ହୋମ୍ » ସର୍ବଶେଷ ଓଡ଼ିଶା ସମ୍ବାଦ | » ଓଡ଼ିଶା»କଟକର ଦିନ ମଜୁରିଆଙ୍କ ପୁଅ NEETରେ ପ୍ରଥମ ପ୍ରୟାସରେ ସଫଳ ହୋଇ MBBS ପଢ଼ିଲେ

କଟକର ଦିନ ମଜୁରିଆଙ୍କ ପୁଅ NEETରେ ପ୍ରଥମ ପ୍ରୟାସରେ ସଫଳ ହୋଇ MBBS ପଢ଼ିଲେ

ଦୀପକ ଶିଶୁ ମନ୍ଦିରରେ ପଢ଼ୁଥିବା ବେଳେ ଆର୍ଥିକ ଅନଟନ ଯୋଗୁଁ ଫିସ୍ ମଧ୍ୟ ଦେଇ ପାରୁ ନ ଥିଲେ । ଫଳରେ ଷଷ୍ଠ ଶ୍ରେଣୀରୁ ଶିଶୁ ମନ୍ଦିର ଛାଡ଼ି ସେ ଏକ ସରକାରୀ ବିଦ୍ୟାଳୟରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ ।

କଟକର ଦିନ ମଜୁରିଆଙ୍କ ପୁଅ NEETରେ ପ୍ରଥମ ପ୍ରୟାସରେ ସଫଳ ହୋଇ MBBS ପଢ଼ିଲେ
ପିଲା ଦିନରୁ ଦୀପକ ସାମଲଙ୍କ ସ୍ୱପ୍ନ ଥିଲା ଡାକ୍ତର ହେବା ।
  • News18 Odia
  • Last Updated: December 29, 2020, 11:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ନିଜର କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ଜଣେ ଖଟିଖିଆ ଦିନ ମଜୁରିଆଙ୍କ ପୁଅ ଡାକ୍ତର ହେବାର ନିଜର ସ୍ବପ୍ନକୁ ପୂରା କରିଛନ୍ତି । କଟକ ବାଲିକୁଦା ସାମଲ ସାହି ବାସିନ୍ଦା ଦୀପକ ସାମଲଙ୍କ ଏହି ସଫଳତାକୁ ନେଇ ଏବେ ପୂରା ସହରରେ ଚର୍ଚ୍ଚା ହେଉଛି ।

୧୯ ବର୍ଷୀୟ ଦୀପକ ନିଜର ପ୍ରଥମ ପ୍ରୟାସରେ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । କିଛି ଦିନ ତଳେ ସେ ଏସ୍‌.ସି.ବି. ମେଡିକାଲ କଲେଜ ଓ ହସପିଟାଲରେ ଏମ୍‌.ବି.ବି.ଏସ୍‌. ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି । ଦିନେ ଯେଉଁ ହସପିଟାଲକୁ କେବେ ରୋଗୀ ତ ଆଉ କେବେ ରୋଗୀଙ୍କ ସମ୍ପର୍କୀୟ ହୋଇ ସେ ଯାଉଥିଲେ, ଏବେ ସେଠାରେ ସେ ନିଜେ ଡାକ୍ତରୀ ପାଠ ପଢ଼ିବେ ଓ ପଢ଼ା ସରିଲେ ଡାକ୍ତର ହେବେ ।

ଏହା ବି ପଢ଼ନ୍ତୁ | ‘MLA କିଣିନେଲେ ଶେଷ ହୋଇଯିବନି ତୃଣମୂଳ କଂଗ୍ରେସ’: BJP ଉପରେ ମମତାଙ୍କ ଆକ୍ରମଣ

