ଭୁବନେଶ୍ୱରରେ ବେଆଇନ୍ ନିର୍ମାଣ ଭାଙ୍ଗିବା ଆରମ୍ଭ କଲେ BMC ଓ BDA; ଆଗାମୀ ତାଲିକା ପ୍ରସ୍ତୁତ
କରୋନା ସଂକ୍ରମଣ ଯୋଗୁଁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ବନ୍ଦ ଥିଲା; ପୁଣି ଆରମ୍ଭ ହୋଇଛି । ନୂଆଗାଁ ରଘୁନାଥପୁର ଓ ଗାଡ଼କଣ ମହିମା ନଗର ବେଆଇନ୍ ନିର୍ମାଣ ଭାଙ୍ଗିଦେବା ପରେ ଆଉ କିଛି ସ୍ଥାନରେ ଉଚ୍ଛେଦ ପାଇଁ BDA ଓ BMC ପ୍ରସ୍ତୁତ ହେଉଛନ୍ତି ।
ନୂଆଗାଁରେ ଉଚ୍ଛେଦ ସମୟରେ ପୋଲିସ କର୍ମୀମାନେ ଉପସ୍ଥିତ ଥିଲେ ।
- News18 Odia
- Last Updated: November 12, 2020, 9:05 PM IST
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ପାଇଁ ଏହି ବର୍ଷ ଆରମ୍ଭରୁ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଥିବା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା କରୋନା ଯୋଗୁଁ ଅଧାରୁ ବନ୍ଦ ରହିଥିଲା । ହେଲେ ଏବେ ତାହା ପୁଣି ଆରମ୍ଭ ହୋଇଛି । ବିଡିଏ ଓ ବିଏମସିର ଏକ ମିଳିତ ସ୍କ୍ୱାର୍ଡ଼ ନୂଆଗାଁ ରଘୁନାଥପୁର ମୌଜାରେ ଏକ ସରକାରୀ ପ୍ଲଟରେ ଥିବା ପୂଜା ମଣ୍ଡପ ଓ ଗାଡ଼କଣ ମହିମା ନଗର ବସ୍ତିରେ ପାଞ୍ଚରୁ ଅଧିକ ଘର ଭାଙ୍ଗିଦେଇଛନ୍ତି ।
ଭୁବନେଶ୍ୱର ତହସିଲ ଅଧୀନ ନୂଆଗାଁ ରଘୁନାଥପୁର ମୌଜାର ପ୍ଲଟ ନମ୍ବର ୨୨ରେ ଉପରେ ଥିବା ପୂଜା ମଣ୍ଡପକୁ ବୁଧବାର ଦିନ ଭାଙ୍ଗି ଦେଇଥିଲା ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଆସିଥିବା ଏକ ଏନ୍ଫୋର୍ସମେଣ୍ଟ ଟିମ୍ । ଗତ ୨୦ ବର୍ଷ ହେଲା ନୂଆଗାଁ ରୋଡ଼ ବଜ଼ାର କମିଟି ଏଠାରେ ବିଭିନ୍ନ ପୂଜା ଆୟୋଜନ କରିଆସୁଥିଲା । ସରକାରୀ ଜମି ଉପରେ ଏହି ମଣ୍ଡପ ଠିଆ ହୋଇ ଥିବାରୁ ଏହା ବେଆଇନ ଥିଲା ।
ଏହା ବି ପଢ଼ନ୍ତୁ | ୧୦ ମାସର ଶିଶୁ ପୁତ୍ରକୁ ଧରି ଥାନାରେ କର୍ତ୍ତବ୍ୟ ପାଳନ କରୁଛନ୍ତି ମହିଳା କନଷ୍ଟେବଲ୍; ତାଙ୍କ ସ୍ୱାମୀ ସେନାରେ କାର୍ଯ୍ୟରତ

ଉଚ୍ଛେଦକୁ ବିରୋଧ କରି ଧାରଣାରେ ବସିଥିଲେ କେତେକ ଲୋକ ।
‘‘ପୂଜା ମଣ୍ଡପ ଭାଙ୍ଗିବା ଅର୍ଡ଼ର ଆଜିର ନୁହେଁ; ଅନେକ ଦିନରୁ ହୋଇଛି । କରୋନା ଯୋଗୁଁ କାମ ବନ୍ଦ ରହିଥିଲା । ଆଗରୁ ଅନେକ ବିଳମ୍ବ ହୋଇସାରିଛି। ଲୋକଙ୍କୁ ପୂର୍ବରୁ ଅବଗତ କରାଯାଇଥିଲା,’’ କହିଛନ୍ତି ଭୁବନେଶ୍ବର ଉପଜିଲ୍ଲାପାଳ ଦେବବ୍ରତ ସାହୁ ।
ଏହା ବି ପଢ଼ନ୍ତୁ | ବିବାହିତା ଶିକ୍ଷୟତ୍ରୀ ୧୫ ବର୍ଷୀୟ ଛାତ୍ର ସହ ଶାରୀରିକ ସମ୍ପର୍କ ରଖିଲେ, କହିଲେ, ‘‘ମୁଁ ଗର୍ଭବତୀ ହେଲି’’
