ଭାରତୀୟ କ୍ରିକେଟର ବିରାଟ କୋହଲି ୫ ନଭେମ୍ବରରେ ନିଜର ୩୨ ତମ ଜନ୍ମଦିନ ପାଳନ କରୁଛନ୍ତି । ୨୦୦୮ ମସିହାରରେ ଡେବ୍ୟୁ କରିଥିବା ବିରାଟ ବର୍ତ୍ତମାନ ଭାରତର ସବୁଠାରୁ ପ୍ରିୟ କ୍ରିକେଟରଙ୍କ ମଧ୍ୟରୁ ଅନ୍ୟତମ । (News18)
ତାଙ୍କର ପ୍ରଶଂସକମାନେ କେବଳ ଭାରତରେ ନୁହଁନ୍ତି ଦୁନିଆର ପ୍ରତ୍ୟେକ କୋଣ ଅନୁକୋଣରେ ଅଛନ୍ତି । କୋହଲିଙ୍କ ପାଇଁ ପ୍ରଶଂସକଙ୍କ ଭଲପାଇବା ତାଙ୍କ ଜନ୍ମଦିନ ଅବସରରେ ଦେଖିବାକୁ ମିଳିଥିଲା । ଏହାର ପ୍ରମାଣ ଗୁଗୁଲରେ ମଧ୍ୟ ଦେଖିବାକୁ ମିଳିଛି । (Instagram)<br />
ସୋସିଆଲ ମିଡିଆରେ ଗୁରୁବାର ସକାଳରୁ ବିରାଟ କୋହଲି ଟ୍ରେଣ୍ଡ କରୁଛନ୍ତି । କେବଳ ଟ୍ୱିଟର ନୁହେଁ ଇନଷ୍ଟାଗ୍ରାମ ଓ ଫେସବୁକରେ କୋହଲିଙ୍କୁ ତାଙ୍କ ଜନ୍ମଦିନ ପାଇଁ ଶୁଭେଚ୍ଛା ସୁହ ଛୁଟୁଛି । କେବଳ ଫଟୋ ଓ ଟ୍ୱିଟ୍ ନୁହେଁ ଗୁଗୁଲର ପ୍ରଶଂସକମାନେ ବିରାଟ କୋହଲିଙ୍କ ମୋବାଇଲ ନମ୍ବର ମଧ୍ୟ ଖୋଜୁଛନ୍ତି । ଗୁଗୁଲର ସର୍ଚ୍ଚ ଟ୍ରେଣ୍ଡ ଅନୁଯାୟୀ ବିରାଟ କୋହଲିଙ୍କ ଫୋନ୍ ନମ୍ବର ମଧ୍ୟ ଖୋଜା ଯାଇଥିଲା । (Instagram)