Radhe Shyam Teaser Out: ଭାଲେଣ୍ଟାଇନ୍ସ ଡ଼େ ରେ ପ୍ରଭାସ ଧଡ଼କାଇଲେ ଫ୍ୟାନ୍ସଙ୍କ ଦିଲ୍
Radhe Shyam Teaser: ପ୍ରଭାସଙ୍କ (Prabhas) ଡ୍ରିମି ପୋଷ୍ଟର ପରେ ପ୍ରଶଂସକମାନେ ଏହାର ଟିଜରକୁ ଅପେକ୍ଷା କରି ରହିଥିଲେ । ପ୍ରଭାସ ଟିଜରରେ ବହୁତ ଚମତ୍କାର ଦେଖାଯାଉଥିବାବେଳେ ପୂଜା ହେଗଡେ (Pooja Hegde) ମଧ୍ୟ ନିଜର ସୁନ୍ଦରତାରେ ସମସ୍ତଙ୍କୁ ପଛରେ ପକାଇଦେଇଥିବାର ନଜର ଆସିଛନ୍ତି ।
ଭାଲେଣ୍ଟାଇନ୍ସ ଡେ ଅବସରରେ ରାଧେ ଶ୍ୟାମ ଫିଲ୍ମର ଟିଜର ରିଲିଜ୍ ହୋଇଛି
- News18 Odia
- Last Updated: February 14, 2021, 12:45 PM IST
ମୁମ୍ବାଇ: ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ରାଧେ ଶ୍ୟାମ (Radhe Shyam) ବିଷୟରେ ଏକ ଜବରଦସ୍ତ ଗୁଜବ ଲାଗି ରହିଛି । ଭାଲେଣ୍ଟାଇନ୍ସ ଦିବସରେ ପ୍ରଭାସଙ୍କ ପ୍ରଶଂସକମାନେ ତାଙ୍କ ତରଫରୁ ଏକ ବିଶେଷ ଉପହାର ପାଇଛନ୍ତି । ଭାଲେଣ୍ଟାଇନ୍ସ ଡେ ଅବସରରେ ରାଧେ ଶ୍ୟାମ ଫିଲ୍ମର ଟିଜର ରିଲିଜ୍ ହୋଇଛି । ଟିଜର ରିଲିଜ ହେବା ପରେ ସୋସିଆଲ ମିଡିଆରେ #ValentinesWithRS ହ୍ୟାସଟ୍ୟାଗ ମଧ୍ୟ ଟ୍ରେଣ୍ଡ କରିବା ଆରମ୍ଭ କରିଛି। ଏହି ଟିଜରର ରିଲିଜ୍ ସହିତ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ସାମ୍ନାକୁ ଆସିଛି ।
ରାଧେ ଶ୍ୟାମ ଟିଜର ଆରମ୍ଭରେ ଟ୍ରେନ ଓ ରେଳ ଷ୍ଟେସନ ଦୃଶ୍ୟମାନ ହେଉଛି । ଏହା ପରେ ପୂଜା ପ୍ରଭାସଙ୍କୁ ପଚାରନ୍ତି- 'ତୁମେ ନିଜକୁ ରୋମୀୟ ବୋଲି ଭାବୁଛ କି?' ଏହି ପ୍ରଶ୍ନରେ ପ୍ରଭାସ ଉତ୍ତର ଦେଇଛନ୍ତି, ସେ ପ୍ରେମ ପାଇଁ ନିଜ ଜୀବନ ତ୍ୟାଗ କରିଛନ୍ତି, ମୁଁ ସେହି ପ୍ରକାରର ନୁହେଁ । ପ୍ରଶଂସକମାନେ ଏହି ଟିଜରକୁ ବହୁତ ଭଲ ପାଉଛନ୍ତି ଓ ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର କରୁଛନ୍ତି ।
'ରାଧେ ଶ୍ୟାମ୍' ୟୁରୋପରେ ଏକ ପ୍ରେମ ପ୍ରେମ କାହାଣୀ ବୋଲି ବିଶ୍ୱାସ କରାଯାଏ । ଏହି ଫିଲ୍ମରେ 'ପାନ୍ ଇଣ୍ଡିଆ' ତାରକା ପ୍ରଭାସ ଓ ପୂଜା ହେଗଡେ ଅଭିନୟ କରିଛନ୍ତି । ଏହି ଫିଲ୍ମରେ ସଚିନ୍ ଖେଡେକର, ଭାଗ୍ୟଶ୍ରୀ, ପ୍ରିୟଦର୍ଶୀ, ମୁରଲୀ ଶର୍ମା, ଶଶା ଛତ୍ରୀ, କୁନାଲ ରୟ କପୁର ଓ ଅନ୍ୟାନ୍ୟ କଳାକାର ଅଛନ୍ତି । ଏହି ଫିଲ୍ମଟି ଭୂଷଣ କୁମାର, ଭାମସି ଓ ପ୍ରମୋଦ ଦ୍ୱାରା ନିର୍ମିତ ।
ଏହି ଫିଲ୍ମଟି ହାଇଦ୍ରାବାଦ ବ୍ୟତୀତ ୟୁରୋପର ଅନେକ ସ୍ଥାନରେ ସୁଟିଂ କରାଯାଇଛି ଓ ଫିଲ୍ମର କିଛି ଦୃଶ୍ୟ ଜର୍ଜିଆରେ ମଧ୍ୟ ସୁଟିଂ କରାଯାଇଛି । ଏହି ଫିଲ୍ମ ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଓ କନ୍ନଡରେ ମୁକ୍ତିଲାଭ କରିବ ।






