ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ସଂଯୋଗ ଥିବା ଜଣାପଡିବା ପରେ ରିୟା ଚକ୍ରବର୍ତ୍ତୀଙ୍କୁ (Rhea Chakraborty) ଗିରଫ କରାଯାଇଛି । ଅଭିନେତ୍ରୀଙ୍କ ସହ ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀ ମଧ୍ୟ ଜେଲରେ ଅଛନ୍ତି । ରିୟା ଚକ୍ରବର୍ତ୍ତୀଙ୍କୁ ନାର୍କୋଟିକ୍ସ ଡ୍ରଗ୍ସ ଓ ସାଇକୋଟ୍ରୋପିକ୍ ପଦାର୍ଥ ଅଧିନିୟମ (NDPS Act) ଅନୁଯାୟୀ ଏନସିବି ଗିରଫ କରିଛି । ଡ୍ରଗ୍ସ ସଂଯୋଗ ତଥା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଓ ତାଙ୍କ ପରିବାରର ନାମ ବାରମ୍ବାର ବ୍ୟବହୃତ ହେଉଛି । ଏଭଳି ପରିସ୍ଥିତିରେ ଲୋକଙ୍କ ମଧ୍ୟରେ ଅଭିନେତ୍ରୀଙ୍କ ଉପରେ ଅସନ୍ତୋଷ ଦେଖାଯାଉଛି । ଏହାର ପ୍ରଭାବ ରିୟାଙ୍କ କରିୟର ଓ ତାଙ୍କ ଭବିଷ୍ୟତ ଉପରେକୁ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିବ ।
ତେବେ ରିୟା ପ୍ରଥମ ବଲିଉଡ ଅଭିନେତ୍ରୀ ନୁହଁନ୍ତି ଯାହାକୁ ଜେଲ ଯିବାକୁ ପଡିଲା । ରିୟାଙ୍କ ପୂର୍ବରୁ ଅନ୍ୟ ଅନେକ ବଲିଉଡ ତାରକା ଜେଲ ଯାଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକଙ୍କ କରିୟର ଅଟକି ଯାଇଥିବା ବେଳେ ଆଉ କେତେଜଣ ଆଜି ବଲିଉଡର ବଡ ସେଲିବ୍ରେଟି ହୋଇଛନ୍ତି । ଯେଉଁ କଳାକାର ମାନେ ଜେଲରେ ସମୟ ଅତିବାହିତ କରିଛନ୍ତି, ସେମାନଙ୍କ ବିଷୟରେ କହି ରଖୁଛୁ ।
ସଞ୍ଜୟ ଦତ୍ତ
ବର୍ତ୍ତମାନ ଫୁସଫୁସ କର୍କଟ ସହିତ ଲଢୁଥିବା ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଜେଲ ଭିତରେ ଦୀର୍ଘ ସମୟ ଅତିବାହିତ କରିଛନ୍ତି । ମୁମ୍ବାଇର ସିରିଏଲ ବିସ୍ଫୋରଣ (୧୯୯୧-୧୯୯୩) ସମୟରେ ସେ ନିଜ ଘରେ ବେଆଇନ ଅସ୍ତ୍ରଶସ୍ତ୍ର ରଖିଥିବାରୁ ଅଭିନେତାଙ୍କୁ ୫ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା । ସେ ଜେଲରେ ସଜ୍ଜା ମଧ୍ୟ କାଟିଥିଲେ ଓ ଫେବୃଆରୀ ୨୦୧୬ ରେ ସେ ଜେଲ୍ରୁ ବାହାରିଥିଲେ।
ଫରଦୀନ ଖାନ
