କଟକ ବେଆଇନ ବନ୍ଧୁକ କାରବାର: ରିମାଣ୍ଡରେ ଆସିଲେ କୁଖ୍ୟାତ ଅପରାଧୀ ଭ୍ରାତା ଡି-ବ୍ରଦର୍ସ
ଜେଲ୍ ଭିତରୁ ଏହି ଦୁଇ ଅପରାଧୀ ଭାଇଙ୍କୁ ବାହାରକୁ ଆଣିବା ପରେ ସେମାନଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା ଚଳେଇଛି ପୋଲିସ । ସେମାନଙ୍କୁ ଜେରା କରିବା ପାଇଁ କମିଶନରେଟ ପୋଲିସ ପାଞ୍ଚ ଜଣ ଅଫିସରଙ୍କୁ ନେଇ ଏକ ଟିମ୍ ଗଠନ କରିଛି ।
ପୋଲିସ ଡି-ବ୍ରଦର୍ସଙ୍କୁ ତିନି-ଦିନିଆ ରିମାଣ୍ଡରେ ଆଣିଛି ।
- News18 Odia
- Last Updated: December 24, 2020, 11:04 PM IST
କଟକ: କୁଖ୍ୟାତ ଅପରାଧୀ ଭ୍ରାତା ଡି-ବ୍ରଦର୍ସଙ୍କ କଟକ ସ୍ଥିତ ଘରୁ ଅସ୍ତ୍ରଶସ୍ତ୍ର ବାହାରିବା ମାମଲାରେ ଦୁଇ ଭାଇଙ୍କୁ ରିମାଣ୍ଡରେ ନେଇଛି କଟକ କମିଶନରେଟ ପୋଲିସ । କୋର୍ଟରୁ ମିଳିଥିବା ଏହି ତିନି-ଦିନିଆ ରିମାଣ୍ଡରେ ପୋଲିସ ଦୁଇ ଭାଙ୍କ ଠାରୁ ବନ୍ଧୁକ କାରବାର ଓ ଜେଲରେ ରହି କଭିଳି ସେମାନେ ନିଜର କ୍ରାଇମ୍ ନେଟୱାର୍କ ଚଲାଉଥିଲେ ତା’ର ରହସ୍ୟ ଭେଦ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ।
‘‘ତାଙ୍କ ଘରୁ ଯେଉଁ ବନ୍ଧୁକ ଆଉ ଗୁଳି ଜବତ ହୋଇଥିଲା, ସେହି ମାମଲାରେ ଆମେ ସୁଶୀଲ ଧଳସାମନ୍ତ ଓ ସୁଶାନ୍ତ ଧଳସାମନ୍ତଙ୍କୁ ତିନି ଦିନ ଲାଗି ରିମାଣ୍ଡରେ ନେଇଛୁ । ଦୁଇ ଭାଇଙ୍କୁ ଜେରା କରାଯିବ । ଜେରାରୁ ଯାହା ତଥ୍ୟ ବାହାରିବ ସେହି ମୁତାବକ ଏହି ଘଟଣାର ତଦନ୍ତ ମଧ୍ୟ କରାଯିବ,’’ କହିଛନ୍ତି ଜୋନ୍ ୧ ଏସିପି ଅମରେନ୍ଦ୍ର ପଣ୍ଡା ।
ଏହା ବି ପଢ଼ନ୍ତୁ | ଟାଇଗର୍ ଶ୍ରଫଙ୍କ ଭଉଣୀ କୃଷ୍ଣା ଶ୍ରଫ ନିଜ ପ୍ରେମିକ ସହ ସମ୍ପର୍କ ଭାଙ୍ଗିଲେ; ଏବେ ନିଜ ମୁହଁ ଖୋଲିଲେ
ଘରୁ ଜବତ ହୋଇଥିବା ବନ୍ଧୁକଗୁଡ଼ିକର ମୂଳ ଉତ୍ସ କ’ଣ, କେବେ ଠାରୁ ସେଗୁଡ଼ିକ ତାଙ୍କ ଘରେ ରହିଥିଲା, କେଉଁ କାମରେ ବ୍ୟବହାର ହୋଇଥାନ୍ତା ଓ ପୂର୍ବରୁ ଗିରଫ ହୋଇଥିବା ବନ୍ଧୁକ ବେପାରୀ ପ୍ରକାଶ ବେହେରା ସହିତ ଦୁଇ ଭାଇଙ୍କ ସମ୍ପର୍କ କ’ଣ ଏମିତି ଅନେକ ପ୍ରସଙ୍ଗରେ ଡି-ବ୍ରଦର୍ସଙ୍କ ଠାରୁ ତଥ୍ୟ ହାସଲ କରିବା ଲକ୍ଷରେ ରହିଛି ପୋଲିସ । ଘରେ ଦୁଇ ଭାଇଙ୍କ ବାପା ରହୁଥିବାରୁ ଏହି ପ୍ରକରଣରେ ତାଙ୍କ ଭୂମିକା କିଛି ଅଛି କି ନାହିଁ ତାହା ମଧ୍ୟ ତଦନ୍ତ ପରିସରରେ ଥିବା ଜଣାପଡ଼ିଛି ।
