ରାଜ୍ୟର ୨୭ଟି ଜିଲ୍ଲାକୁ ଗଡ଼ିଲା ଆହୁରି ୮୪ଟି ଆମ୍ବୁଲାନ୍ସ; ଏବେ କେବଳ ୧୦୮ ଡାୟଲ୍ କଲେ ଆସିବ
‘‘ଏଣିକି ଆଉ ୧୦୨ ନମ୍ବର୍କୁ କଲ୍ କରିବାକୁ ପଡ଼ିବନି । କେବଳ ୧୦୮ ନମ୍ବର୍କୁ କଲ୍ କଲେ ଆବଶ୍ୟକୀୟ ଆମ୍ବୁଲାନ୍ସ ଆସି ପହଞ୍ଚିଯିବ,’’ କହିଛନ୍ତି ୧୦୮ ଆମ୍ବୁଲାନ୍ସ ର ପ୍ରୋଜେକ୍ଟ ହେଡ୍ ସବ୍ୟସାଚୀ ବିଶ୍ୱାଳ ।
ସର୍ବାଧିକ ଆମ୍ବୁଲାନ୍ସ ବାଲେଶ୍ଵର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ମିଳିଛି ।
- News18 Odia
- Last Updated: January 1, 2021, 11:59 PM IST
ଭୁବନେଶ୍ୱର: ନୂଆ ବର୍ଷର ପ୍ରଥମ ଦିନରେ ରାଜ୍ୟର ୨୭ଟି ଜିଲ୍ଲାକୁ ଗଡ଼ିଲା ୮୪ଟି ଆମ୍ବୁଲାନ୍ସ । ଭର୍ଚ୍ଚୁଆଲ କନଫେରେନ୍ସ ମାଧ୍ୟମରେ ମୁଖ୍ୟ ମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେବା ପରେ ପରିବହନ ଭବନ ପରିସରରୁ ଗଡ଼ିଛି ଏହି ଆମ୍ବୁଲାନ୍ସଗୁଡ଼ିକ । ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରେ ଏହି ସବୁ ଆମ୍ବୁଲାନ୍ସକୁ କିଣିଛନ୍ତି ।
ମାଲକାନଗିରିର ବିଚ୍ଛିନ୍ନାଞ୍ଚଳ ପାଇଁ ଛଅଟି ୧୦୮ ବୋଟ୍ ଆମ୍ବୁଲାନ୍ସ ଦିଆଯାଇଛି । ତେବେ ସର୍ବାଧିକ ଆମ୍ବୁଲାନ୍ସ ବାଲେଶ୍ଵର, ଖୋର୍ଦ୍ଧା ଓ ପୁରୀକୁ ଗଡ଼ିଛି । ବାଲେଶ୍ଵରକୁ ୧୧ଟି, ଖୋର୍ଦ୍ଧାକୁ ଆଠଟି ଓ ପୁରୀକୁ ସାତଟି ଆମ୍ବୁଲାନ୍ସ ମିଳିଥିବା ବେଳେ ଗଞ୍ଜାମ, ମୟୁରଭଞ୍ଜ ଓ ଭଦ୍ରକ ପାଇଁ ପାଞ୍ଚଟି ଆମ୍ବୁଲାନ୍ସ ଗଡ଼ିଛି ।
ଏହା ବି ପଢ଼ନ୍ତୁ | ହାତ ପାପୁଲିରେ ଯଦି ଏମିତି ଚିହ୍ନ ଅଛି ତାହେଲେ ସାଧାରଣତଃ ପ୍ରେମିକ/ପ୍ରେମିକା ଠାରୁ ଧୋକା ମିଳେ

ଏହି ନୂଆ ଆମ୍ବୁଲାନ୍ସଗୁଡ଼ିକୁ ମିଶାଇଲେ ରାଜ୍ୟରେ ମୋ’ଟ ଆମ୍ବୁଲାନ୍ସ ସଂଖ୍ୟା ୧,୧୦୨ ହେଉଛି ।
