ସୁବର୍ଣ୍ଣପୁର ଜିଲ୍ଲାରେ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ଅର୍ଜୁନପୁର ଛକ ପାଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି ।
ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟେଲିଫୋନ ମରାମତି ପାଇଁ ବ୍ୟବହାର ହେଉଥିବା ଗାଡ଼ିରେ ଏକ କାର୍ ଦୃତ ଗତିରେ ଆସି ଧକ୍କା ଦେଇଥିଲା ।
କାରରେ ଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନ୍ୟ ଜଣକ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଅଞ୍ଚଳର ୨୨ ବର୍ଷୀୟ ଶୁଭ୍ରାଂଶୁ ଯୋଷୀ ।
ଆହତ ଯୁବକ ଜଣଙ୍କ ଘର ସମ୍ବଲପୁରରେ । ତାଙ୍କ ନାଁ ବିକାଶ ରାୟ ବୋଲି ଜଣାପଡ଼ିଛି । ସୁଭ୍ରାଂଶୁ ଓ ବିକାଶ ମଙ୍ଗଳବାର ରାତିରେ ଏକ କାର ଯୋଗେ ଭୁବନେଶ୍ବରରୁ ବାହାରି ବଲାଙ୍ଗିରକୁ ଯାଉଥିଲେ ।
ବୁଧବାର ଭୋର୍ ତାଙ୍କ କାରଟି ଭାରସାମ୍ୟ ହରାଇ ଟେଲିଫୋନ ମରାମତି ପାଇଁ ରାସ୍ତା କଡ଼ରେ ଛିଡା ହୋଇଥିବା ଗାଡି ସହିତ ଜୋରରେ ଧକ୍କା ଦେଇଥିଲା ।
ଗାଡ଼ିରେ ବସିଥିବା ଦୁଇ ଜଣଙ୍କୁ ଗରୁତର ଅବସ୍ଥାରେ ଉଦ୍ଧାର କରି ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଶୁଭ୍ରାଂଶୁଙ୍କ ମୃତ୍ୟୁ ହୋଇଥିଲା ।