ଅମିତ ଶାହ EXCLUSIVE: ‘‘ବିହାରରେ BJP ବେଶୀ ସିଟରେ ଜିତିବ, ତଥାପି ନୀତୀଶ କୁମାର ହିଁ CM ହେବେ’’
ସାରା ଦେଶ ଭଳି ବିହାରରେ ବି ଏକ ମୋଦୀ ଲହର ଏବେ ରହିଛି ବୋଲି କହିଛନ୍ତି ଅମିତ ଶାହ । ସେହି ଲହର NDA ଗଠବନ୍ଧନର ସହଯୋଗୀମାନଙ୍କୁ ସମାନ ଭାବେ ସାହାଯ୍ୟ କରିବ । NDA ମେଣ୍ଟ ଭାଙ୍ଗିବ ନାହିଁ ବୋଲି ସେ କହିଛନ୍ତି ।
ଅମିତ ଶାହ (ଫାଇଲ୍ ଫଟୋ)
- News18 Odia
- Last Updated: October 17, 2020, 10:24 PM IST
ନୂଆ ଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ (Bihar Assembly elections) ବିଜେପି ଓ ଜେଡିୟୁ ମଧ୍ୟରେ ବିବାଦ ଲାଗି ରହିଥିବା ଅନୁମାନ ଉପରେ ଗୃହ ମନ୍ତ୍ରୀ ଅମିତ ଶାହା (Home Minister Amit shah) ପୂର୍ଣ୍ଣ ବିରାମ ଲଗାଇଛନ୍ତି । ବିହାର ନିର୍ବାଚନ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଅମିତ ଶାହା ଶନିବାର କହିଛନ୍ତି, ‘‘ଯିଏ ବି ଭୁଲ୍ ଧାରଣା ପ୍ରଚାର କରିବାକୁ ଚେଷ୍ଟା କରୁଛି, ମୁଁ ଆଜି ତାହା ଉପରେ ଏକ ବଡ ପୂର୍ଣ୍ଣଚ୍ଛେଦ ଲଗାଇବାକୁ ଚାହୁଁଛି । ନୀତୀଶ କୁମାର (Nitish Kumar) ବିହାରର ପରବର୍ତ୍ତୀ ମୁଖ୍ୟ ମନ୍ତ୍ରୀ ହେବେ।’’
ଶାହା କହିଛନ୍ତି ଯେ ସାରା ଦେଶ ଭଳି ବିହାରରେ ବି ଏକ ମୋଦୀ ଲହର ଏବେ ରହିଛି, ଆଉ ତାହା NDA ଗଠବନ୍ଧନର ସହଯୋଗୀମାନଙ୍କୁ ସମାନ ଭାବରେ ସାହାଯ୍ୟ କରିବ । ଶାହା କହିଛନ୍ତି ଯେ ନୀତୀଶ କୁମାର ବିଜେପିର ପୁରୁଣା ସାଥୀ, ତେଣୁ NDA ମିଳିତ ମଞ୍ଚ ଭାଙ୍ଗିଯିବାର କୌଣସି କାରଣ ନାହିଁ ।

ନ୍ୟୁଜ୍ ୧୮ ନେଟୱାର୍କର ଗୃପ୍ ସମ୍ପାଦକ ରାହୁଲ ଯୋଶୀଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାରରେ ଅମିତ ଶାହ
ଏହା ବି ପଢ଼ନ୍ତୁ | LPG ସିଲିଣ୍ଡର ଉପରେ ୧ ନଭେମ୍ବରରୁ ଲାଗୁ ହେବାକୁ ଯାଉଛି ଏହି ନୂଆ ନିୟମ; ଜାଣନ୍ତୁ କିଏ ପାଇବେ ଛାଡ଼
