News18 Odia Digital
ଭୁବନେଶ୍ୱର: ବିଡିଏ ଓ ବିଏମସି ତରଫରୁ ସାରା ଭୁବନେଶ୍ୱରରେ ଚାଲିଛି ଜବରଦଖଲ ଉଚ୍ଛେଦ। ସରକାରୀ ଜମିରେ ବେଆଇନ ଭାବେ ନିର୍ମାଣ ହୋଇଥିବା କୋଠାବାଡ଼ି ଭଙ୍ଗା ହେଉଛି । ମଙ୍ଗଳବାର ବଡ଼ଗଡ଼ ଠାରେ ଉଚ୍ଛେଦ ଚାଲିଥିବା ବେଳେ ବିଡିଏ ଉଚ୍ଛେଦକାରୀ ଦଳକୁ ବିରୋଧର ସାମନା କରିବାକୁ ପଡ଼ିଥିଲା । ମହିଳା ସମିତିର କର୍ମୀମାନେ ଫିନାଇଲ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । କ୍ୟାପିଟାଲ ହସ୍ପିଟାଲ କ୍ୟାମ୍ପସ ଭିତରେ ଥିବା ଜବରଦଖଲକୁ ବି ହଟାଇଥିଲା ବିଡିଏ ।
Read More
Load More
ବିଡିଏ ଉଚ୍ଛେଦକାରୀ ଦଳକୁ ବିରୋଧ କରିଥିଲେ ବଡ଼ଗଡ଼ ବ୍ରିଟ୍ କଲୋନୀ ସାଇ ଶକ୍ତି ମହିଳା ସମିତିର ଶହେରୁ ଅଧିକ ମହିଳା । ମହିଳା ସମିତିର ଛାତ ଘରକୁ ଭାଙ୍ଗିବାକୁ ବିଡିଏର ଏକ ଟିମ୍ ଯାଇଥିବା ବେଳେ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲେ ମହିଳାମାନେ। ହାତରେ ଫିନାଇଲ ବୋତଲ ଧରି ସେମାନେ ସେହି ଫିନାଇଲ ପିଇ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ ।
ଏହା ବି ପଢ଼ନ୍ତୁ | ‘‘ମା’ ଦେଖ୍, ମୁଁ ଶିକାର କରିଛି!’’ ହରିଣର ବେକକୁ ଧରିଥିବା ଚିତା ବାଘ ଛୁଆର VIDEO ଭାଇରାଲ୍ ହେଲା
ଉଚ୍ଛେଦ ପାଇଁ ବିଡ଼ିଏ ଆଗକୁ ବଢ଼ିବା ବେଳେ ମହିଳାମାନେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସପକ୍ଷରେ ସ୍ଲୋଗାନ୍ ଦେଇଥିଲେ । ଆଗକୁ ବଢ଼ୁଥିବା ଜେସିବି ମେସିନକୁ ଠେଲି ଠେଲି ପଛକୁ ପଠାଇ ଦେଇଥିଲେ ସେମାନେ । ପୂର୍ବରୁ ଏହି କୋଠାକୁ ଭାଙ୍ଗିବାକୁ ଉଦ୍ୟମ କରି ବିଡ଼ିଏ ବିଫଳ ହୋଇଥିଲା ।

କ୍ୟାପିଟାଲ୍ ହସପିଟାଲ ପରିସରରେ ମେଡିସିନ୍ ଷ୍ଟୋରକୁ ଭଙ୍ଗାଯାଉଛି ।
ବିରୋଧକାରୀ ମହିଳାମାନେ ସ୍ୱାବଲମ୍ବୀ ହେବା ଲାଗି ଏଠାରେ ଆଚାର, ପାମ୍ପଡ ଓ ଫିନାଇଲ୍ ଆଦି ବହୁ ଦ୍ରବ୍ୟ ତିଆରି କରି ପରିବାରର ପେଟ ପୋଷନ୍ତି । ଏଭଳି ସ୍ଥିତିରେ ଘର ଭାଙ୍ଗିଦେଲେ କାମ କେଉଁଠି କରିବେ ବୋଲି ସେମାନେ ପ୍ରଶ୍ନ କରିଥିଲେ ଓ ଉଚ୍ଛେଦକୁ ବିରୋଧ କରିଥିଲେ।