ଉଚ୍ଛେଦ ବେଳେ ନୂଆଗାଁ ବଜାର କମିଟିର ସଦସ୍ୟ ମାନେ ଜୋରଦାର୍ ବିରୋଧ କରିଥିଲେ । ଜେସିବି ମେସିନ ସାମ୍ନାରେ ବସି ଧାରଣା ଦେଇଥିଲେ । ଗତ ୨୦ବର୍ଷ ଧରି ଏହି ମଣ୍ଡପରେ ବିଭିନ୍ନ ପୂଜା ହୋଇଆବୁଛି। ଓ ଆଗକୁ କାଳୀ ପୂଜା ବି ହେବ ବୋଲି କହିଥିଲେ ସେମାନେ । ଏଭଳି ସ୍ଥିତିରେ ବିନା ନୋଟିସ ଓ କୌଣସି ଆଲୋଚନା ବିନା ସରକାର ଉଛେଦ କରୁଥିବା ଅଭିଯୋଗ କରିଥିଲେ ପୂଜା ମଣ୍ଡପ ସଦସ୍ୟମାନେ ।

ଉଚ୍ଛେଦ ହୋଇଥିବା ପୂଜା ମଣ୍ଡପ ଅଞ୍ଚଳର ଏକ ଦୃଶ୍ୟ
ଲୋକମାନଙ୍କ ଏହି ବିରୋଧକୁ ସମର୍ଥନ କରି କଂଗ୍ରେସର କେତେକ ନେତା ବି ଧାରଣାକୁ ଓହ୍ଲାଇଥିଲେ । ପୋଲିସ ସହ ଧସ୍ତାଧସ୍ତି ବି ହୋଇଥିଲା । ବିରୋଧ ପ୍ରଦର୍ଶନକାରୀଙ୍କୁ ପୋଲିସ ଗିରଫ କରିଥିଲା ଓ ଉଚ୍ଛେଦ କାର୍ଯ୍ୟ ସମ୍ପାଦନ କରିଥିଲା ।
ଏହା ବି ପଢ଼ନ୍ତୁ | ଅନୁପ ଜଲୋଟା ହନି ସିଂଙ୍କୁ ଟକ୍କର ଦେଲେ, ଜସଲିନଙ୍କ ସହ ନୂଆ ଅବତାରରେ ଦେଖାଦେଲେ
ପୂଜା ମଣ୍ଡପ ପଛ ପଟେ କିଛି ପ୍ରାଇଭେଟ ପ୍ଲଟ୍ ଥିବାରୁ ସେହି ଜାଗା ମାଲିକମାନେ ଘର ତିଆରି କରିପାରୁନାହାନ୍ତି । ତାଙ୍କ ପ୍ଲଟକୁ ଯିବାକୁ ରାସ୍ତା ନାହିଁ । ତେଣୁ ସେମାନେ ଭୁବନେଶ୍ୱର ତହସିଲଦାରଙ୍କ ପାଖରେ ଏହି ଜାଗା ଉପରୁ ଜବରଦଖଲ ହଟାଇବା ଲାଗି ବାରମ୍ବାର ଅଭିଯୋଗ କରିଥିଲେ । ଘଟଣା ସ୍ଥଳରେ ବିଡିଏର ଏନ୍ଫୋର୍ସମେଣ୍ଟ ଟିମ, ସାଧାରଣ ପ୍ରଶାସନ ବିଭାଗର କର୍ମଚାରୀ ଓ କମିଶନରେଟ ପୋଲିସର ଅଧିକାରୀମାନେ ଉପସ୍ଥିତ ଥିଲେ ।
‘‘ବିନା ନୋଟିସ ଓ ବିନା ଆଲୋଚନାରେ ସରକାରୀ କଳ ପୁଜା ମଣ୍ଡପ ଭାଙ୍ଗିବାକୁ ଜେସିବି ଲଗାଇଛି । ଚାରି ଦିନ ସମୟ ମାଗିଲେ ବି ଦେଉନାହାନ୍ତି । ଏହା ଅନ୍ୟାୟ,’’ କହିଥିଲେ ପୂଜା ମଣ୍ଡପ ସଦସ୍ୟ ଦିଲ୍ଲୀପ ସିଂ ।
ଠିକ୍ ସେମିତି ଗାଡ଼କଣ ମହିମା ନଗର ବସ୍ତିରେ ନୂଆ ତିଆରି ଚାଲିଥିବା ପାଞ୍ଚରୁ ଅଧିକ ଅଧାଗଢ଼ା ପକା ଘରକୁ ଭାଙ୍ଗି ଦେଇଥିଲା ବିଡିଏ ଓ ବିଏମସିର ମିଳିତ ସ୍କ୍ୱାର୍ଡ଼ । ପୂର୍ବରୁ ବିଡିଏ ତରଫରୁ ସେହି ଘର ମାଲିକମାନଙ୍କୁ ନୋଟିସ ଦିଆଯାଇଥିଲା । ସେମାନେ ନ ଶୁଣିବାରୁ ଉଛେଦ କାର୍ଯ୍ୟ କରାଯାଇଥିଲା । ଏହି ଜାଗାକୁ ଏବେ ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର କରିଛି ବିଡିଏ । ଆଉ କିଛି ସ୍ଥାନରେ ଉଚ୍ଛେଦ ପାଇଁ ବିଡିଏ ଓ ବିଏମସି ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି ।