‘‘ମୁଁ ବିହାରର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ରହୁଥିବା ଲୋକଙ୍କଠାରୁ ଫିଡବ୍ୟାକ୍ ନେଇଛି। ମାର୍ଚ୍ଚରୁ ଛଠ୍ ପର୍ବ ପର୍ଯ୍ୟନ୍ତ ରାଜ୍ୟରେ ବଣ୍ଟାଯାଇଥିବା ଖାଦ୍ୟଶସ୍ୟ ପାଇଁ କାହା ଠାରୁ ଟଙ୍କା ନିଆଯାଇ ନ ଥିଲା । ତାହା ସମ୍ପୂର୍ଣ୍ଣ ମାଗଣା ଥିଲା । ବିହାରର ଲୋକେ କେବେ ବି ଭୁଲିଯିବେ ନାହିଁ ଯେ ନୀତୀଶ କୁମାର ସେମାନଙ୍କର ବିହାରକୁ ଫେରିବା ପାଇଁ କିପରି ସୁନ୍ଦର ବ୍ୟବସ୍ଥା କରିଥିଲେ, ସେମାନଙ୍କ ଯାତ୍ରା ପାଇଁ ଅର୍ଥ ପ୍ରଦାନ କରିଥିଲେ, ପ୍ରବାସୀ ଶ୍ରମିକମାନଙ୍କୁ ପ୍ରତି ବ୍ୟକ୍ତି ୧,୦୦୦ ଟଙ୍କା ଆର୍ଥିକ ସହାୟତା ଦେଇଥିଲେ,’’ କହିଛନ୍ତି ଶାହ ।
ଏହା ବି ପଢ଼ନ୍ତୁ | ଅପରାଜିତାଙ୍କ ଅଫିସ୍ ସିଲିଂ: ସୁର ରାଉତରାୟ କହିଲେ, ‘‘ସେ ନାଚିଲେ, ଗାଇଲେ, କ’ଣ ଭାସିଗଲା ସେଇଠୁ?’’
ଆଗକୁ ବିଜେପି ଏକା ନିର୍ବାଚନ ଲଢ଼ିବାର ଅଟକଳ ଉପରେ ସେ କହିଛନ୍ତି, ‘‘ଦଳ ଗୋଟିଏ ସ୍ଥାନରେ କେତେ ବିସ୍ତାର କରିଛି, ତାହା ଉପରେ ସେଇଟା ନିର୍ଭର କରିବ । ଏନଡିଏ ଗଠନ ହେବା ଦିନ ଠାରୁ ନୀତୀଶ କୁମାର ଆମର ସାଥୀ ହୋଇ ରହିଛନ୍ତି । ମେଣ୍ଟ ଭାଙ୍ଗିବାର କୌଣସି କାରଣ ନାହିଁ । ମଝିରେ କିଛି ଗଡ଼ବଡ଼ ହୋଇଥିଲା । କିନ୍ତୁ କେବଳ ନିଜ ଦଳକୁ ବିସ୍ତାର କରିବା ପାଇଁ ଏକା ନିର୍ବାଚନ ଲଢ଼ିବା ଉଚିତ ନୁହେଁ । ମେଣ୍ଟର ଗୋଟିଏ ଧର୍ମ ଅଛି, ଆଉ ଆମେ ସେହି ଧର୍ମକୁ ଅନୁସରଣ କରିଛୁ। ଉପରେ ମୋଦୀ ଜୀ, ତଳେ ନୀତୀଶଜୀ, ଏହି ଡବଲ ଇଞ୍ଜିନ୍ ସରକାର ବିହାରର ବିକାଶକୁ ତ୍ୱରାନ୍ୱିତ କରିବ ।’’
ଶାହାଙ୍କ ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ କେନ୍ଦ୍ରରେ ଥିବା ଏନଡିଏର ସାଥୀ ଲୋକ ଜନଶକ୍ତି ପାର୍ଟି (LJP) ବିହାରରେ ନିଜକୁ ମେଣ୍ଟରୁ ଅଲଗା କରିଛି । ଜେଡିୟୁ ବିରୋଧରେ ପ୍ରାର୍ଥୀ ଦେବାକୁ ବି ଏଲଜେପି ଘୋଷଣା କରିଛି।






