-
ଖୋଦ୍ ସ୍କୁଲର ପ୍ରଧାନ ଶିକ୍ଷକ ହିଁ ଏହି ଅଶ୍ଳୀଳ ଫଟୋର ଲିଙ୍କ୍ ଶେୟାର୍ କରିଥିଲେ । ତାକୁ ଦେଖି ଅଭିଭାବକମାନଙ୍କ ହୋସ୍ ଉଡ଼ିଯାଇଥିଲା । ପ୍ରଧାନ ଶିକ୍ଷକଙ୍କ ନାଁରେ ଏକ FIR ଦାୟର କରାଯାଇଛି । କଟକରେ ଏହା ଏହି ପ୍ରକାରର ଦ୍ୱିତୀୟ ଘଟଣା ।...
August 1, 2020,8:55 pm IST -
ଆଗ ପରି ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ ନ କରି ସଂକ୍ରମିତ ଚିହ୍ନଟ ହେଉଥିବା ଗୋଟିଏ ଖଞ୍ଚାକୁ ଏବେ ମାଇକ୍ରୋ-କଣ୍ଟେନମେଣ୍ଟ କରାଯାଉଛି । ସେଠାରେ ଆଇସୋଲେସନରେ ରହୁଥିବା ସନ୍ଦିଗ୍ଧମାନଙ୍କୁ ସବୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଉଛି ।...
July 28, 2020,9:33 pm IST -
ହେଲମେଟ ପିନ୍ଧି ନ ଥିବା ଓ ଟ୍ରିପଲ ରାଇଡିଂ କରୁଥିବା ଲୋକଙ୍କ ବାଇକର ଫଟୋ ଉଠାଇ ତାକୁ ହ୍ବାଟ୍ସଆପ ମାଧ୍ୟମରେ ଟ୍ରାଫିକ କଣ୍ଟ୍ରୋଲ ରୁମକୁ ପଠାଇ ଦିଆଯାଉଛି । ସେମାନଙ୍କ ମୋବାଇଲ ଫୋନକୁ ୧,୦୦୦ ଟଙ୍କାର ଫାଇନ କଟିଥିବା ନେଇ SMS ଆସୁଛି ।...
July 26, 2020,9:17 pm IST -
କରୋନା ସଂକ୍ରମଣ ଭୟ ମଧ୍ୟରେ ଖାତା ଦେଖା ହୋଇଥିବାରୁ ସଠିକ ମୂଲ୍ୟାୟନ ନେଇ ଆଶଙ୍କାରେ ଅଛନ୍ତି ପରୀକ୍ଷାର୍ଥୀ ଓ ଅଭିଭାବକମାନେ । ତିନି ମାସ ବିଳମ୍ବରେ ପ୍ରକାଶ ପାଇବାକୁ ଯାଉଥିବା ଫଳ ଉପରେ ଏବେ ସମସ୍ତଙ୍କ ନଜର ।...
July 25, 2020,7:48 pm IST -
ଆଜି ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୨୮ ୟୁନିଟ ପ୍ଲାଜମା ସଂଗୃହିତ ହୋଇ ଥିବା ବେଳେ ସେଥିରୁ ୨୦ ୟୁନିଟ ପ୍ଲାଜମା ଗୁରୁତର କୋଭିଡ ରୋଗୀଙ୍କୁ ଦିଆଯାଇଛି । ଅଧିକାଂଶ କ୍ଷେତ୍ରରେ ଭଲ ଫଳ ମିଳୁଥିବା ଜଣା ପଡ଼ିଛି ।...
July 24, 2020,5:28 pm IST -
କରୋନା ଭାଇରସ୍ ବିରୋଧରେ ବଡ଼ ଧରଣର ଲଢେଇ ପାଇଁ ପ୍ରସ୍ତୁତ ହେଉଛି କଟକ ସହର । ଉଭୟ ଷ୍ଟାଡିଅମରେ ୧୫୦ ବେଡର ବ୍ୟବସ୍ଥା କରାଯାଉଛି । ସେଠାରେ ଡାକ୍ତର ଓ ପାରାମେଡ଼ିକାଲ ଷ୍ଟାଫ ୨୪ ଘଣ୍ଟିଆ ଡ୍ୟୁଟିରେ ରହିବେ ।...
July 23, 2020,6:42 pm IST -
ଖଟବିନ ସାହିରେ ଜଣେ ବ୍ୟକ୍ତିଙ୍କ ଶବ ସତ୍କାର ସେଠାରେ କରୋନା ବ୍ୟାପିର କାରଣ ପାଲଟିଥିବା ବେଳେ ଏକ ବାହାଘର ଉତ୍ସବ ଯୋଗୁଁ ଶଙ୍କରପୁରରେ ସଂକ୍ରମଣ ମାଡ଼ିଯାଇଥିବା କୁହାଯାଉଛି । କଟକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୮୪ରେ ପହଞ୍ଚିଲାଣି ।...
July 22, 2020,10:09 pm IST -
କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ୩୦ଟି ICU ସହିତ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ପ୍ରତିଷ୍ଠା କରାଯିବ। କରୋନା ସଙ୍କଟକୁ ଦୃଷ୍ଟିରେ ରଖି ରାଜ୍ୟରେ ଡାକ୍ତରମାନଙ୍କ ଅବସର ବୟସ ୬୨ରୁ ୬୫ ବର୍ଷକୁ ବୃଦ୍ଧି କରାଯାଇଛି ।...
