ନକଲି ସୁନା ଚକ୍କରରେ ଫସିଲେ ବ୍ୟବସାୟୀ; ୨୦ ଲକ୍ଷ ଟଙ୍କା ଦେଇ କିଣିଲେ ସୁନେଲି ରଙ୍ଗର ଇଟା
ବାବୁଲ ନାମକ ଜଣେ ବ୍ୟକ୍ତି ଅହମ୍ମଦାବାଦରେ ନିଜ ବନ୍ଧୁଙ୍କୁ ଫୋନ କରି କହିଥିଲେ ଯେ ସେ ଘର ନିର୍ମାଣ ସମୟରେ ଖନନ ବେଳେ ଏକ ସୁନା ଇଟା ପାଇଛନ୍ତି ଓ ଯାହାକୁ ସେ ବିକ୍ରି କରିବାକୁ ଚାହୁଁଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ ତାଙ୍କ ଗାଁରେ କୌଣସି ଧନୀ ବ୍ୟକ୍ତି ନାହାଁନ୍ତି ଯାହାଫଳରେ ସେ ଏହାକୁ ବିକ୍ରି କରିପାରୁ ନାହାଁନ୍ତି ।
ନକଲି ସୁନା ଇଟା
- News18 Odia
- Last Updated: February 14, 2021, 11:26 AM IST
ଅହମ୍ମଦାବାଦ: କେହି ଜଣେ ସତ କହିଥିଲା ଯେ ଅନେକ ଥର ମଣିଷ ଅଧିକ ଲୋଭ ଯୋଗୁଁ ଫସିଯାଏ । ଏପରି ଏକ ମାମଲା ଅହମ୍ମଦାବାଦରେ ଦେଖିବାକୁ ମିଳିଛି । ଏଠାରେ ଜଣେ ବ୍ୟବସାୟୀଙ୍କୁ ୨୦ ଲକ୍ଷ ଟଙ୍କାର ଚୁନା ଲାଗିଛି । ବାସ୍ତବରେ ସେ ଏକ ନକଲି ସୁନା ଇଟାକୁ ଅସଲି ବୋଲି ଭାବି କିଣି ନେଇଥିଲେ । ତାଙ୍କୁ ଲାଗିଥିଲା ଯେ ସେ ୨.୫ କିଲୋଗ୍ରାମର ସୁନା ଇଟାକୁ (Gold Brick) ସେ ଶସ୍ତାରେ ପାଉଛନ୍ତି । ତେଣୁ ସେ ୨୦ ଲକ୍ଷ ଟଙ୍କା ଦେଇ ଏହାକୁ କିଣି ନେଇଥିଲେ । କିନ୍ତୁ ପରେ ଏହା ଜାଣିବାକୁ ପାଇଥିଲେ ଯେ ସେହି ସୁନା ଇଟାଟି ଅସଲି ନୁହେଁ ପୂରା ନକଲି ଅଟେ । ଏହି ପ୍ରସଙ୍ଗରେ ଅହମ୍ମଦାବାଦରେ ଏକ ଏଫଆଇଆର ଦାଖଲ କରାଯାଇଛି ।
ନକଲି ସୁନା ଇଟା
ଏହା ପରେ ପଞ୍ଚଲ ଆସାମକୁ ଯାଇଥିଲେ । ସେଠାରୁ ସେ କିଛି ସୁନା ନମୁନା ନେଇ ଅହମ୍ମଦାବାଦକୁ ଫେରିଥିଲେ । ଯାଞ୍ଚରୁ ପ୍ରଥମେ ଏହା ଜଣାପଡିଥିଲା ଯେ ଏହା ଅସଲି ସୁନା ଅଟେ । ଏହା ପରେ ପଞ୍ଚଲ ପୁଣିଥରେ ଫେବୃଆରୀ ୨ ରେ ଆସାମ ଯାଇଥିଲେ । ବାବୁଲ ତାଙ୍କଠାରୁ ଦୁଇଟି ମୋବାଇଲ୍ ଫୋନ୍ ମଧ୍ୟ ଡିମାଣ୍ଡ କରିଥିଲେ । ଏହାର ଦାମ୍ ୧୨ ହଜାର ଟଙ୍କା ଥିଲା । ଏହା ବ୍ୟତୀତ ସେ ସୁନା ଇଟା ପାଇଁ ୨୦ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ । କିନ୍ତୁ ସେ ଅହମ୍ମଦାବାଦକୁ ଫେରିବା ପରେ ଏହି ସୁନା ନକଲି ବୋଲି ଜଣାପଡିଥିଲା ।
ଅହମ୍ମଦାବାଦକୁ ଆସି ଏକ ସୁନା ଇଟା ନେଇ ନିଜର ପରିଚିତ ସୋନିଙ୍କୁ ଦେଖାଇବାକୁ ଗଲେ । ତା’ପରେ ସେ ଜାଣିବାକୁ ପାଇଥିଲେ ଯେ ସୁନା ଇଟାଟି ନକଲି ଅଟେ । ପୂରା ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେବା ପରେ ସେ ଖଡିଆ ପୋଲିସ ଷ୍ଟେସନରେ ତିନି ଜଣଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।






