ଭାରତୀୟ ସେନାର ସିଭିଲିଆନ୍ କାର୍ଯ୍ୟାଳୟରେ କାମ କରୁଥିବା ଜଣେ ଡ୍ରାଇଭରକୁ ରାଜସ୍ଥାନ ପୋଲିସର ଇଣ୍ଟେଲିଜେନ୍ସ ଟିମ୍ ଗିରଫ କରିଛି । ଡ୍ରାଇଭରର ନାମ ରାମନିବାସ ଗୌରା ବୋଲି ଜଣାପଡ଼ିଛି ।
ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ସୂଚନା ଦେଇ ରାଜସ୍ଥାନ ପୋଲିସର ଅତିରିକ୍ତ ଡାଇରେକ୍ଟର୍ ଜେନେରାଲ୍ (ଇଣ୍ଟେଲିଜେନ୍ସ) ଉମେଶ ମିଶ୍ର କହିଛନ୍ତି ଯେ ପରବତସର୍ ନାଗୌରର ବାସିନ୍ଦା ରାମନିଭାସ ଗୌରା ଜୟପୁରର ନିବାରୁରେ ସେନାର କାର୍ଯ୍ୟାଳୟରେ କାମ କରୁଥିଲା ।
ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଦ୍ୱାରା ପରିଚାଳିତ ଏକ ଛଦ୍ମ ସୋସିଆଲ ମିଡ଼ିଆ ଆକାଉଣ୍ଟ ଜରିଆରେ ଗୌରା ସେମାନଙ୍କ ସହ ଯୋଗାଯୋଗ କରୁଥିବା ଜଣାପଡ଼ିଛି । ଭାରତୀୟ ସେନା ସହ ଜଡ଼ିତ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ସୂଚନା ସେ ସେମାନଙ୍କୁ ପଠାଉଥିଲା ବୋଲି ମିଶ୍ର କହିଛନ୍ତି ।
ଗୌରାକୁ ଗିରଫ କରିବା ପରେ ତଦନ୍ତ ଏଜେନ୍ସିମାନେ ତାଙ୍କୁ ପଚରାଉଚରା କରିବାରେ ଲାଗିଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପଚରାଉଚରାରୁ ଜଣାପଡ଼ିଛି ଯେ ରାମନିବାସ ଗୌରା ଭାରତୀୟ ସେନା ସହ ଜଡ଼ିତ ରଣନୀତିକ ସୂଚନା ପଠାଇବା ପ୍ରତିବଦଳରେ ଟଙ୍କା ପାଇବା ପାଇଁ ନିଜ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ପାକିସ୍ତାନୀ ଗୁପ୍ତଚର ଏଜେନ୍ସିକୁ ପଠାଇଥିଲା ।