ନବୀନ ଖୋଲି କହିଲେ ମନର କଥା: ‘‘ଜାତୀୟ ଦଳଗୁଡ଼ିକ ରାଜ୍ୟ ପାଇଁ ହିତକର ନୁହଁନ୍ତି’’
ଜାତୀୟ ଦଳମାନେ ଗୋଟିଏ ଭାଷା ଓ ଗୋଟିଏ ସଂସ୍କୃତିର ନୀତିରେ ବିଶ୍ୱାସ କରନ୍ତି ଓ ରାଜ୍ୟମାନଙ୍କର ସ୍ବତନ୍ତ୍ର ପରିଚୟକୁ ଅଣଦେଖା କରି ସେହି ନୀତିକୁ ସମସ୍ତଙ୍କ ଉପରେ ଲଦି ଦିଅନ୍ତି ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।
ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ନିଜ ବକ୍ତବ୍ୟ ରଖୁଛନ୍ତି ନବୀନ ।
- News18 Odia
- Last Updated: December 18, 2020, 10:02 PM IST
ଭୁବନେଶ୍ୱର: ନିର୍ବାଚନ ଜିତି ପଞ୍ଚମ ଥର ସରକାରକୁ ଆସିବାର ଦେଢ଼ ବର୍ଷ ପରେ ଜାତୀୟ ଦଳମାନଙ୍କୁ କୋଠର ସମାଲୋଚନା କରିଛନ୍ତି ମୁଖ୍ୟ ମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ । ଶୁକ୍ରବାର ଦିନ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆଞ୍ଚଳିକ ଦଳ ଓ ଜାତୀୟ ଦଳଙ୍କ ମଧ୍ୟରେ କାହର ଅଧିକ ଗୁରୁତ୍ୱ ସେ ସମ୍ପର୍କରେ ନବୀନ ବୁଝେଇଥିଲେ ଓ ଆଞ୍ଚଳିକ ଦଳଗୁଡ଼ିକୁ ରାଜ୍ୟ ପାଇଁ ଅଧିକ ମହତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ।
‘‘ଜାତୀୟ ଦଳର ମୁଖ୍ୟ ଲକ୍ଷ୍ୟ କଣ? ନିର୍ବାଚନ ଜିତିବା, କ୍ଷମତା ଅଧିକାର କରିବା ଓ କେନ୍ଦ୍ରରେ ସରକାର ଗଢ଼ିବା । ଜାତୀୟ ଦଳର ରାଜ୍ୟ ନେତୃତ୍ବର ମୁଖ୍ୟ ଲକ୍ଷ୍ୟ କଣ? ସେମାନଙ୍କର ମୂଳ ଲକ୍ଷ୍ୟ ହେଲା ଜାତୀୟ ନେତୃତ୍ବକୁ ଖୁସି କରିବା ଓ ମନ୍ତ୍ରୀ ହେବା ବା କିଛି ବଡ଼ ପଦବୀ ପାଇବା । ଇତିହାସ କହୁଛି ଯେ ଜାତୀୟ ଦଳର ମୁଖ୍ୟ ଲକ୍ଷ୍ୟ ହେଉଛି – Mainstreaming agenda. କେବଳ ଏହି mainstreaming ଜରିଆରେ ହିଁ ସେମାନେ ଅଧିକ ଭୋଟ ପାଇପାରିବେ,’’ ନିଜ ଅଭିଭାଷଣରେ କହିଥିଲେ ପଟ୍ଟନାୟକ ।
ଏହା ବି ପଢ଼ନ୍ତୁ | ମୁମ୍ବାଇର ମଡେଲ୍ କହିଲେ ଝାଡ଼ଖଣ୍ଡ CM ହେମନ୍ତ ସୋରେନ ତାଙ୍କୁ ବଳତ୍କାର କରିଥିଲେ

‘‘ଆମ ପାଇଁ ଆମ ଭାଷା ଓଡ଼ିଆ, ହିନ୍ଦୀ ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ,’’ କହିଛନ୍ତି ନବୀନ ।
