ନିକଟରେ ବଲିଉଡ ଗାୟିକା ନେହା କକ୍କଡ଼ (Neha Kakkar) ନିଜ ପ୍ରେମିକ ରୋହନପ୍ରୀତ ସିଂଙ୍କ (Rohanpreet Singh) ସହ ବିବାହ ବନ୍ଧନରେ ବନ୍ଧା ହୋଇଛନ୍ତି । ଆଜିକାଲି ଉଭୟଙ୍କ ବିବାହର ଫଟୋ ଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ବିବାହ ମଣ୍ଡପରେ ସେ ଏକ ଛୋଟ ଶିଶୁକୁ କୋଳରେ ଧରିଥିବା ଦେଖାଯାଇଛନ୍ତି ।
ନେହା କକ୍କଡ଼ଙ୍କ ବିବାହ ସୋସିଆଲ ମିଡ଼ିଆରେ ଆଲୋଡ଼ନ ସୃଷ୍ଟି କରିଥିଲା । ହିନ୍ଦୀରେ ଏକ କଥା ଅଛି, ‘ଚଟ୍ ମଙ୍ଗନୀ, ପଟ୍ ବ୍ୟାହ’ । ଅର୍ଥାତ୍ ଫଟାଫଟ୍ ନିର୍ବନ୍ଧ ଓ ଫଟାଫଟ୍ ବିବାହ । ମାନେ ସବୁ କିଛି ଆଖି ପିଛୁଳାକେ! ନେହା କକ୍କଡ଼ ବି ସେମିତି ଢଙ୍ଗରେ ବିବାହ କରିଥିଲେ ।
ବିବାହ ପରେ ଏହି ଦମ୍ପତିଙ୍କ ଖୁସି ଦେଖି ଜାଣି ହେଉଛି ଯେ ଉଭୟଙ୍କର ବନ୍ଧନ ଭଲ ଅଛି । ନେହା କକ୍କଡ଼ ସମସ୍ତଙ୍କ ସାମ୍ନାରେ ରୋହନପ୍ରୀତଙ୍କୁ ପ୍ରପୋଜ୍ କରିଥିଲେ । ଗୋଟିଏ ଫଟୋ ସୋସିଆଲ ମିଡ଼ିଆରେ ତହଲକା ମଚାଇଥିଲା । ଏଥିରେ ନେହା ରୋହନପ୍ରୀତଙ୍କୁ କିସ୍ କରୁଥିବା ଦେଖାଯାଇଛନ୍ତି ।
ନେହା କକ୍କଡ଼ (Neha Kakkar) ଓ ରୋହନପ୍ରୀତ ସିଂଙ୍କ ବିବାହ ଭୋଜି ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲରେ ଆୟୋଜିତ ହୋଇଥିଲା । ହଳଦୀ ଉତ୍ସବ ଠାରୁ ମେହେନ୍ଦି ପର୍ଯ୍ୟନ୍ତ, ସଙ୍ଗୀତ ଠାରୁ ଜୟମାଳା ପର୍ଯ୍ୟନ୍ତ, ବିବାହ ରୀତିନୀତି ଓ ପରେ ବିଦାୟ… ଏହି ବିବାହର ସବୁ ରୀତିନୀତିର ଆକର୍ଷଣୀୟ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବ୍ୟାପି ଯାଇଛି ।
ନେହା ଓ ରୋହନପ୍ରୀତ ଦୁହେଁ ସଂଗୀତଜ୍ଞ । ତେଣୁ ଦୁହେଁ ବିବାହ ହଲରେ, କେବେ ବିବାହ ଉତ୍ସବରେ ତ ପୁଣି କେବେ ରିଙ୍ଗ ସେରିମନୀରେ ଓ ରିସେପ୍ସନରେ, ଆଉ ପାର୍ଟିରେ ବି ସଙ୍ଗୀତ ପରିବେଷଣ କରିଥିଲେ । ଦୁହେଁ ଏକାଠି ଗୀତ ଗାଉଥିଲେ।
ନେହା ଓ ରୋହନପ୍ରୀତଙ୍କ ବିବାହର ଅନେକ ଭାଇରାଲ୍ ଫଟୋ ମଧ୍ୟରୁ ଗୋଟିଏରେ ଉଭୟଙ୍କୁ ଅତି ନିକଟରୁ ଦେଖିବାକୁ ମିଳିଛି । ଏହି ଦୁଇଟି ଫଟୋରେ ଦୁହିଁଙ୍କର ପରସ୍ପର ପ୍ରତି ଖୁବ୍ ପ୍ରେମ ଥିବା ଦେଖାଯାଇଛି ।