ମମତାଙ୍କ 'ହାମ୍ବା ହାମ୍ବା, ରାମ୍ବା ରାମ୍ବା, କାମ୍ବା କାମ୍ବା' ସ୍ଲୋଗାନକୁ ନେଇ ଟ୍ୱିଟରରେ ମିମ୍ସ ଝଡ଼
ମମତାଙ୍କ ରାଲିର ଏକ ସାତ ସେକେଣ୍ଡର ଭିଡିଓ କ୍ଲିପ୍ ଭାଇରଲ ହେଉଛି ଯେଉଁଥିରେ ମମତା 'ହାମ୍ବା ହାମ୍ବା, ରାମ୍ବା ରାମ୍ବା, କାମ୍ବା କାମ୍ବା, ଡୁମ୍ବା ଡୁମ୍ବା, ବୁମ୍ବା ବୁମ୍ବା, ବାମ୍ବା ବମ୍ବା' କହୁଥିବାର ନଜର ଆସିଛନ୍ତି । ଏହାକୁ ନେଇ ଟ୍ୱିଟରରେ ଅନେକ ମିମ୍ସ ମଧ୍ୟ ସେୟାର କରାଯାଉଛି ।
ମମତାଙ୍କ 'ହାମ୍ବା ହାମ୍ବା, ରାମ୍ବା ରାମ୍ବା, କାମ୍ବା କାମ୍ବା' ସ୍ଲୋଗାନ ଭାଇରଲ
- News18 Odia
- Last Updated: February 11, 2021, 3:53 PM IST
ନୂଆ ଦିଲ୍ଲୀ: ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ ନିଜର ଭିନ୍ନ ସ୍ଲୋଗାନକୁ ବେଶ ଜଣାଶୁଣା । ତାହା ନିର୍ବାଚନ ହେଉ କିମ୍ବା କୌଣସି ରାଜନେତା ଓ ଆଇନକୁ ସମାଲୋଚନାକୁ ନେଇ ହେଉ । କିଛି ଦିନ ପୂର୍ବରୁ ଏହିପରି ଏକ ସ୍ଲୋଗାନ୍ 'କା କା ଛି ଛି' ଜୋରଦାର ଭାଇରାଲ୍ ହୋଇଥିଲା । ମମତା ବାନାର୍ଜୀଙ୍କ ଆଉ ଏକ ସ୍ଲୋଗାନ ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛି । ଯେଉଁଠାରେ ସେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୧୧ ସଂପର୍କରେ ଏକ ସ୍ୱତନ୍ତ୍ର ଶୈଳୀରେ ତୃଣମୂଳ କଂଗ୍ରେସର (TMC) କର୍ମୀଙ୍କୁ ସମ୍ବୋଧିତ କରୁଛନ୍ତି ।
ମମତାଙ୍କ ରାଲିର ଏକ ସାତ ସେକେଣ୍ଡର ଭିଡିଓ କ୍ଲିପ୍ ଯେଉଁଥିରେ ମମତା 'ହାମ୍ବା ହାମ୍ବା, ରାମ୍ବା ରାମ୍ବା, କାମ୍ବା କାମ୍ବା, ଡୁମ୍ବା ଡୁମ୍ବା, ବୁମ୍ବା ବୁମ୍ବା, ବାମ୍ବା ବମ୍ବା' କହୁଥିବାର ନଜର ଆସିଛନ୍ତି । ଏହାକୁ ନେଇ ଟ୍ୱିଟରରେ ଅନେକ ମିମ୍ସ ମଧ୍ୟ ସେୟାର କରାଯାଉଛି ।
Editor: Where's the article?
Me: pic.twitter.com/2fcysMxjJO
— Naila Inayat (@nailainayat) February 10, 2021
Me, trying to read my doctor's handwriting pic.twitter.com/oKf3wIFV6u
— Sagar (@sagarcasm) February 10, 2021
ସୂଚନାଯୋଗ୍ୟ ଯେ ପଶ୍ଚିମ ବଙ୍ଗର ୨୯୪ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ଚଳିତ ବର୍ଷ ଏପ୍ରିଲ-ମେ ମାସରେ ନିର୍ବାଚନ ହେବାକୁ ଯାଉଛି । ଯେଉଁଥିପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।






