Kangana Vs BMC: ବମ୍ବେ ହାଇକୋର୍ଟ କଙ୍ଗନା ରାଣାୱତଙ୍କ ଆବେଦନ ଉପରେ ସଞ୍ଜୟ ରାଉତଙ୍କଠାରୁ ମାଗିଲେ ଜବାବ
ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ କାର୍ଯ୍ୟାଳୟରେ ହୋଇଥିବା ଭଙ୍ଗାରୁଜା ମାମଲାରେ ଗୁରୁବାର ଦିନ ବମ୍ବେ ହାଇକୋର୍ଟ ଅଭିନେତ୍ରୀଙ୍କ ଆବେଦନ ଉପରେ ଶିବସେନା ନେତା ସଞ୍ଜୟ ରାଉତଙ୍କଠାରୁ ଜବାବ ମାଗିଛନ୍ତି ।
ସଞ୍ଜୟ ରାଉତ ଓ କଙ୍ଗନା ରାଣାୱତ (ଫାଇଲ ଫଟୋ)
- News18 Odia
- Last Updated: September 24, 2020, 6:47 PM IST
ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ (Kangana Ranaut) କାର୍ଯ୍ୟାଳୟରେ ହୋଇଥିବା ଭଙ୍ଗାରୁଜା ମାମଲାରେ ଗୁରୁବାର ଦିନ ବମ୍ବେ ହାଇକୋର୍ଟ (Bombay High Court) ଅଭିନେତ୍ରୀଙ୍କ ଆବେଦନ ଉପରେ ଶିବସେନା ନେତା ସଞ୍ଜୟ ରାଉତଙ୍କ (Sanjay Raut) ଠାରୁ ଜବାବ ମାଗିଛନ୍ତି । ଜଷ୍ଟିସ ଏସ.ଜେ କଥୱାଲା ଓ ଜଷ୍ଟିସ ଆର.ଆଇ ଚାଗଲାଙ୍କ ଏକ ବେଞ୍ଚ ବ୍ରିହନମ୍ବାଇ ମ୍ୟୁନିସିପାଲ କର୍ପୋରେସନର (BMC) ଏଚ-ୱାର୍ଡର ଅଧିକାରୀ ଭାଗ୍ୟବନ୍ତ ଲାତେଙ୍କୁ ମଧ୍ୟ ଆବେଦନ ଉପରେ ଜବାବ ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
କଙ୍ଗନାଙ୍କ ଓକିଲ ବୀରେନ୍ଦ୍ର ସରାଫ ମଙ୍ଗଳବାର କୋର୍ଟରେ ଏକ ଡିଭିଡି ଦାଖଲ କରିଛନ୍ତି ଯେଉଁଥିରେ ଶିବସେନା ନେତା ରାଉତଙ୍କ ଅଭିନେତ୍ରୀଙ୍କୁ ଧମକ ଦେଇଥିବା ଅଭିଯୋଗ ରହିଛି । ଏହା ପରେ ବେଞ୍ଚ ରାଉତ ଓ ଲାତେଙ୍କୁ ଏହି ମାମଲାରେ ପକ୍ଷ ହେବା ପାଇଁ ଅନୁମତି ଦେଇଥିଲା ।
ରାଉତଙ୍କ ଓକିଲ ପ୍ରଦୀପ ଥୋରାଟ ଶିବସେନାର ରାଜ୍ୟସଭା ସାଂସଦ ଏବେ ନୂଆଦିଲ୍ଲୀରେ ଅଛନ୍ତି ବୋଲି ଯୁକ୍ତି ଦର୍ଶାଇ ଜବାବ ଦାଖଲ କରିବାକୁ ଅତିରିକ୍ତ ସମୟ ପାଇଁ ନିବେଦନ କରିଥିଲେ । ଏଥି ସହିତ ବିଏମସିର ବରିଷ୍ଠ ଆଡଭୋକେଟ ଅନିଲ ସାଖରେ ମଧ୍ୟ ଲାତେଙ୍କ ଜବାବ ଦାଖଲ କରିବାକୁ ଅତିରିକ୍ତ ସମୟ ପାଇଁ ଅନୁରୋଧ କରିଥିଲେ ।
ଜଷ୍ଟିସ ଏସ.ଜେ କଥୱାଲା କହିଛନ୍ତି ଯେ ବେଞ୍ଚ ଶୁକ୍ରବାର ଠାରୁ ରାଣାୱତଙ୍କ ଆବେଦନ ଉପରେ ଶୁଣାଣି ଆରମ୍ଭ କରିବ ଓ କୋର୍ଟରେ ନିଜର ଯୁକ୍ତି ଉପସ୍ଥାପନ କରିବା ପୂର୍ବରୁ ରାଉତ ତାଙ୍କ ଉତ୍ତର ଦାଖଲ କରିପାରିବେ ।
ବେଞ୍ଚ କହିଛନ୍ତି ଯେ ସୋମବାର ସୁଦ୍ଧା ବିଏମସି (BMC) ଲାଥେଙ୍କ ତରଫରୁ ଉତ୍ତର ଦାଖଲ କରିବା ଉଚିତ । ସେ କହିଛନ୍ତି ଯେ ଏହି ଶୁଣାଣି ବିଳମ୍ବ କରିପାରିବେ ନାହିଁ । ବେଞ୍ଚ କହିଛନ୍ତି ଯେ ଆମେ ଭାଙ୍ଗି ଦେଇଥିବା ଘରକୁ ଏପରି ଛାଡି ପାରିବୁ ନାହିଁ । କୋଠାଟି ଆଂଶିକ ଭାଙ୍ଗିଯାଇଛି ଓ ପ୍ରବଳ ମୌସୁମୀ ସମୟରେ ତାକୁ ସମାନ ଅବସ୍ଥାରେ ଛାଡି ଦିଆଯାଇପାରିବ ନାହିଁ । ଆସନ୍ତାକାଲିଠାରୁ ଆମେ ଆବେଦନ ଉପରେ ଶୁଣାଣି ଆରମ୍ଭ କରିବୁ ।






