ବଲିଉଡ ଷ୍ଟାର ସୈଫ ଅଲି ଖାନଙ୍କ (Saif Ali Khan) ସହ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତ୍ରୀ ଅଲାୟା ଫର୍ଣ୍ଣିଚରୱାଲା (Alaya Farnicharwala) ନିଜ ବୋଲ୍ଡ ଫଟୋ ଯୋଗୁଁ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ରହିଆସୁଛନ୍ତି । ପୁଣି ଥରେ ସୋସିଆଲ ମିଡ଼ିଆରେ ଅଲାୟାଙ୍କ କିଛି ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ସୋସିଆଲ୍ ନେଟୱାର୍କିଂ ସାଇଟ୍ ଇନଷ୍ଟାଗ୍ରାମରେ ଅଲାୟା ବହୁତ ସକ୍ରିୟ ଅଛନ୍ତି । ସେଇଠି ସେ ନିଜର ଅନେକ ବୋଲ୍ଡ ଫଟୋ ସେୟାର କରନ୍ତି ।
ଅଲାୟା ଇନଷ୍ଟାଗ୍ରାମରେ ପୁଣି ଥରେ ନିଜର କିଛି ନୂଆ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ବୋଲ୍ଡ ଷ୍ଟାଇଲ୍ ପୁଣି ଥରେ ସାମ୍ନାକୁ ଆସିଛି ।
ଅଲାୟାଙ୍କର ଏହି ଫଟୋଗୁଡ଼ିକ ଦୁବାଇର । ସେ ସେଇଠି ଏକ ଫଟୋସୁଟ୍ କରିଛନ୍ତି । ଏହି ଫଟୋଗୁଡ଼ିକରେ ଅଲାୟା ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ଶଟରେ ବହୁତ ଗ୍ଲାମରସ୍ ଦେଖାଯାଉଛନ୍ତି ।
ଅଲାୟା ବଲିଉଡ ଅଭିନେତ୍ରୀ ପୂଜା ବେଦୀଙ୍କ (Pooja Bedi) ଝିଅ । ସୋସିଆଲ ମିଡ଼ିଆରେ ଅଲାୟାଙ୍କ ପ୍ରଶଂସକଙ୍କ ଅଭାବ ନାହିଁ । ଇନଷ୍ଟାଗ୍ରାମରେ ଆଠ ଲକ୍ଷରୁ ଅଧିକ ଲୋକ ଅଲାୟାଙ୍କୁ ଫଲୋ କରନ୍ତି । (ସବୁ ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ @ alaya.f)