ଅମିତ ଶାହଙ୍କ ପରେ କର୍ଣ୍ଣାଟକ CM ବି.ଏସ୍. ୟେଦ୍ୟୁରପ୍ପା କରୋନାରେ ସଂକ୍ରମିତ ହେଲେ
ୟେଦ୍ୟୁରପ୍ପା ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି, କିନ୍ତୁ ଡାକ୍ତରଙ୍କ ଉପଦେଶ ଅନୁସାରେ ସତର୍କତା ଅବଲମ୍ବନ କରି ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ବିଜେପି ସଭାପତି ଅମିତ ଶାହ ଓ (ଡାହାଣ) କର୍ଣ୍ଣାଟକ ମୁଖ୍ୟ ମନ୍ତ୍ରୀ ବି.ଏସ୍. ୟେଦ୍ୟୁରପ୍ପା
- News18 Odia
- Last Updated: August 3, 2020, 1:06 AM IST
ବେଙ୍ଗାଲୁରୁ: କର୍ଣ୍ଣାଟକର ମୁଖ୍ୟ ମନ୍ତ୍ରୀ ବି.ଏସ୍. ୟେଦ୍ୟୁରପ୍ପା (Karnataka's CM BS Yediyurappa) କରୋନା ଭାଇରସରେ (Coronavirus) ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ୟେଦ୍ୟୁରପ୍ପା ନିଜେ ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି, କିନ୍ତୁ ଡାକ୍ତରଙ୍କ ଉପଦେଶ ଅନୁସାରେ ସତର୍କତା ଅବଲମ୍ବନ କରି ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
କର୍ଣ୍ଣାଟକର ମୁଖ୍ୟ ମନ୍ତ୍ରୀ ୟେଦ୍ୟୁରପ୍ପା ତାଙ୍କ ସହ ଯୋଗାଯୋଗରେ ଥିବା ସବୁ ଲୋକଙ୍କୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ତଥା ନିଜକୁ କ୍ୱାରେଣ୍ଟାଇନରେ ରଖିବାକୁ ନିବେଦନ କରିଛନ୍ତି ।
ୟେଦ୍ୟୁରପ୍ପା ଟ୍ୱିଟ୍ କରି କହିଛନ୍ତି, ‘‘ମୁଁ କରୋନା ଭାଇରସରେ ସଂକ୍ରମିତ ହୋଇଛି। ଯଦିଓ ମୁଁ ଭଲ ଅଛି, ଡାକ୍ତରଙ୍କ ଉପଦେଶ ଅନୁସାରେ ମୁଁ ଡାକ୍ତରଖାନାରେ ଭର୍ତ୍ତି ହେଉଛି । ମୋ’ ସଂସ୍ପର୍ଶରେ ଆସିଥିବା ସବୁ ଲୋକଙ୍କୁ ମୁଁ ଅନୁରୋଧ କରୁଛି ସେମାନେ ଯତ୍ନବାନ ହୁଅନ୍ତୁ ଓ ନିଜକୁ କ୍ୱାରେଣ୍ଟାଇନରେ ରଖନ୍ତୁ ।’’
I have tested positive for coronavirus. Whilst I am fine, I am being hospitalised as a precaution on the recommendation of doctors. I request those who have come in contact with me recently to be observant and exercise self quarantine.
— B.S. Yediyurappa (@BSYBJP) August 2, 2020
ଅଗଷ୍ଟ ୫ରେ ହେବାକୁ ଥିବା ଅଯୋଧ୍ୟା ରାମ ମନ୍ଦିରର ଭୂମି ପୂଜନ କାର୍ଯ୍ୟକ୍ରମରେ ଏବେ ଅମିତ ଶାହଙ୍କ ଭାଗ ନେବା ଉପରେ ସଂଶୟ ଦେଖାଦେଇଛି । ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ଉପରେ ସମଗ୍ର ଦେଶର ନଜର ରହିଛି । ଅଗଷ୍ଟ ୫ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (PM Narendra Modi) କର କମଳରେ ଭୂମି ପୂଜନ ହେବ । ଏଥି ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି ।
ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ରିୟା ଓ ତାଙ୍କ ପରିବାର ପାଇଁ ପାଲଟିଥିଲେ ATM; ଇଡି ବି ତଦନ୍ତ କରୁଛି
ଏହା ବି ପଢ଼ନ୍ତୁ: ରାମ ମନ୍ଦିର ନିର୍ମାଣ: ମୁସଲମାନ ଯୁବତୀ ନିଜ ହାତରେ ‘ଶ୍ରୀରାମ’ ନାମର ସ୍ଥାୟୀ ଟାଟୁ ବନେଇଲେ
ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କିଛି ଘଣ୍ଟା ପୂର୍ବରୁ ବିବୃତ୍ତି ଦେଇ କହିଥିଲେ ଯେ ଗୃହ ମନ୍ତ୍ରୀ ଅମିତ ଶାହା ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ । ରାୟ କହିଥିଲେ ଯେ ଶାହ ପରବର୍ତ୍ତୀ ସମୟରେ ଅଯୋଧ୍ୟାକୁ ଆସିବେ । ରାମ ମନ୍ଦିର ଭୂମି ପୂଜନ ପାଇଁ ସମସ୍ତ ବ୍ୟବସ୍ଥା ଶେଷ ହୋଇଛି ଓ ସାଧୁସନ୍ଥମାନଙ୍କ ରହିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ ରାୟ । ସେ କହିଥିଲେ ଯେ ଏହି ସମାରୋହକୁ ନିମନ୍ତ୍ରଣ ପାଇଥିବା ଅତିଥିମାନଙ୍କୁ ଏକ ସୁରକ୍ଷା କୋଡ୍ ମିଳିବ । ଯିଏ ଥରେ ସମାରୋହ ସ୍ଥଳରୁ ବାହାରକୁ ଆସିବେ, ତାଙ୍କୁ ଆଉ ପ୍ରବେଶ ମିଳିବ ନାହିଁ ବୋଲି ସେ କହିଥିଲେ ।