ଏହା ବି ପଢ଼ନ୍ତୁ | ଶୀତଦିନେ ନିଜ ଶିଶୁକୁ ଗାଧୋଇଦେବା ବେଳେ ଏହି କଥାଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ
‘‘ଯଦି ଏହି ଘର ଭାଙ୍ଗିବାର ଥିଲା ତେବେ ଆଗରୁ ଭାଙ୍ଗିଥାନ୍ତେ। ଶତାଧିକ ମହିଳା ଏଠି କାମ କରି ସ୍ୱାବଲମ୍ବୀ ହେଉଛନ୍ତି । ଅନେକ ବଡ଼ ବଡ଼ କୋଠା ଜବରଦଖଲ ହୋଇ ଅଛି। ତାକୁ ନ ଭାଙ୍ଗି ଆମ ମହିଳା ସମିତି ଘର କାହିଁକି ଭାଙ୍ଗୁଛନ୍ତି?’’ ପ୍ରଶ୍ନ କରିଥିଲେ ସାଇ ଶକ୍ତି ମହିଳା ସମିତିର ସମ୍ପାଦିକା ସସ୍ମିତା ମଙ୍ଗରାଜ ।
ମହିଳାମାନଙ୍କ ଘୋର ବିରୋଧ ଯୋଗୁଁ ଏ ଥର ବି ଉଚ୍ଛେଦ ହୋଇପାରି ନ ଥିଲା। ଉଚ୍ଛେଦ ପାଇଁ ଆଗେଇ ଯାଇ ପଛଘୁଞ୍ଚା ଦେଇଥିଲା ଦଳ । ଆଉ ଖାଲି ହାତରେ ସେଠୁ ଫେରିବାକୁ ପଡ଼ିଥିଲା।
ଏହା ବି ପଢ଼ନ୍ତୁ | ଯେବେ ଗବ୍ବର ସିଂ ବେଶରେ ବିସ୍କୁଟ ବିକ୍ରି କରିବାକୁ ରାଜି ହୋଇଥିଲେ ଅଭିନେତା ଅମଜାଦ୍ ଖାନ୍…
‘‘ଏହି ଉଚ୍ଛେଦ ପାଇଁ ପୂର୍ବରୁ ନୋଟିସ କରାଯାଇଥିଲା । ସରକାରୀ ଜମିରେ ନିର୍ମାଣ କାର୍ଯ୍ୟ ନ କରିବାକୁ ଚେତାବନୀ ବି ଦିଆଯାଇଥିଲା । କିନ୍ତୁ ତାକୁ ଅଣଦେଖା କରି ବେଆଇନ ଭାବେ ସେଠାରେ ମହିଳା ସମିତି ଘର ତିଆରି ହୋଇଛି । ତେଣୁ ତାକୁ ଉଚ୍ଛେଦ କରାଯିବ,’’ କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।
କ୍ୟାପିଟାଲ ହସ୍ପିଟାଲ କ୍ୟାମ୍ପସ ଭିତରେ ଥିବା ଆଶୀର୍ବାଦ ମେଡିସିନ ଷ୍ଟୋରକୁ ଭାଙ୍ଗି ଦେଇଛି ବିଡ଼ିଏ ଓ ବିଏମସିର ଏକ ମିଳିତ ସ୍କ୍ୱାର୍ଡ଼ । ଏହି ସ୍ଥାନରେ ଏକ ପାଞ୍ଚମହଲା ବିଶିଷ୍ଟ ଟ୍ରମା କେୟାର ସେଣ୍ଟର ନିର୍ମାଣ କରିବା ପାଇଁ ଯୋଜନା ରହିଛି । ଏଥି ପାଇଁ ବ୍ୟୟ ଅଟକଳ ୫୪ କୋଟି ଟଙ୍କା ରଖାଯାଇଛି ।
ପୂର୍ବରୁ କ୍ୟାପିଟାଲ୍ ହସ୍ପିଟାଲର ମୁଖ୍ୟ ପଥରେ ଥିବା ସେବା ମେଡିସିନ ଷ୍ଟୋରକୁ ଭାଙ୍ଗିଥିଲା ବିଡିଏ । ମଙ୍ଗଳବାର ଅନ୍ୟ କେତେକ ଦୋକାନକୁ ବି ଭଙ୍ଗାଯାଇଛି । ବାଉଁଶ ଓ ପଲିଥିନରେ ତିଆରି ୧୮ଟି କ୍ୟାବିନ ଓ ୧୩ଟି ଛୋଟ ଦୋକାନ ଓ ହୋଟେଲକୁ ଭାଙ୍ଗି ଦିଆଯାଇଛି । ଗୋଟିଏ ଓମଫେଡ ବୁଥକୁ ମଧ୍ୟ ଉଚ୍ଛେଦ କରାଯାଇଛି ।