CHANGE LANGUAGE
ତୁର୍କୀରେ ଆସିଥିବା ଭୂମିକମ୍ପରେ ଘଟିଥିବା ବିନାଶଲୀଳୀରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ତିନି ବର୍ଷର ଗୋଟିଏ କୁନି ଝିଅକୁ ୬୫ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ଜୀବନ୍ତ ବାହାରକୁ ଅଣାଯାଇଛି ।
ତୁର୍କୀର ଅଗ୍ନିଶମ ବିଭାଗ କର୍ମଚାରୀ ମୁଅମ୍ମର୍ ସେଲିକ୍ ଏହି ଝିଅଟିକୁ ସୁରକ୍ଷିତ ଭାବେ ବାହାରକୁ କାଢ଼ିଥିଲେ । ପରେ ସେଲିକ୍ ଗଣମାଧ୍ୟମକୁ କହିଥିଲେ, ‘‘ମୁଁ ଆଜି ଏକ ଚମତ୍କାର ଦେଖିଛି । ଏହା କେବଳ ଭଗବାନଙ୍କ କୃପା ଦ୍ୱାରା ସମ୍ଭବ ହୋଇପାରେ ।’’
ସେଲିକ୍ କହିଛନ୍ତି ଯେ ଯେତେବେଳେ ସେ ଏହି କୁନି ଝିଅଟିକୁ ଭାଙ୍ଗାରୁଜା ଘର ଭିତରେ ପଡ଼ିଥିବାର ଦେଖିଲେ ସେ ଝିଅଟି ବୋଧହୁଏ ଶୋଇଥିଲା । ‘‘ମୁଁ ଅନୁମାନ କଲି ଯେ ସେ ବୋଧହୁଏ ମରିଯାଇଛି । ମୋ’ ସାଥୀକୁ ତା’ ପାଇଁ ଏକ ଦେହ ବ୍ୟାଗ୍ ମାଗିଥିଲି । ହେଲେ ମୁଁ ଓଦା ରୁମାଲରେ ତା’ ମୁହଁ ପୋଛିଦେବା ମାତ୍ରେ ସେ ଆଖି ଖୋଲିଲା । ସେ ମୋ’ ଆଙ୍ଗୁଳିକୁ ଜୋରରେ ଧରିଲା । ଆଜି ପର୍ଯ୍ୟନ୍ତ ମୁଁ ଏପରି ଚମତ୍କାର ଦେଖି ନ ଥିଲି ।’’