CHANGE LANGUAGE
ନୂଆ ଦିଲ୍ଲୀ: ମହିଳା ଟି-୨୦ ଚ୍ୟାଲେଞ୍ଜର ଫାଇନାଲରେ ସୋମବାର ଦିନ ୨୦ ବର୍ଷୀୟା ଯୁବ ବୋଲର ରାଧା ଯାଦବ ତାଙ୍କ ବୋଲିଂ ଦ୍ୱାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ସୁପରନୋଭା ବୋଲର ରାଧା ତାଙ୍କ ମାରାତ୍ମକ ବୋଲିଂ ଟ୍ରେଲବ୍ଲେଜର ବ୍ୟାଟିଂକୁ ଦୋହଲାଇ ଦେଇଥିଲା ।
ନିର୍ଦ୍ଧାରିତ ଓଭରରେ 8ଟି ୱିକେଟ୍ ହରାଇ ଟ୍ରେଲବ୍ଲେଜର ୧୧୮ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା । ରାଧା ଯାଦବ ନିଜର ୪ ଓଭରରେ ୪ ଇକୋନୋମି ହାରରେ ୧୬ ରନ୍ ଦେଇ ପାଞ୍ଚଟି ୱିକେଟ୍ ନେଇଥିଲେ ।