India-China Clash: ପୂର୍ବ ଲଦାଖରେ ଭାରତ ଓ ଚୀନ୍ ସୈନ୍ୟଙ୍କ ମଧ୍ୟରେ ପୁଣି ସଂଘର୍ଷ ହେଲା
ଭାରତୀୟ ସେନା ଅନୁଯାୟୀ ପିପୁଲ୍ସ ଲିବରେସନ୍ ଆର୍ମି (PLA) ସୈନିକ ମାନେ ପ୍ରଥମ ରାଜି ହୋଇଥିବା ସୀମା ସମ୍ମତିକୁ ଉଲ୍ଲଂଘନ କରି ପୂର୍ବ ଲଦାଖରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ଏହା ପରେ ଭାରତୀୟ ସେନା ପାଙ୍ଗୋ ଓ ପାଙ୍ଗୋଙ୍ଗ ହ୍ରଦ (Pangong Lake) ଅଞ୍ଚଳରେ ଚୀନର ପ୍ରବେଶ ଅଟକାଇ ଥିଲା ।
ପୁଣି ଭାରତ-ଚୀନ୍ ସେନା ମଧ୍ୟରେ ସଂଘର୍ଷ
- News18 Odia
- Last Updated: August 31, 2020, 12:11 PM IST
ନୂଆ ଦିଲ୍ଲୀ: ପୂର୍ବ ଲଦାଖରେ (East Ladakh) ପୁଣି ଥରେ ଭାରତୀୟ ସୈନିକ ଓ ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷ ହେବାର ଖବର ଆସିଛି । ସେନାର ସୂଚନାନୁସାରେ ପିପୁଲ୍ସ ଲିବରେସନ୍ ଆର୍ମିର (PLA) ସୈନ୍ୟମାନେ ପୂର୍ବ ସହମତି ସୀମାକୁ ଉଲ୍ଲଂଘନ କରି ପୂର୍ବ ଲଦାଖରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ଯାହା ପରେ ଭାରତୀୟ ସେନା ଚୀନ୍ ସୈନ୍ୟମାନଙ୍କୁ ପାଙ୍ଗୋ ଓ ପାଙ୍ଗୋଙ୍ଗ ହ୍ରଦ (Pangong Lake) ଅଞ୍ଚଳରେ ପ୍ରବେଶ କରିବାକୁ ବାରଣ କରିଥିଲା । ଏହା ପରେ ମଧ୍ୟ ଯେତେବେଳେ ଚୀନ୍ ସୈନ୍ୟମାନେ ଅଟକିବାକୁ ପ୍ରସ୍ତୁତ ନ ହେଲେ ସେତେବେଳେ ଭାରତୀୟ ସୈନିକମାନେ ସେମାନଙ୍କୁ ଅଟକାଇବାକୁ ବାଧ୍ୟ ହୋଇଥିଲେ । ଯାହା ଦ୍ୱାରା ଦୁଇ ଦେଶର ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ।
ସେନା ଅଧିକାରୀ କହିଛନ୍ତି ଯେ ଭାରତୀୟ ସେନା କଥାବାର୍ତ୍ତା ମାଧ୍ୟମରେ ସୀମାରେ ଶାନ୍ତି ବଜାୟ ରଖିବାକୁ ଚାହୁଁଛି କିନ୍ତୁ ଏହା ସହ ଏହାର ଆଞ୍ଚଳିକ ଅଖଣ୍ଡତା ରକ୍ଷା କରିବାକୁ ସମାନ ଭାବରେ ସଂକଳ୍ପବଦ୍ଧ । ଯେତେବେଳେ ଦୁଇ ଦେଶ ମଧ୍ୟରେ ସୀମା ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ବ୍ରିଗେଡ୍ କମାଣ୍ଡର ସ୍ତରର ଏକ ପତାକା ବୈଠକ ଚାଲିଛି, ଏହି ସମୟରେ ଚୀନ୍ ସେନା ଦ୍ୱାରା ଏପରି ପ୍ରୟାସ କରାଯିବା ଠିକ୍ ନୁହେଁ।






