଖୁବ୍ ପ୍ରଶଂସା କରୁଛନ୍ତି ।
ସ଼ଞ୍ଜୁ ବାବା ନିଜ କେଶର ରଙ୍ଗ 'ପ୍ଲାଟିନମ୍ ବ୍ଲୋଣ୍ଡ' (Platinum Blonde) କରାଇନେଇଛନ୍ତି । କେଶର ରଙ୍ଗ ବଦଳାଇବା ପର ଠାରୁ ସଞ୍ଜୟ ବହୁତ ଗର୍ଜିୟସ୍ ଦେଖାଯାଉଛନ୍ତି ।
ସଞ୍ଜୟ ଦତ୍ତଙ୍କ ଏହି ନୂଆ ଲୁକ୍ ତାଙ୍କ ହେୟାର ଷ୍ଟାଇଲିଷ୍ଟ ଆଲିମ୍ ହାକିମ୍ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଆଲିମ୍ ଇନଷ୍ଟାଗ୍ରାମରେ ସଞ୍ଜୟ ଦତ୍ତଙ୍କ ଅନେକ ଫଟୋ ସେୟାର କରିଛନ୍ତି ।
ସଞ୍ଜୁ ବାବାଙ୍କ ଦାଢ଼ି ବି ଧଳା ଦେଖାଯାଉଛି । ସଞ୍ଜୟ ଦତ୍ତ ଏକ ନୀଳ ଟି-ସାର୍ଟ ପିନ୍ଧି ଓ ଆଖିରେ କଳା ଚଷମା ଲଗାଇ ଏହି ନୂଆ ଲୁକରେ ଖୁବ୍ ଆତ୍ମବିଶ୍ୱାସୀ ଓ କୁଲ୍ ଦେଖାଯାଉଛନ୍ତି ।