ପ୍ରତି ବର୍ଷ ହଜାର ହଜାର ଛାତ୍ରଛାତ୍ରୀ ନିଟ୍‌ ପରୀକ୍ଷା ଦିଅନ୍ତି ଓ ସେମାନଙ୍କ ମଧ୍ୟରୁ ଅନେକ କୃତକାର୍ଯ୍ୟ ହୋଇ ଡାକ୍ତରୀ ପାଠ ପଢ଼ା ଲାଗି ନାମ ଲେଖାନ୍ତି । କିନ୍ତୁ ଦୀପକଙ୍କ କଥା ଅନେକ ଅଲଗା । ତାଙ୍କ ପରିବାର  ଦରିଦ୍ର ହୋଇଥିଲେ ମଧ୍ୟ ଦାରିଦ୍ର୍ୟ ତାଙ୍କ ପାଠପଢ଼ାରେ ବାଧା ସୃଷ୍ଟି କରି ପାରିନାହିଁ । ଅର୍ଥାଭାବ ଅନେକ ଥର ତାଙ୍କ ବାଟ ଓଗାଳିଛି ସତ, ହେଲେ ନିରନ୍ତର ପ୍ରୟାସ ଓ ପ୍ରଚେଷ୍ଠା ବଳରେ ଆଜି ସଫଳତା ତାଙ୍କର ଚରଣ ସ୍ପର୍ଶ କରିଛି ।

ନିଜ ବାପା ନବୀନ ସାମଲ ଓ ମା’ ରଞ୍ଜୁଲତାଙ୍କ ସହ ଦୀପକ


‘‘ପିଲା ଦିନରୁ ମୋ’ର ଗୋଟିଏ ସ୍ବପ୍ନ ଥିଲା ଯେ ମୁଁ ଭଲ ପାଠ ପଢ଼ିବି ଓ ମୋ’ ବାପା ମା’ଙ୍କ ନାଁ ରଖିବି । ମୁଁ କେବଳ ସେହି ସ୍ବପ୍ନକୁ ନିଜ ଲକ୍ଷ କରି ପାଠ ପଢ଼ି ଚାଲିଥିଲି । ମୋତେ ଏହା ପୂର୍ବରୁ ନାଇଜରରେ ବି ଆଡମିଶନ୍‌ ସୁଯୋଗ ମିଳିଥିଲା, କିନ୍ତୁ ଯେହେତୁ ଡାକ୍ତର ହେବାର ମୋ’ର ସ୍ବପ୍ନ ଥିଲା, ମୁଁ ତାକୁ ଛାଡ଼ି ଦେଇଥିଲି ଓ ନିଟ୍‌ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲି । ମୋ’ ଜୀବନରେ ଅଭାବ ଅନଟନ ଆସିଛି, କିନ୍ତୁ ତାହା ମୋ’ ପାଠ ପଢ଼ାକୁ ପ୍ରଭାବିତ କରିପାରି ନାହିଁ,’’ କହିଛନ୍ତି ଦୀପକ ସାମଲ ।

ଏହା ବି ପଢ଼ନ୍ତୁ | ଶେଷରେ ରଣବୀର୍ କପୁର୍ କହିଲେ ସେ ଖୁବ୍ ଜଲ୍ଦି ଆଲିଆ ଭଟ୍ଟଙ୍କୁ ବାହା ହେଉଛନ୍ତି

ଦୀପକଙ୍କ ବାପା ନବୀନ ସାମଲ ଜଣେ ଦିନ ମଜୁରିଆ । ଦୁଇ ଝିଅ ଓ ଦୀପକଙ୍କୁ ନେଇ ପାଞ୍ଚ ପ୍ରାଣୀ କୁଟୁମ୍ବ ତାଙ୍କର । ମଜୁରିରୁ ଯେତିକି ଆୟ ହୁଏ ସେଥିରେ ସେ ପୂରା ପରିବାର ଚଳାଇଥାନ୍ତି । ଦୀପକ ପିଲାଟି ଦିନୁ ଭଲ ପାଠ ପଢୁଥିବାରୁ ନବୀନ ନିକଟସ୍ଥ ଏକ ଶିଶୁ ମନ୍ଦିରରେ ତାଙ୍କର ନାମ ଲେଖାଇଥିଲେ । ହେଲେ ଆର୍ଥିକ ଅନଟନ ଏପରି ପରିସ୍ଥିତି ସୃଷ୍ଟି କଲା ଯେ ଶିଶୁ ମନ୍ଦିରର ଫିସ୍ ମଧ୍ୟ ଦେଇ ପାରି ନ ଥିଲେ ସେ । ଫଳରେ ଷଷ୍ଠ ଶ୍ରେଣୀରୁ ତାଙ୍କୁ ଶିଶୁ ମନ୍ଦିର ଛାଡିବାକୁ ପଡ଼ିଥିଲା । ତା’ ପରେ ଦୀପକ ଏକ ସରକାରୀ ବିଦ୍ୟାଳୟରେ ଦଶମ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ ।

