ନୂଆ ଦିଲ୍ଲୀ: ସାଉଥରୁ ନେଇ ବଲିଉଡ ପର୍ଯ୍ୟନ୍ତ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ କାଜଲ ଅଗ୍ରୱାଲ ନିକଟରେ ତାଙ୍କ ପ୍ରେମିକ ଗୌତମ କିଚଲୁଙ୍କୁ ବିବାହ କରିଥିଲେ ଓ ଏହା ପରେ ସେ ହନିମୁନ୍ କରିବାକୁ ମଧ୍ୟ ବାହାରି ଯାଇଛନ୍ତି । କାଜଲଙ୍କ ହନିମୁନ୍ର କିଛି ଫଟୋ ଏହି ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।(ଫଟୋ ସୌଜନ୍ୟ: Instagram @kajalaggarwalofficial)
କହି ରଖୁଛୁ ଯେ କାଜଲ ନିଜ ସ୍ୱାମୀଙ୍କ ସହ ମାଲଦ୍ୱୀପକୁ ହନିମୁନ୍ ପାଇଁ ଯାଇଛନ୍ତି । (ଫଟୋ ସୌଜନ୍ୟ: Instagram @kajalaggarwalofficial)<br />
ଏହି ସମୟରେ କାଜଲ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମାଲଦ୍ୱୀପର ଅନେକ ଫଟୋ ସେୟାର କରିଥିଲେ । (ଫଟୋ ସୌଜନ୍ୟ: Instagram @kajalaggarwalofficial)<br />
କାଜଲ ସେୟାର କରିଥିବା ଗୋଟିଏ ଫଟୋରେ ସେ ନିଜ ସ୍ୱାମୀଙ୍କ ସହ ମଧ୍ୟ ନଜର ଆସିଛନ୍ତି । (ଫଟୋ ସୌଜନ୍ୟ: Instagram @kajalaggarwalofficial)<br />