ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି ଅଡ଼ୁଆରେ ପଡ଼ିଯାଇଛନ୍ତି । ତାଙ୍କ ବିରୋଧରେ ଠକେଇର ଅଭିଯୋଗ ଲାଗିଛି । ଏକ ଇଭେଣ୍ଟ କମ୍ପାନୀ ଅଭିଯୋଗ କରିଛି ଯେ ସନି ୨୦୧୯ରେ ଭାଲେଣ୍ଟାଇନ୍ସ ଡେ କାର୍ଯ୍ୟକ୍ରମରେ ଭାଗ ନେବାକୁ ୨୯ ଲକ୍ଷ ଟଙ୍କା ନେଇ ଏକ ଚୁକ୍ତିନାମା କରିଥିଲେ, କିନ୍ତୁ ତା’ର ସମ୍ମାନ କରି ନ ଥିଲେ ।
କେରଳର କ୍ରାଇମ୍ ବ୍ରାଞ୍ଚକୁ ଏହି ଅଭିଯୋଗ ମିଳିବା ପରେ ପୋଲିସ ଅଧିକାରୀମାନେ ସନି ଲିଓନିଙ୍କୁ ଜେରା କରିଛନ୍ତି । ସନ୍ନି ଏକ ଫିଲ୍ମର ଶୁଟିଂ ପାଇଁ କେରଳ ରାଜଧାନୀ ଥିରୁଅନନ୍ତପୁରମ୍ ଯାଇଥିବା ବେଳେ ପୋଲିସ ଅଧିକାରୀମାନେ ସେଠାରେ ତାଙ୍କୁ ଭେଟି ତାଙ୍କ ବିବୃତ୍ତି ରେକର୍ଡ କରିଛନ୍ତି ।
ଆଡଲକ୍ସ ଇଣ୍ଟରନ୍ୟାସନାଲ କନଭେନସନ୍ ସେଣ୍ଟରରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମ ପାଇଁ ସନ୍ନିଙ୍କୁ ଟଙ୍କା ଦିଆଯାଇଥିବା ଅବିଯୋଗରେ କୁହାଯାଇଛି । ଟଙ୍କା ଗ୍ରହଣ କରିବା ପରେ ବି ସନ୍ନି ସେଠାକୁ ଆସି ନ ଥିଲେ ବୋଲି ଅଭିଯୋଗ ହୋଇଛି ।
ଜେରାରେ ପୋଲିସକୁ ସନ୍ନି ଲିଓନି କହିଛନ୍ତି ଯେ ସେହି କାର୍ଯ୍ୟକ୍ରମକୁ ଅନେକ ଥର ବଦଳାଯାଇଥିଲା । ସେଥି ପାଇଁ ସେ ଅନ୍ୟମାନଙ୍କୁ ଦେଇଥିବା ତାରିଖକୁ ଆଉ ବଦଳାଇ ପାରି ନ ଥିଲେ । ସେ ଏହା ବି କହିଛନ୍ତି ଯେ ସେହି ଚୁକ୍ତିର ଅବଶିଷ୍ଟ ୧୨.୫୦ ଲକ୍ଷ ଟଙ୍କା ସେ ନେଇ ନାହାଁନ୍ତି । ଏହା ପରେ କ୍ରାଇମ ବ୍ରାଞ୍ଚ ଉଭୟ ପକ୍ଷର ହ୍ୱାଟସ୍ ଆପ୍ ଚାଟ୍ ଯାଞ୍ଚ କରିଛି ।
କ୍ରାଇମ୍ ବ୍ରାଞ୍ଚକୁ ଏହି ମାମଲା ଆପରାଧିକ ମାମଲା ବଦଳରେ ଏକ ସିଭିଲ ମକଦ୍ଦମା ଲାଗୁଛି । କ୍ରାଇମ୍ ବ୍ରାଞ୍ଚ୍ ଏବେ ସନ୍ନିଙ୍କ ପରି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିବା ଅନ୍ୟ କଳାକାରଙ୍କ ବିବୃତ୍ତି ବି ଗ୍ରହଣ କରିବାକୁ ନିଶ୍ଚୟ କରିଛି । ଯଦି ସେମାନଙ୍କ ବିବୃତ୍ତି ବି ସମାନ ହୋଇଥିବ, ତେବେ ଅଭିଯୋଗ ଉପରେ ପୁନର୍ବିଚାର କରାଯିବ ।
ସନ୍ନି ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଥିଲେ, ଯେଉଁଥିରେ ତାଙ୍କୁ ବହୁତ ସୁସ୍ବାଦୁ ଖାଦ୍ୟ ସହିତ ଦେଖିବାକୁ ମିଳିଥିଲା ।