ଯୁକ୍ତ ଦୁଇ ପାସ କରିବା ପରେ ଦୀପକ ଯୁକ୍ତ ତିନିରେ ନାମ ନ ଲେଖାଇ ସିଧାସଳଖ ଏନଟ୍ରାନ୍ସ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ତାଙ୍କୁ ନାଇଜର ମିଳିଥିଲା ସତ, କିନ୍ତୁ ଡାକ୍ତର ହେବା ସ୍ପପ୍ନ ଥିବାରୁ ଗୋଟିଏ ବର୍ଷ ପାଠପଢାକୁ ଡ୍ରପ କରି ନିଟ୍ ପାଇଁ ପ୍ରସ୍ତୁତି କରିଥିଲେ ।

ଏହା ବି ପଢ଼ନ୍ତୁ ବାବା ଭେଙ୍ଗାଙ୍କ ଭବିଷ୍ୟତ ବାଣୀ: ୨୦୨୧ରେ ବିଶ୍ ପ୍ରଳୟର ସାମନା କରିବ; ଟ୍ରମ୍ପ୍ କାଲ ହୋଇଯିବେ

ଦୀପକଙ୍କ ଏହି ସଫଳତା ପଛରେ ତାଙ୍କ ବାପା ମା'ଙ୍କ ଅକ୍ଲାନ୍ତ ପରିଶ୍ରମ ମଧ୍ୟ ରହିଛି । ସୀମିତ ସମ୍ବଳ ମଧ୍ୟରେ ପୂରା ପରିବାରକୁ ଚଳାଇବାକୁ ପଡୁଥିବାରୁ ପୁଅର ପାଠପଢ଼ା ପାଇଁ ଅନେକ କିଛି ସହିବାକୁ ପଡ଼ିଥିବା କହିଛନ୍ତି ତାଙ୍କ ମା' ।



‘‘ତା ବାପା ଯାହା ରୋଜଗାର କରନ୍ତି ଘର ଖର୍ଚ୍ଚ ପରେ ମୁଁ କିଛିଟା ମୋ ପିଲା ପାଇଁ ରଖେ । ସେ ଯେତେବେଳେ ଯୁଆଡେ ଯାଏ ମୁଁ ତାକୁ ଅତି ବେଶୀରେ କୋଡ଼ିଏ ଟଙ୍କା ହିଁ ଦେଇଥାଏ । ସିଏ ବି ଘରର ଅବସ୍ଥା ଦେଖି କିଛି ମାଗେ ନାହିଁ । ମୋ’ ପୁଅ ଡାକ୍ତରୀ ପାଠ ପଢ଼ିବ ଓ ଡାକ୍ତର ହୋଇ ଲୋକଙ୍କ ସେବା କରିବ, ମୋ’ର ଆଉ କଣ ଦରକାର? ଭାବୁଛି ଆମେ ଯାହା କଷ୍ଟ କରିଥିଲୁ ଭଗବାନ ଆମକୁ ତା’ର ଉପଯୁକ୍ତ ଫଳ ଦେଇଛନ୍ତି,’’ କହିଛନ୍ତି ଦୀପକଙ୍କ ମା' ରଞ୍ଜୁଲତା ସାମଲ ।
Published by: Anand Shankar Thankur Das
First published: December 29, 2020, 11:58 PM IST