ଆମ୍ବୁଲାନ୍ସ ପାଇଁ କରାଯାଉଥିବା କଲ୍ ମିସିଙ୍ଗ ହେଉଥିବାରୁ ଲୋକଙ୍କ ଅସନ୍ତୋଷ ବଢ଼ୁଛି । ଆମ୍ବୁଲାନ୍ସକୁ ଚାହିଁ ଚାହିଁ ରୋଗୀ ଶେଷରେ ଦେୟଯୁକ୍ତ ଗାଡ଼ିର ସାହାରା ନେଉଥି୍ବା ଦେଖାଯାଉଛି । ଏପରିକି ବହୁ ବିଳମ୍ବରେ ଆମ୍ବୁଲାନ୍ସ ପହଞ୍ଚିବା କାରଣରୁ ଅଘଟଣ ବି ଘଟୁଥିବାର ଉଦାହରଣ ରହିଛି । ଏ ଜିଲ୍ଲାରୁ ସେ ଜିଲ୍ଲାକୁ ସଂଯୋଗ ଓ ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସକୁ ମଧ୍ୟ ଏପଟ ସେପଟ କରିବାକୁ ପଡୁଛି।
ଏହା ବି ପଢ଼ନ୍ତୁ | ଶୀତଦିନେ ନିଜ ଶିଶୁକୁ ଗାଧୋଇଦେବା ବେଳେ ଏହି କଥାଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ
‘‘ଲୋକଙ୍କ ଆବଶ୍ୟକତା ଦୃଷ୍ଟିରୁ ଏହି ୮୪ଟି ଆମ୍ବୁଲାନ୍ସ ସେବା ଏକ ସଞ୍ଜିବନୀ ଭଳି କାମ କରିବ। ଏଣିକି ଗର୍ଭବତୀ ମହିଳାଙ୍କ ପାଇଁ ନିୟୋଜିତ ୧୦୨ ଓ ଦୁର୍ଘଟଣା ଜନିତ ସମସ୍ୟା ୧୦୮ ଆମ୍ବୁଲାନ୍ସ କାମ କରୁଥିବାରୁ ଅଲଗା ଅଲଗା ନମ୍ବର ଡାଏଲ କରିବାକୁ ପଡୁଛି । ଏଣିକି ଆଉ ୧୦୨କୁ କଲ୍ କରିବାକୁ ପଡ଼ିବନି । କେବଳ ୧୦୮କୁ କଲ୍ କଲେ ଆବଶ୍ୟକୀୟ ଆମ୍ବୁଲାନ୍ସ ଆସି ପହଞ୍ଚିଯିବ,’’ କହିଛନ୍ତି ୧୦୮ ଆମ୍ବୁଲାନ୍ସ ର ପ୍ରୋଜେକ୍ଟ ହେଡ୍ ସବ୍ୟସାଚୀ ବିଶ୍ୱାଳ ।
ଏହା ବି ପଢ଼ନ୍ତୁ | ଝିଅକୁ ଅନଲାଇନ୍ କ୍ଲାସ୍ ପାଇଁ ବାପା ନିଜ ଫୋନ୍ ଦେଇଥିଲେ; ସେଥିରୁ ଅନ୍ୟ ଜଣେ ମହିଳାଙ୍କ ସହ ତାଙ୍କ ସମ୍ପର୍କ ଧରାପଡ଼ିଗଲା
ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି, ‘‘ରାଜ୍ୟରେ ଆମ୍ବୁଲାନ୍ସ ସେବା ଦ୍ୱାରା ୬୪ ଲକ୍ଷ ଲୋକ ଉପକୃତ ହେଉଛନ୍ତି । ଏହି ୮୪ଟି ଆମ୍ବୁଲାନ୍ସ ସେବା ସ୍ୱାସ୍ଥ୍ୟ କ୍ଷେତ୍ରରେ ଆହୁରି ଅଧିକ ଭଲ କାମ କରିବ ବୋଲି ମୋ’ର ଆଶା ଓ ବିଶ୍ୱାସ ।’’
ଏବେ ରାଜ୍ୟରେ ମୋ’ଟ ୫୧୮ଟି ୧୦୮ ଆମ୍ବୁଲାନ୍ସ ଓ ୫୦୦ଟି ୧୦୨ ଜନନୀ ଏକ୍ସପ୍ରେସ ବ୍ୟବହାରରେ ଲାଗିଛି । ଏହି ୮୪ଟି ନୂଆ ଆମ୍ବୁଲାନ୍ସକୁ ମିଶାଇ ଦେଲେ ରାଜ୍ୟରେ ମୋ’ଟ ଆମ୍ବୁଲାନ୍ସ ସଂଖ୍ୟା ୧,୧୦୨ ହେଉଛି । ଏହି ଜରୁରୀକାଳୀନ ସେବା ରାଜ୍ୟବାସୀଙ୍କୁ ୨୦୧୩ ମାର୍ଚ୍ଚ ୫ ତାରିଖରୁ ଯୋଗାଇ ଦିଆଯାଉଛି ।






