ସୁନାର ଦାମରେ ଆସୁଥିବା ପରିବର୍ତ୍ତନ ବିଷୟରେ ବିଶେଷଜ୍ଞମାନେ କହିଛନ୍ତି ଯେ ଆମେରିକାର ନିର୍ବାଚନରେ ଜୋ ବାଇଡେନଙ୍କ ସମ୍ଭାବିତ ବିଜୟକୁ ବିଚାରକୁ ନେଇ ମାର୍କେଟରେ ସୁନାର ଦାମ ଉପରେ ପ୍ରଭାବ ପଡ଼ୁଛି । ହେଲେ ଏ ପର୍ଯ୍ୟନ୍ତ ବାଇଡେନଙ୍କ ବିଜୟର ଘୋଷଣା କରାଯାଇ ନାହିଁ ।
ବାଇଡେନଙ୍କ ବିଜୟର ଆଶା ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ସୁନାର ଦାମ ବୃଦ୍ଧି ପାଇବାରେ ଲାଗିଥିଲା । ବାସ୍ତବରେଏହା ବିଶ୍ୱାସ କରାଯାଉଛି ଯେ ଡେମୋକ୍ରାଟିକ ପାର୍ଟିର ସରକାର ରିପବ୍ଲିକାନମାନଙ୍କ ଅପେକ୍ଷା ଏକ ବଡ଼ ରିଲିଫ୍ ପ୍ୟାକେଜ୍ ପ୍ରଦାନ କରିବ । ସେଥି ପାଇଁ ସେୟାର ମାର୍କେଟ ବି ବଢ଼ୁଛି ଓ ଏଥି ସହ ଆମେରିକୀୟ ଡଲାର ହ୍ରାସ ପାଇଛି । ଏହାର ପ୍ରଭାବ ବୁଲିଅନ୍ ମାର୍କେଟରେ ଦେଖାଯାଉଛି ।
ସୁନାର ତାଜା ଦାମ୍ (Gold Price, 5 November 2020) - ଗୁରୁବାର ଦିନ ଦିଲ୍ଲୀର ସରାଫା ବଜାରରେ ୧୦ ଗ୍ରାମ ସୁନାର ଦାମ୍ ୧୫୮ ଟଙ୍କା ବୃଦ୍ଧି ପାଇଛି । ଏହା ପରେ ନୂଆ ଦାମ୍ ୧୦ ଗ୍ରାମ ପିଛା ୫୦,୯୮୦ ଟଙ୍କାରେ ପହଞ୍ଚିଛି । ଏହା ପୂର୍ବରୁ ବୁଧବାର ଦିନ ସୁନା ୧୦ ଗ୍ରାମ ପିଛା ୫୦,୮୨୨ ଟଙ୍କାରେ ବନ୍ଦ ହୋଇଥିଲା ।
ରୂପାର ତାଜା ଦାମ୍ (Silver Price, 5 November 2020) - ସୁନା ପରି ରୂପାର ଦାମ୍ ବି ବୃଦ୍ଧି ପାଇଛି । ଦିଲ୍ଲୀର ବୁଲିଅନ୍ ମାର୍କେଟରେ ରୂପାର ଦାମ୍ ୬୯୭ ଟଙ୍କା ବୃଦ୍ଧି ପାଇ ୬୨,୦୪୩ ଟଙ୍କା ହୋଇଛି । ଏହାର ପୂର୍ବ ଦିନ ରୂପାର ଦାମ୍ ପ୍ରତି କିଲୋଗ୍ରାମ ୬୧,୩୪୬ ଟଙ୍କାରେ ବନ୍ଦ ହୋଇଥିଲା ।
କରୋନା ସମକ୍ରମଣର ମାମଲାରେ ବୃଦ୍ଧି ଓ ଅନିଶ୍ଚିତତା ସୁନା ଦରକୁ ବଢ଼େଇପାରେ । ଏଭଳି ପରିସ୍ଥିତିରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ସୁନା କିଣୁଛନ୍ତି । ପୁଣି ଆମେରିକା-ଚୀନ୍ ବାଣିଜ୍ୟ ଟେନସନ ଓ ଇଣ୍ଡୋ-ଚୀନ୍ ସୀମା ବିବାଦ ଏକ ଅନିଶ୍ଚିତତାର ପରିବେଶ ଜାରି କରି ରଖିଛି । ଆମେରିକାର ଫେଡେରାଲ ରିଜର୍ଭ ସୂଚନା ଦେଇଛି ଯେ ୨୦୨୩ ସୁଦ୍ଧା ସୁଧ ହାର ଶୂନ ନିକଟରେ ରଖାଯିବ ।
ସୁନାରେ ନିବେଶ କରିବା ପୂର୍ବରୁ ନିବେଶକମାନେ ଜାଣିବା ଆବଶ୍ୟକ ଯେ ଏହା ଏକ ଦୀର୍ଘ ସମୟ ପାଇଁ କରାଯାଉଥିବା ନିବେଶ । ସ୍ୱଳ୍ପ ମିଆଦି ଲାଭ ପାଇଁ ସୁନା କିଣିବା ଉଚିତ୍ ନୁହେଁ ।
ଗତ ୧୫ ବର୍ଷ ମଧ୍ୟରେ ଏହା ପ୍ରତି ୧୦ ଗ୍ରାମ ପିଛା ପ୍ରାୟ ୭,୦୦୦ ଟଙ୍କା ସ୍ତରରେ ବୃଦ୍ଧି ପାଇଚାଲିଛି । ଏପରି ପରିସ୍ଥିତିରେ ନିବେଶକମାନଙ୍କୁ ନିଜ ସୁନା ପୋର୍ଟଫୋଲିଓରେ ୫ରୁ ୧୦ ପ୍ରତିଶତ ମଧ୍ୟରେ ଯେକୌଣସି ସ୍ଥାନରେ ନିବେଶ କରିବା ଉଚିତ୍ ।