ଏହି ତୁଳନା କ୍ରମରେ ସେ ଆହୁରି କହିଥିଲେ, ‘‘ଆମ ପାଇଁ ଆମ ଭାଷା ଓଡ଼ିଆ, ହିନ୍ଦୀ ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ । ଆମ ପାଇଁ ମହାନଦୀ ଅନ୍ୟ ନଦୀ ଠାରୁ ଅଧିକ ପବିତ୍ର । ଆମ ପାଇଁ ଓଡ଼ିଶୀ ସଙ୍ଗୀତ ହେଉଛି ଶାସ୍ତ୍ରୀୟ ସଙ୍ଗୀତ । ଆମ ପାଇଁ କୋଶଳୀ ଓ ହୋ ଭାଷା ହେଉଛି ପ୍ରମୁଖ ଭାଷା । ଆମ ପାଇଁ ଆଦିବାସୀମାନଙ୍କର ସମୃଦ୍ଧ ବିବିଧତା ଆମର ଶକ୍ତି। ଆମ ପାଇଁ ସମ୍ବଲପୁରୀ ହସ୍ତତନ୍ତ ହେଉଛି ବିଶ୍ବସ୍ତରୀୟ । କିନ୍ତୁ ଗୋଟିଏ ଜାତୀୟ ଦଳ ପାଇଁ ଏହାର କିଛି ମୂଲ୍ୟ ନାହିଁ ।’’
ଏହା ବି ପଢ଼ନ୍ତୁ | ରାଖୀ ସାୱନ୍ତ ଜାଲିଆତିର ଶିକାର ହେଲେ; ପାଖରେ ଟଙ୍କାଟିଏ ନାହିଁ… ନିଜ ଦୁଃଖ କହିଲେ
ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ଭିଡିଓ କନଫେରେନସିଂରେ ସମ୍ବୋଧିତ କରି ପଟ୍ଟନାୟକ କହିଥିଲେ ଯେ ଯୁବ ଶକ୍ତି ହେଉଛି ରାଷ୍ଟ୍ରର ସବୁ ଠାରୁ ବଡ଼ ଶକ୍ତି । ‘‘ଆପଣମାନଙ୍କ ଜରିଆରେ ଓଡ଼ିଶାର ଯୁବ ବନ୍ଧୁମାନଙ୍କୁ ମୁଁ ମୋ ମନ କଥା କହୁଛି,’’ କହି ସେ ନିଜ ଅଭିଭାଷଣ ଆରମ୍ଭ କରିଥିଲେ ।
‘‘ଆମ ଓଡିଶା ସ୍ବତନ୍ତ୍ର (Unique) କାହିଁକି? ଓଡ଼ିଶା ହେଉଛି ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ । ସେଇଥି ପାଇଁ ଓଡ଼ିଆ ଭାଷା ସ୍ବତନ୍ତ୍ର । ଆମ କଳା, ସଂସ୍କୃତି ଓ ଐତିହ୍ୟ ସ୍ବତନ୍ତ୍ର । ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ସ୍ବତନ୍ତ୍ର । ତାଙ୍କ ପୂଜା, ତାଙ୍କ ସଂସ୍କୃତି ହେଉଛି ଆମ ଜୀବନ ଧାରା । ମହାନଦୀ ଆମ ଜୀବନ ରେଖା । ମହାନଦୀର ପାଣି ପ୍ରତି ଓଡ଼ିଆଙ୍କ ଦେହରେ ଆଶୀର୍ବାଦ ହୋଇ ବହିଚାଲିଛି । ଆମ ଓଡ଼ିଶା ପ୍ରଚୁର ଖଣିଜ ସଂପଦରେ ଭରପୂର । ଆମର ସମୃଦ୍ଧ ଓ ବିବିଧ ଆଦିବାସୀ ସଂସ୍କୃତି ହେଉଛି ଆମର ଶକ୍ତି,’’ କହିଥିଲେ ପଟ୍ଟନାୟକ ।

ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର
ଓଡ଼ିଶାର ସ୍ବତନ୍ତ୍ର ଐତିହ୍ୟର ସୁରକ୍ଷା ପାଇଁ ଜାତୀୟ ଦଳର ରାଜ୍ୟ ନେତାମାନଙ୍କର ଇଚ୍ଛା ଓ କଣ୍ଠସ୍ୱର ନାହିଁ ବୋଲି ସେ ଜୋର୍ ଦେଇ କହିଥିଲେ । ‘‘ଜାତୀୟ ଦଳର centralised hierarchyରେ ଏ ବିଷୟରେ ଉଠାଇବା ପାଇଁ ଇଚ୍ଛା ବି ନାହିଁ । ରାଜ୍ୟର କଂଗ୍ରେସ ସରକାର ସବୁ ବେଳେ ଦିଲ୍ଲୀରୁ ରିମୋଟ କଣ୍ଟ୍ରୋଲ ଦ୍ବାରା ଚାଲୁଥିଲା । ବିଜେପି ଶାସିତ ରାଜ୍ୟମାନେ ମଧ୍ୟ ସେମାନଙ୍କ ଜାତୀୟ ନେତୃତ୍ବର ନିର୍ଦ୍ଦେଶରେ କାମ କରୁଛନ୍ତି । ଏହାକୁ ଗୋଟିଏ ଆଞ୍ଚଳିକ ଦଳ ଦ୍ବାରା ପରିଚାଳିତ ଓଡ଼ିଶା ସହିତ ତୁଳନା କରନ୍ତୁ । ବିଜୁ ଜନତା ଦଳ ଗୋଟିଏ ଆଞ୍ଚଳିକ ଦଳ ଭାବରେ ଓଡିଶାର ସ୍ବତନ୍ତ୍ର ପରିଚୟର ପ୍ରଚାର ଓ ପ୍ରସାର ପାଇଁ କାମ କରୁଛି,’’ ସେ କହିଥିଲେ ।
