ଦୁବାଇର ନାଁ ଶୁଣିବା ପରେ ହିଁ ଲୋକଙ୍କ ମନରେ ସୁନା କିଣିବାର ଇଚ୍ଛା ଜାଗିଉଠେ । ଦୁବାଇରେ ଦିଏରା ନାମକ ଏକ ସ୍ଥାନର ଗୋଲ୍ଡ ସାଉକ୍ ଅଞ୍ଚଳକୁ ସୁନା ସପିଙ୍ଗର ହବ୍ ବୋଲି କୁହାଯାଏ । ଏହା ବ୍ୟତୀତ ଦୁବାଇରେ ଜୋଏଲୁକାସ୍, ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ ପାର୍କ ଓ ମାଲାବାର ଗୋଲ୍ଡ ଭଳି କେତେକ ବଜାରରେ ଆପଣ କମ୍ ଦାମରେ ସୁନା କିଣି ପାରିବେ ।
କମ୍ ଦାମରେ ସୁନା କିଣିବା ପାଇଁ ସବୁ ଠାରୁ ପସନ୍ଦଯୋଗ୍ୟ ସ୍ଥାନ ମଧ୍ୟରେ ଥାଇଲ୍ୟାଣ୍ଡର ବ୍ୟାଙ୍କକକ୍ ବି ଅଛି । ସେଠି ଆପଣ ବହୁତ କମ୍ ମାର୍ଜିନରେ ସୁନା ପାଇପାରିବେ । ତା’ଛଡ଼ା ସେଠି ସୁନାର ବିଭିନ୍ନତା ବି ଖୁବ୍ ଭଲ । ସେଠାକାର ଚାଇନା ଟାଉନର ୟାଭୋରାତ୍ ରୋଡ୍ ହେଉଛି ସୁନା କିଣିବା ପାଇଁ ସବୁ ଠାରୁ ଲୋକପ୍ରିୟ ସ୍ଥାନ । ସେଠି ଆପଣ ବହୁ ସଂଖ୍ୟରେ ସୁନା ଦୋକାନ ପାଇବେ ।
ହଂକଂ ବିଶ୍ୱ ସାରା ନିଜର ସପିଂ ହବ୍ ପାଇଁ ଜଣାଶୁଣା, କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଠାରେ ସୁନା ବହୁତ କମ୍ ଦାମରେ ଉପଲବ୍ଧ । ହଂକଂ ବିଶ୍ୱର ସବୁ ଠାରୁ ସକ୍ରିୟ ସୁନା ଟ୍ରେଡିଂ ବଜାର ମଧ୍ୟରୁ ଅନ୍ୟତମ । ଏହା ବ୍ୟତୀତ ସେଠାକାର ସୁନାର ଡିଜାଇନ୍ ସମଗ୍ର ବିଶ୍ୱରେ ପ୍ରସିଦ୍ଧ ।
ସାରା ବିଶ୍ୱରେ ଡିଜାଇନର୍ ଘଣ୍ଟା ପାଇଁ ସ୍ୱିଜରଲ୍ୟାଣ୍ଡ ପ୍ରସିଦ୍ଧ, କିନ୍ତୁ ସେଠାରେ ସୁନା ବାଣିଜ୍ୟ ବି ଖୁବ୍ କରାଯାଏ । ସ୍ୱିଜରଲ୍ୟାଣ୍ଡର ଜୁରିଖ୍ ସହର ନିଜର ସୁନା ବଜାର ପାଇଁ ଜଣାଶୁଣା । ସେଠି ଆପଣଙ୍କୁ ହାତରେ ତିଆରି ହୋଇଥିବା ଡିଜାଇନର୍ ଅଳଙ୍କାର ପାଇବେ । ସେଠାରେ ଏହି କାର୍ଯ୍ୟ କରୁଥିବା କାରିଗରମାନେ ପିଢ଼ି ପରେ ପିଢ଼ି ସେହି ବୃତ୍ତିରେ ନିୟୋଜିତ ଅଛନ୍ତି ।
ଭାରତର କେରଳ ରାଜ୍ୟରେ ବି ବହୁତ ଶସ୍ତାରେ ସୁନା ମିଳେ । କେରଳର କୋଚିନ୍ ସହରରେ ମାଲାବାର ଗୋଲ୍ଡ, ଭୀମା ଜୁଏଲ୍ସ ଓ ଜୋୟଲୁକାସ୍ ଭଳି କେତେକ ସ୍ଥାନରେ କମ୍ ଦାମରେ ସୁନା କିଣିବାର ସୁଯୋଗ ପାଇବେ । ଦୀପାବଳୀ ପୂର୍ବରୁ ଧନତେରାସ ଅବସରରେ ସେଠାକାର ବଜାରର ଝଲକ ଅଲଗା ହୋଇଥାଏ । ସେଠି ନୂଆ ଅଳଙ୍କାର କିଣିବା ଅପେକ୍ଷା ପୁରୁଣା ସୁନା ଅଳଙ୍କାରକୁ ବଦଳାଇବାର ପରମ୍ପରା ବେଶୀ ।