ଏହା ବି ପଢ଼ନ୍ତୁ | ଆସନ୍ତା ସପ୍ତାହରେ ଆଷ୍ଟ୍ରାଜେନେକା-ଅକ୍ସଫୋର୍ଡ ଟିକାକୁ ଭାରତରେ ପ୍ରୟୋଗ ପାଇଁ ମିଳିପାରେ ଅନୁମତି
ପୋଲିସର ଏକ ନିର୍ଦ୍ଦିଷ୍ଟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବନ୍ଧୁକ ଜବତ ହୋଇଥିବା ଡି-ବ୍ରଦର୍ସଙ୍କ ସିଡିଏ ସେକ୍ଟର ୬ରେ ଥିବା ଘରଟି ତାଙ୍କ ବାପା ସରୋଜ ଧଳସାମନ୍ତଙ୍କ ନାଁରେ ରହିଛି । ଯଦି ସରୋଜଙ୍କର ଏହି ବେଆଇନ ବନ୍ଧୁକ କାରବାରରେ ସମ୍ପୃକ୍ତି ନେଇ ସୁରାକ ମିଳେ ତେବେ ତାଙ୍କ ବିରୋଧରେ ମଧ୍ୟ ମକଦ୍ଦମା ରୁଜୁ କରାଯିବ ।
ଦୁଇ ଭାଇଙ୍କୁ ଜେରା ସମୟରେ ଆବଶ୍ୟକ ହେଲା ପୂର୍ବରୁ ଗରିଫ ହୋଇଥିବା ତଥା ଡି-ବ୍ରଦର୍ସଙ୍କୁ ବନ୍ଧୁକ ଯୋଗାଉଥିବା ପ୍ରକାଶ ବେହେରା, ଡି-ବ୍ରଦର୍ସଙ୍କ ସହଯୋଗୀ ରଞ୍ଜିତା ବିଶ୍ବାଳ ଓ ଜେଲରେ ଥିବା ଅନ୍ୟ କେତେକ ଲୋକଙ୍କୁ ମଧ୍ୟ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରିବା ପାଇଁ ଯୋଜନା କରିଛି ପୋଲିସ ।
ଏହା ବି ପଢ଼ନ୍ତୁ | ହ୍ରିତିକ ରୋଶନଙ୍କ ପୂର୍ବ ପତ୍ନୀ, ସୁରେଶ ରାଇନା ଓ ଗୁରୁ ରଣଧାୱାଙ୍କ ସମେତ ୩୪ ଜଣ ଗିରଫ ହେଲେ
ଗୁରୁବାର ଦିନ କୋର୍ଟରେ ହାଜିରା ସମୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ବଡ଼ ଭାଇ ସୁଶାନ୍ତକୁ ବଲାଙ୍ଗୀର ଓ ସାନ ଭାଇ ସୁଶିଲକୁ ବାଲେଶ୍ବର ଜେଲରୁ ପୋଲିସର ସ୍ବତନ୍ତ୍ର ଗାଡ଼ିରେ କଟକ ଅଣାଯାଇଥିଲା । ତେବେ ଦୁଇଟି ଯାକ ଗାଡ଼ି କୋର୍ଟ ସମ୍ମୁଖରେ ପହଞ୍ଚିବା ପରେ ଉଭୟଙ୍କୁ ସଶସ୍ତ୍ର ପୋଲିସ କୋର୍ଟ ଭିତରକୁ ନେଇ ଥିଲେ ।
ଗାଡ଼ିରୁ ଓହ୍ଲାଉଥିବା ସମୟରେ ପୋଲିସ ସେମାନଙ୍କ ହାତକୁ ଧରିବାରୁ ଦୁଇ ଭାଇ ଉତକ୍ଷିପ୍ତ ହୋଇ ପଡ଼ିଥିଲେ । ବିଶେଷ କରି ବଡ଼ ଭାଇ ସୁଶାନ୍ତ ପ୍ରତିକ୍ରିୟା ପ୍ରକାଶ କରିଥିଲା ।






