ନୂଆ ଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଶନିବାର ଠାରୁ ଚେନ୍ନାଇରେ ଆରମ୍ଭ ହୋଇଛି । ଚେନ୍ନାଇର ଚେପାକ୍ ଗ୍ରାଉଣ୍ଡରେ ଭାରତୀୟ ଦଳ ପ୍ରଥମ ଟେଷ୍ଟ ମ୍ୟାଚ୍ ୨୨୭ ରନରେ ହାରି ଯାଇଛି । ବର୍ତ୍ତମାନ ଟିମ୍ ଇଣ୍ଡିଆରେ ଇଂଲଣ୍ଡ ଉପରେ ବିଜୟର ଆହ୍ୱାନ ଥିବାବେଳେ ଭ୍ରମଣକାରୀ ଦଳ ସେମାନଙ୍କର ଭଲ ଖେଳ ଜାରି ରଖିବାକୁ ଓ ଆଉ ଏକ ବିଜୟ ହାସଲ କରିବାକୁ ଚାହୁଁଛନ୍ତି । ଆଜିର ମ୍ୟାଚରେ ଅନେକ ବଡ଼ ରେକର୍ଡ ସୃଷ୍ଟି ହୋଇପାରେ । ବିଶେଷକରି କ୍ୟାପଟେନ କୋହଲି, ଅଫ୍ ସ୍ପିନର ଆର ଅଶ୍ୱିନ୍ ଓ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ସେମାନଙ୍କ କରିୟରରେ ଆଉ ଏକ ବିଶେଷ ସଫଳତା ହାସଲ କରିପାରନ୍ତି । PC-AP)<br />
ଯଦି ଭାରତ ଦ୍ୱିତୀୟ ଟେଷ୍ଟରେ ଜିତେ ତେବେ ବିରାଟ କୋହଲି ପୂର୍ବତନ ଅଧିନାୟକ ଧୋନିଙ୍କ ରେକର୍ଡ ସହ ସମାନ ହେବେ । ଧୋନି ଭାରତୀୟ ମାଟିରେ ୨୧ ଟି ଟେଷ୍ଟ ଜିତିଛନ୍ତି ଓ ବିରାଟ ଏପର୍ଯ୍ୟନ୍ତ ଘରେ ୨୦ ଟି ଟେଷ୍ଟ ଜିତି ସାରିଛନ୍ତି । ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚର ବିଜୟ ତାଙ୍କୁ ଧୋନିଙ୍କ ସହ ସମାନ କରିବ । (ଏମଏସ ଧୋନି / ଇନଷ୍ଟାଗ୍ରାମ)<br />
ଜୋ ରୁଟଙ୍କ ପାଖରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍ଗଙ୍କ ରେକର୍ଡ ଭାଙ୍ଗିବାର ମଧ୍ୟ ସୁଯୋଗ ରହିଛି । ରିକି ପଣ୍ଟିଙ୍ଗ ଏସିଆରେ ୧୮୮୯ ଟେଷ୍ଟ ରନ୍ ସ୍କୋର କରିଛନ୍ତି ଓ ତାଙ୍କର ମାତ୍ର ୮ ରନ୍ ପଛରେ ରୁଟ୍ ରହିଛନ୍ତି । ୨୭୧୦ ରନ୍ ସ୍କୋର କରି ଭାରତୀୟ ଉପମହାଦେଶରେ ଆଲିଷ୍ଟେୟାର କୁକ୍ ସର୍ବାଧିକ ରନ୍ ସ୍କୋରର ଅଟନ୍ତି । ତାଙ୍କ ପରେ ଜ୍ୟାକ୍ କାଲିସ୍ (୨୦୫୮) ଅଛନ୍ତି । (ଫଟୋ: AP)<br />
ଯଦି ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ୩ ଟି ୱିକେଟ୍ ନିଅନ୍ତି ତେବେ ସେ ଭାରତରେ ହରଭଜନ ସିଂଙ୍କ ୨୬୫ ୱିକେଟର ରେକର୍ଡ଼କୁ ପଛରେ ପକାଇବେ । ଏହି ପରିପ୍ରେକ୍ଷୀରେ ଅନିଲ କୁମ୍ବଲେ ୩୫୦ ଟି ୱିକେଟ୍ ସହ ୧ ନମ୍ବର ସ୍ଥାନରେ ଅଛନ୍ତି । (PIC: AP)<br />