କଙ୍ଗନାଙ୍କ ଅଫିସରେ BMC ର କାର୍ଯ୍ୟକଳାପକୁ ନେଇ ଅସନ୍ତୁଷ୍ଟ ଶରଦ ପାୱାର, କହିଲେ - ବିରୋଧୀଙ୍କୁ କହିବାର ସୁଯୋଗ ଦେଇଛନ୍ତି
ଶିବସେନା ଶାସିତ ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (BMC) ବୁଧବାର ଦିନ ବାନ୍ଦ୍ରା ସ୍ତିତ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ କାର୍ଯ୍ୟଳୟରେ 'ବେଆଇନ ନିର୍ମାଣ' ଭାଙ୍ଗି ଦେଇଛି । ତେବେ ବମ୍ବେ ହାଇକୋର୍ଟ ବିଏମସିର ଏହି କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ କରି ଦେଇଛି ।
ରାଷ୍ଟ୍ରବାଦୀ କଂଗ୍ରେସ ଦଳର ମୁଖ୍ୟ ଶରଦ ପାୱାର (ଫାଇଲ ଫଟୋ)
- News18 Odia
- Last Updated: September 9, 2020, 8:01 PM IST
ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ଦଳର ମୁଖ୍ୟ ଶରଦ ପାୱାର (Nationalist Congress Party) BMC ଅଭିନେତ୍ରୀ କଙ୍ଗନା ରାନାୱତଙ୍କ (Kangana Ranaut) କାର୍ଯ୍ୟାଳୟକୁ ଭାଙ୍ଗିବା ଅନାବଶ୍ୟକ ଥିଲା ବୋଲି କହିଛନ୍ତି । ମୁମ୍ବାଇ (Mumbai) ରେ ଅନେକ ବେଆଇନ ନିର୍ମାଣ କାର୍ଯ୍ୟ ହୋଇଛି, କେବଳ ଗୋଟିଏ ସ୍ଥାନରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଶରଦ ପାୱାର ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ବିଏମସି ଏହି କାର୍ଯ୍ୟ ଯୋଗୁଁ ବିରୋଧୀଙ୍କୁ କହିବାର ସୁଯୋଗ ଦେଇଛି ।
ପାୱାର କହିଛନ୍ତି - ବିବୃତ୍ତିକୁ ଦିଆଯାଉଛି ଅଯଥା ଗୁରୁତ୍ୱ
ଏହାପୂର୍ବରୁ ବୁଧବାର ଦିନ ପାୱାର ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ନାମ ନ କହି କହିଥିଲେ ଯେ ତାଙ୍କ ବିବୃତ୍ତିକୁ ଅଯଥା ଗୁରୁତ୍ୱ ଦିଆଯାଉଛ । ପାୱାର କହିଛନ୍ତି ଯେ ଲୋକମାନେ ତାଙ୍କ ମନ୍ତବ୍ୟକୁ ଗମ୍ଭୀରତାର ସହ ନେଉନାହାଁନ୍ତି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯେ ଏହି ସପ୍ତାହ ପୂର୍ବରୁ ଏହା ମଧ୍ୟ କହିଥିଲେ ଯେ ମିଳିଥିବା ଧମକକୁ ସେ ଗମ୍ଭୀରତାର ସହ ନେଉ ନାହାଁନ୍ତି ।
'କାହାର କହିବାକୁ ନେଇ ଧ୍ୟାନ ଦେବା ଆବଶ୍ୟକତା ନାହିଁ '
ପାୱାର କହିଛନ୍ତି ଯେ ମହାରାଷ୍ଟ୍ର ଓ ମୁମ୍ବାଇର ଲୋକଙ୍କର ରାଜ୍ୟ ତଥା ନଗର ପୋଲିସର କାର୍ଯ୍ୟରେ ବର୍ଷ ବର୍ଷର ଅଭିଜ୍ଞତା ରହିଛି । ସେ କହିଛନ୍ତି ଯେ ସେମାନେ (ଲୋକମାନେ) ପୋଲିସର କାର୍ଯ୍ୟ ଜାଣନ୍ତି । କିଏ କଣ କହୁଛି ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ନାହିଁ। ”
ସମ୍ପ୍ରତି ଧମକ ବିଷୟରେ ପଚରାଯାଇଥିବା ବେଳେ ପାୱାର କହିଛନ୍ତି, 'ମୋତେ ଧମକପୂର୍ଣ୍ଣ କଲ୍ର ରେକର୍ଡ ଦିଆଯାଇଛି ଓ କଲ କେଉଁଠାରୁ ଆସିଛି । ଅତୀତରେ ମୁଁ କଲ୍ ମଧ୍ୟ ପାଇଛି । ଆମେ ଏହାକୁ ଗମ୍ଭୀରତାର ସହ ନେଉନାହୁଁ । "






