ବିରାଟ କୋହଲି ହେଉଛନ୍ତି ଏକମାତ୍ର ବ୍ୟାଟ୍ସମ୍ୟାନ୍ ଯିଏ ଟେଷ୍ଟ କ୍ରିକେଟ୍ ଇତିହାସରେ କ୍ରମାଗତ ଚାରୋଟି ସିରିଜରେ ୪ଟି ଦ୍ୱି-ଶତକ ଲଗାଇଥିଲେ । ସେ ଏହି କୀର୍ତ୍ତିମାନ ୨୦୧୬ ଓ ୨୦୧୭ ମଧ୍ୟରେ ୪ଟି ଟେଷ୍ଟ ସିରିଜ୍ ମଧ୍ୟରେ କରିଥିଲେ । ଏହା ପୂର୍ବରୁ ସାର୍ ଡନ୍ ବ୍ରାଡମ୍ୟାନ୍ (୧୯୩୦-୩୨) ଓ ରାହୁଲ ଦ୍ରାବିଡ (୨୦୦୩-୦୪) ତିନୋଟି ଲେଖାଏଁ ସିରିଜରେ ସମପରି ଦ୍ୱି-ଶତକ ଲଗାଇଥିଲେ । (@ imviratkohli)
ବିରାଟ କୋହଲି ଭାରତ ତରଫରୁ ସର୍ବାଧିକ ଦ୍ୱିଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ୍ ଅଟନ୍ତି । କୋହଲି ଏପର୍ଯ୍ୟନ୍ତ ୭ ଥର ଦ୍ୱିଶତକ ହାସଲ କରି ସାରିଛନ୍ତି । ତେବେ ODI ରେ ତାଙ୍କ ବ୍ୟାଟରୁ ଗୋଟିଏ ବି ଦ୍ୱିଶତକ ହାସଲ ହୋଇ ନାହିଁ । ଟେଷ୍ଟରେ ସର୍ବାଧିକ ଦ୍ୱିଶତକ ରେକର୍ଡ ଡନ୍ ବ୍ରାଡମ୍ୟାନ୍ ନାମରେ ରହିଛି । ବ୍ରାଡମ୍ୟାନ୍ ୧୨ ଥର ଟେଷ୍ଟରେ ଦ୍ୱି-ଶତକ ହାସଲ କରିବାରେ ସଫଳ ହୋଇଥିଲେ । (@ imviratkohli)
ବିରାଟ କୋହଲି ହେଉଛନ୍ତି ଏକମାତ୍ର ଅଧିନାୟକ ଯିଏକି ଗୋଟିଏ ବର୍ଷରେ ODI କ୍ରିକେଟରେ 6ଟି ଶତକ ହାସଲ କରିଛନ୍ତି । କୋହଲି ବର୍ଷ ୨୦୧୭ ମସିହାରେ ୬ଟି ଶତକ ହାସଲ କରିଥିଲେ । ଜଣେ ଖେଳାଳି ଭାବରେ ଗୋଟିଏ ବର୍ଷରେ ସର୍ବାଧିକ ଶତାବ୍ଦୀର ରେକର୍ଡ ତେନ୍ଦୁଲକରଙ୍କ ନାମରେ ଅଛି । ଯିଏ ୧୯୯୮ ମସିହାରେ ୯ଟି ଶତକ ହାସଲ କରିଥିଲେ । (@ imviratkohli)
କୋହଲି ଏକମାତ୍ର ବ୍ୟାଟ୍ସମ୍ୟାନ୍ ଯିଏକି ODI ମ୍ୟାଚରେ ଦ୍ରୁତତମ ୮୦୦୦, ୯୦୦୦, ୧୦୦୦୦, ୧୧୦୦୦ ରନ୍ ସ୍କୋର କରିଛନ୍ତି । କୋହଲି ସବୁଠୁ ଦ୍ରୁତତମ ୮୦୦୦ ରନ୍ ସ୍କୋର କରିଥିଲେ । ODI ରେ ୧୭୫ଟି ଇନିଂସରେ କୋହଲି ଏହି ପ୍ରଦର୍ଶନ କରିଥିଲେ । ଏଥି ସହିତ କେବଳ ୧୯୪ଟି ଇନିଂସରେ ୯୦୦୦ ରନ୍ ପ୍ରାପ୍ତ କରି ନେଇଥିଲେ । ଏହା ବ୍ୟତୀତ ବିରାଟ ୨୦୫ ଇନିଂସରେ ୧୦,୦୦୦ ରନ୍ ପ୍ରାପ୍ତ କରିଥିଲେ । ଏହା ବ୍ୟତୀତ କିଙ୍ଗ କୋହଲି ୨୨୨ଟି ଇନିଂସରେ ୧୧୦୦୦ ରନ୍ ପ୍ରାପ୍ତ କରିଥିଲେ ।(amiamviratkolhi)