ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଇନୋଭା କାର୍ ଉପରେ ଦୃତ ଗତିରେ ଆସି ଚଢ଼ିଗଲା ଏକ ଯାତ୍ରୀବାହୀ ବସ୍ । ଏହି ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଲୋକଙ୍କ ଜୀବନ ଦୀପ ଲିଭିଯାଇଛି ଓ ୩୦ ଜଣ ଆହl ହୋଇଛନ୍ତି ।
ଏକ ଇନୋଭା କାରରେ ଅନୁଗୁଳରୁ ବଲାଙ୍ଗୀର ଯାଉଥିବା କିଛି ଲୋକ କିଆକଟା ଛକ ନିକଟରେ ଏକ ଚା’ ଦୋକାନ ପାଖରେ ରାସ୍ତା କଡ଼ରେ କାର୍ ରଖି ଚା ପିଉଥିଲେ ।
ସେତିକି ବେଳେ ବ୍ରହ୍ମପୁରରୁ ବୁର୍ଲା ଯାଉଥିବା ଏକ ଯାତ୍ରୀବାହୀ ବସ୍ ଦୃତ ଗତିରେ ଆସି ଇନୋଭା କାର୍ ଉପରେ ଚଢ଼ିଯାଇଥିଲା ।
ଆହତ ଲୋକଙ୍କ ମଧ୍ୟରୁ ସାତ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।