କୋକେନ ରଖିବା ଓ ଏହାକୁ ଯୋଗାଣ ଅଭିଯୋଗରେ ଫିରୋଜ ଖାନଙ୍କ ପୁଅ ଫରଦୀନ ଖାନ ଜେଲ ଯାଇଛନ୍ତି । ଜେଲରୁ ବାହାରିବା ପରେ ମଧ୍ୟ ଅଭିନେତାଙ୍କ କ୍ୟାରିୟର ଭଲ ଥିଲା । ୨୦୧୦ ରେ ଫରଦୀନ ଖାନଙ୍କୁ 'ଦୁଲହା ମିଲ ଗୟା' ଫିଲ୍ମରେ ଶେଷ ଥର ପାଇଁ ବଡ ପରଦାରେ ଦେଖିବାକୁ ମିଳିଥିଲା ।
ସଲମନ ଖାନ
ସଲମନ ଖାନ ଦୁଇଟି ବଡ ମାମଲା ଯେଉଁଥିରେ କଳା ହରିଣ ମାମଲା ଓ ଅନ୍ୟଟି ହିଟ୍ ଆଣ୍ଡ ରନ୍ ମାମଲା ଯୋଗୁଁ ହେଡଲାଇନରେ ରହିଥିଲେ । କଳା ହରିଣ ମାମଲାରେ ତାଙ୍କୁ ପାଞ୍ଚ ବର୍ଷ କାରାଗାରରେ ରହିବାକୁ ନୟାଳୟ ସଜ୍ଜା ଶୁଣାଇ ଥିଲେ ଓ ଏଥିପାଇଁ ତାଙ୍କୁ କିଛି ଦିନ ମଧ୍ୟ ଜେଲରେ ରହିବାକୁ ପଡିଥିଲା । ତେବେ ଏହି ଦୁଇଟି ମାମଲା ତାଙ୍କ କରିୟର କୌଣସି ବିଶେଷ ପ୍ରଭାବ ପକାଇ ନଥିଲା । ଆଜି ସଲମାନ ଖାନ ବଲିଉଡ ଇଣ୍ଡଷ୍ଟ୍ରିର ବଡ ତାରକା ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି ।
ସାଇନି ଅହୁଜା
ସାଇନି ଅହୁଜା ଜଣେ ଜଣାଶୁଣା ଅଭିନେତା । ଅନେକ ଥର ବିବାଦରେ ସାଇନିଙ୍କ ନାମ ଘେରି ରହିଥିଲା । ତାଙ୍କର ନାମ ସେତେବେଳେ ଅଧିକ ଚର୍ଚ୍ଚା ହୋଇଥିଲା ଯେତେବେଳେ ତାଙ୍କ ଘରର ଚାକରାଣୀ ତାଙ୍କ ନାମରେ ବଳାତ୍କାର କରିଥିବା ଅଭିଯୋଗ ଆଣିଥିଲେ ଓ ତାଙ୍କୁ ଏଥିପାଇଁ ଜେଲର ସମ୍ମୁଖୀନ ହେବାକୁ ପଡିଥିଲା ।
ଜନ୍ ଅବ୍ରାହାମ
ଜନ୍ ଅବ୍ରାହାମ ବାଇକ୍ ଚଳାଇବା ବେଳେ ନିଜ ନିୟନ୍ତ୍ରଣ ହରାଇବାରୁ ତାଙ୍କ Hayabusa ବାଇକ୍ ଏକ ମହିଳାଙ୍କ ସାଇକେଲକୁ ଧକ୍କା ଦେଇଥିଲା । ଏହି ମାମଲା ପରେ ଅଭିନେତାଙ୍କୁ ଜୋରିମାନା ଦେବା ସମେତ ୧୫ଦିନ ଜେଲରେ ରହିବାକୁ ପଡିଥିଲା ।
ସୁରଜ ପଞ୍ଚୋଲି
ଆଦିତ୍ୟ ପଞ୍ଚୋଲିଙ୍କ ପୁଅ ତଥା ବଲିଉଡ ଅଭିନେତା ସୁରଜ ପଞ୍ଚୋଲିଙ୍କ ନାମ ମଧ୍ୟ ଅନେକ ବିବାଦ ଘେରକୁ ଆସିଛି । ଜିଆ ଖାନଙ୍କ ଆତ୍ମହତ୍ୟା ମାମଲାରେ ସୁରଜ ପଞ୍ଚୋଲିଙ୍କୁ କୋର୍ଟ ଓ ଜେଲ ଦେଇ ଯିବାକୁ ପଡିଥିଲା । ଏହି ମାମଲା ସୁରଜ ପଞ୍ଚୋଲିଙ୍କ କରିୟରରେ ଏକ ବଡ଼ ପ୍ରଭାବ ପକାଇଥିଲା । ସଲମାନ ଖାନଙ୍କ ଫିଲ୍ମରେ ଡେବ୍ୟୁ କରିବା ପରେ ମଧ୍ୟ ଅଭିନେତା ଦର୍ଶକଙ୍କ ଠାରୁ କୌଣସି ଭଲପାଇବା ପାଇ ନଥିଲେ। ଫଟୋ ସୌଜନ୍ୟ- @soorajpancholi/Instagram