ଏହା ବି ପଢ଼ନ୍ତୁ | ହାତ ପାପୁଲିରେ ଯଦି ଏମିତି ଚିହ୍ନ ଅଛି ତାହେଲେ ସାଧାରଣତଃ ପ୍ରେମିକ/ପ୍ରେମିକା ଠାରୁ ଧୋକା ମିଳେ
‘‘ଆମର ଦିଲ୍ଲୀରେ କେହି boss ନାହାନ୍ତି । ଓଡ଼ିଶାବାସୀ ହେଉଛନ୍ତି ଆମର boss । ଆମେ କେବଳ ଓଡ଼ିଶାବାସୀଙ୍କ ପାଇଁ କାମ କରୁଛୁ ଓ ସେମାନଙ୍କ ଅଧିକାର ପାଇଁ କାମ କରୁଛୁ । ମହାନଦୀ ପାଣି ପାଇଁ ଆମେ ଲଢେଇ କରୁଛୁ । ଆମେ ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଲଢେଇ କରୁଛୁ । କୋଶଳୀ ଓ ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ସିଡୁଲରେ ସାମିଲ କରିବା ପାଇଁ ଲଢେଇ କରୁଛୁ । ଓଡ଼ିଶାର ଖଣିଜ ସଂପଦର ଲାଭ ଯେପରି ଓଡ଼ିଶା ଓ ଓଡ଼ିଶାବାସୀ ପାଇବେ, ସେଥି ପାଇଁ ଆମେ ଲଢେଇ କରୁଛୁ,’’ କହିଥିଲେ ପଟ୍ଟନାୟକ ।
ଏହା ବି ପଢ଼ନ୍ତୁ | ଶୀତଦିନେ ନିଜ ଶିଶୁକୁ ଗାଧୋଇଦେବା ବେଳେ ଏହି କଥାଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ
ମୁଖ୍ୟ ମନ୍ତ୍ରୀଙ୍କ ଏହି ଭାଷଣର ଜବାବରେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ ଯୁବ ବିଜେଡ଼ିକୁ ପ୍ରୋତ୍ସାହନ ଦେବା ପାଇଁ ପଟ୍ଟନାୟକ ଲୋକଙ୍କୁ ଭ୍ରମିତ କରିବାର ଚେଷ୍ଟା କରୁଛନ୍ତି ।
‘‘୨୦୧୪ରୁ ମୋଦି କ୍ଷମତାକୁ ଆସିବା ପର ଠାରୁ ସବୁ ଠୁ ଅଧିକ ଓଡ଼ିଶା ଉପରେ ସେ ଫୋକସ୍ କରିଛନ୍ତି । ଆଶାରୁ ଅଧିକ ଅନୁଦାନ ଦେଇଛନ୍ତି ଓଡ଼ିଶାକୁ । ଫନି ଓ ଅମ୍ଫାନ ପରି ବାତ୍ୟା ପରେ ଆକାଶ ମାର୍ଗରେ ପରିକ୍ରମା କରୁ କରୁ ଅନୁଦାନ ଘୋଷଣା କରିଥିଲେ ମୋଦି । ରେଳବାଇ ପାଇଁ ବି କେନ୍ଦ୍ର ଅଧିକ ଅର୍ଥ ଦେଉଛି... ଖାଲି ଯୁବ ବିଜେଡ଼ିକୁ ପ୍ରୋତ୍ସାହନ ଦେବା ପାଇଁ ଭ୍ରମିତ କରନ୍ତୁନି… ମାଗିବା ପୂର୍ବରୁ କେନ୍ଦ୍ର ଅର୍ଥ ଦେଉଛି... ଓଡ଼ିଶାବାସୀ ଆପଣଙ୍କ କଥାରେ ଭ୍ରମିତ ହେଉନାହାନ୍ତି, ବରଂ ପାଲଟା ପ୍ରଶ୍ନ କରୁଛନ୍ତି । କେନ୍ଦ୍ର ଟଙ୍କା କୁଆଡେ ଗଲା? ଏ ସବୁ କଥାକୁ ଭୁଲାଇଦେବା ପାଇଁ ମୁଖ୍ୟ ମନ୍ତ୍ରୀ ଏଭଳି ଏକ ବିବୃତି ରଖିଛନ୍ତି । ଯଦି ଓଡ଼ିଆ ଅସ୍ମିତା ଓ ସଂସ୍କୃତିକୁ ସତରେ ଭଲ ପାଉଛ ତା’ହାଲେ କଣ ପାଇଁ ରଥ ଯାତ୍ରା ବନ୍ଦ କରିବାକୁ ଚକ୍ରାନ୍ତ କରୁଥିଲ?’’ ପଚାରିଛନ୍ତି ସାମନ୍ତସିଂହାର ।






