ନୂଆ ଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଟିସ୍କା ଚୋପ୍ରା (Tisca Chopra) ଆଜି ତାଙ୍କର ୪୭ ତମ ଜନ୍ମଦିନ ପାଳନ କରୁଛନ୍ତି । ଦିଲ୍ ତୋ ବଚା ହେ ଜି, ରହସ୍ୟମହୀ ଅଙ୍କୁର ଆରୋଡ଼ା, ମର୍ଡର କେସ୍ ଓ ତାରେ ଜାମିନ୍ ପାର୍ ଭଳି ଅନେକ ବଲିଉଡ ଫିଲ୍ମରେ ଅଭିନୟ କରିଥିବା ଟିସ୍କା ଚୋପ୍ରା ୧ ନଭେମ୍ବର ୧୯୭୩ ମସିହା ରେ ହିମାଚଳ ପ୍ରଦେଶର କୌଶଲିରେ ଜନ୍ମଗ୍ରହଣ କରିଥିଲେ । ୪୭ ବର୍ଷ ବୟସରେ ମଧ୍ୟ ସେ ଏତେ ସୁନ୍ଦର ଦେଖାଯାଉଛନ୍ତି ଯେ ସମସ୍ତେ ତାଙ୍କ ସୌନ୍ଦର୍ଯ୍ୟ ପଛର ରହସ୍ୟ ଜାଣିବାକୁ ଚାହାଁନ୍ତି । ଜାଣନ୍ତୁ କ’ଣ ଅଛି ଏହା ପଛରେ ରହସ୍ୟ । (ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ @tiscaofficial)
ମିଡିଆ ରିପୋର୍ଟ ଅନୁଯାୟୀ ଟିସ୍କା ବିଶ୍ୱାସ କରନ୍ତି ଯେ ଚେହେରାକୁ ସୁନ୍ଦର କରିବାରେ ଆଖିର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ସେ ଆଇବ୍ରୋଜ ଓ ଅଇଲେସର ଯତ୍ନ ନିଅନ୍ତି । ସବୁଦିନ ଶୋଇବା ପୂର୍ବରୁ ସେ ଆଖିରେ କାଷ୍ଟର ତେଲ ଲଗାନ୍ତି । ଏହା କରିବା ଦ୍ୱାରା ତାଙ୍କର ଅଭିବୃଦ୍ଧି ହ୍ରାସ ହୁଏ ନାହିଁ । (ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ @tiscaofficial)
ଟିସ୍କା ଅଧିକରୁ ଅଧିକ ପାଣି ପିଅନ୍ତି, ଯାହା ତାଙ୍କ ଚେହେରାକୁ ଚମକାଇଥାଏ । (ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ @tiscaofficial)<br />
ସେ ମଧ୍ୟ ନିଜ ସ୍କିନର ଯତ୍ନ ନିଅନ୍ତି । ଟିସ୍କା ମେକଅପ୍ ସହିତ କେବେବି ଶୋଇ ନଥାନ୍ତି । ଶୋଇବା ପୂର୍ବରୁ ସେ ନିଶ୍ଚିତ ଭାବରେ ନିଜ ମେକଅପ୍ ସଫା କରନ୍ତି । (ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ @tiscaofficial)
ସେ ସବୁବେଳେ ଲିପ୍ ବାମ, ମାସ୍କାରା ଓ ସନବ୍ଲକ ଭଳି ପ୍ରଡକ୍ଟ ବ୍ୟବହାର କରନ୍ତି । (ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ @tiscaofficial)<br />
ଟିସ୍କା ପ୍ରତିଦିନ ସକାଳେ ଦୁଇ ଗ୍ଲାସ୍ ଉଷୁମ ପାଣି ପିଅନ୍ତି । ତାଙ୍କ କହିବାନୁସାରେ ଯେତେବେଳେ ବି ସେ ସକାଳେ କୌଣସି ଫଳ ଖାଇଥାନ୍ତି ସେ ତାର ଚୋପାକୁ ନିଜ ମୁହଁରେ ଲଗାଇ ଦେଇଥାନ୍ତି । (ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ @tiscaofficial)
ଏହା ସହିତ ଟିସ୍କା ଯୋଗ ମଧ୍ୟ କରନ୍ତି । ଅନେକ ଥର ତାଙ୍କର ଯୋଗ କରୁଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । (ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ @tiscaofficial)
ବୋଧହୁଏ ଯୋଗ ମଧ୍ୟ ଏକ କାରଣ ଯାହାକି ଟିସ୍କାର ସୌନ୍ଦର୍ଯ୍ୟକୁ ବଜାୟ ରଖିଥାଏ ଓ ଏହି କାରଣରୁ ତାଙ୍କ ବୟସ ମଧ୍ୟ ଜଣା ପଡିନାହିଁ । (ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ @tiscaofficial)
ସୋସିଆଲ୍ ନେଟୱାର୍କିଂ ସାଇଟ୍ ଇନଷ୍ଟାଗ୍ରାମରେ ମଧ୍ୟ ଟିସ୍କା ବହୁତ ସକ୍ରିୟ ଓ ଏଠାରେ ତାଙ୍କର ଫଟୋ ସେୟାର କରିଥାନ୍ତି । (ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ @tiscaofficial)