July 21, 2020,10:24 pm IST -
ପ୍ଲାଜମା ଦିଆ ଯିବା ପରେ ୬ ଜଣ କରୋନା ରୋଗୀଙ୍କ ମଧ୍ୟରୁ ୪ ଜଣଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଛି । ସେମାନେ ଆଉ ଅକ୍ସିଜେନ ସପୋର୍ଟ ଦରକାର କରୁନାହାଁନ୍ତି ଓ ଖୁବ୍ ଶୀଘ୍ର ଡିସଚାର୍ଯ୍ୟ ହୋଇ ପାରନ୍ତି । ଅନ୍ୟ ୨ ଜଣ ରୋଗୀ ବି ଭଲ ହୋଇଆସୁଛନ୍ତି ।...
July 19, 2020,6:35 pm IST -
ତିନି ବର୍ଷର କାର୍ଯ୍ୟକାଳରେ କଟକରେ ଅର୍ଗାନାଇଜଡ୍ ଅପରାଧ ରୋକିବା ଓ ଦଶହରା, ବାଲିଯାତ୍ରା ଏବଂ କ୍ରିକେଟ ମ୍ୟାଚ ଆଦି ଶୃଙ୍ଖଳିତ ଭାବେ କରାଇବାରେ ଅଖିଳେଶ୍ୱର ସିଂଙ୍କ ବଡ଼ ଭୂମିକା ଥିଲା । ବେଲେଶ୍ବର ଡବଲ ମର୍ଡ଼ର କେସ୍ ଅସମାହିତ ରହିବା ତାଙ୍କୁ ଅବଶୋଷ ଦେଇଛି ।...
July 18, 2020,11:28 pm IST -
ପ୍ଲାଜମା ଦାନ ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ଅପିଲ ପରେ ପ୍ଲାଜମା ଦାତାମାନେ ଆଗକୁ ଆସୁଛନ୍ତି। କୋଭିଡରୁ ଆରୋଗ୍ୟ ହୋଇଥିବା ୧୨ ଜଣ ବ୍ୟକ୍ତି ନିଜ ପ୍ଲାଜମା ଦାନ କରିବାକୁ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ସାଲେପୁର MLA ପ୍ରଶାନ୍ତ ବେହେରା ।...
July 16, 2020,7:51 pm IST -
କୋଭିଡରୁ ସୁସ୍ଥ ହୋଇଥିବା ଜଣେ ବ୍ୟକ୍ତିଙ୍କ ଠାରୁ ସଂଗୃହିତ ପ୍ଳାଜମା ୨ ଜଣଙ୍କ ଜୀବନ ବଞ୍ଚାଇ ପାରିବ । ଜଣେ ବ୍ୟକ୍ତି ପ୍ରତି ୧୫ ଦିନରେ ଥରେ ପ୍ଲାଜମା ଦାନ କରି ପାରିବେ । ଏମିତି ବ୍ୟକ୍ତିଙ୍କୁ ଘରୁ ଆଣିବା ଓ ଛାଡ଼ିବା ସହ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।...
July 15, 2020,10:53 pm IST -
ଦେଶର ଚତୁର୍ଥ ରାଜ୍ୟ ଭାବେ ଓଡ଼ିଶାରେ ଆରମ୍ଭ ହେଉଛି ପ୍ଲାଜମା ଥେରାପି । କୋଭିଡକୁ ହରାଇ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଠାରୁ ରକ୍ତ ସଂଗହ କରି ସେଥିରୁ ପ୍ଲାଜମାକୁ ଅଲଗା କରାଯିବ । ସେହି ପ୍ଲଜମାକୁ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସଂକ୍ରମିତଙ୍କୁ ଦିଆଯିବ ।...
July 15, 2020,2:23 am IST -
ଜେଲ୍ ଭିତରେ ଥାଇ ଗୁଗୁ ସପ୍ତାହକ ମଧ୍ୟରେ କଟକର ଜଣେ ଠିକାଦାରଙ୍କୁ ପ୍ରାୟ ୭ ଥର ଫୋନ କରି ଧମକ ଦେଇଥିଲା । ତା’ ନିର୍ଦ୍ଦେଶରେ ତା’ ସହଯୋଗୀ ବାଙ୍କା ମିଟୁ ଠିକାଦାରଙ୍କ ଠାରୁ ବଟି ନେବାକୁ ଆସିଥିଲା । ସେ ଗିରଫ ହୋଇଛି ।...
July 13, 2020,3:30 pm IST -
ମାଓ ସଙ୍ଗଠନରେ ଯୋଗ ଦେବା ପରେ କାନ୍ନା ମାଡ଼ି ଓ ଲାକେ ପୁନେମ ପରସ୍ପରକୁ ଭଲପାଇ ବସିଥିଲେ। କାନ୍ନାଙ୍କ ମୁଣ୍ଡ ଉପରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଓ ଲାକେଙ୍କ ମୁଣ୍ଡ ଉପରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷିତ ହୋଇଥିଲା ।...
July 12, 2020,7:52 pm IST