ଫଟୋଗୁଡ଼ିକରେ ଶେଫାଳି ଜରିୱାଲା ଏକ ବଲ୍ ପୁଲ୍ ବୋର୍ଡ଼ରେ ବସି ନିଜ ସୌନ୍ଦର୍ଯ୍ୟର ବିଚ୍ଛୁରଣ କରୁଥିବା ଦେଖାଯାଉଛି । ଏହି ଗୀତରେ ଶେଫାଳୀ ଖୁବ୍ ବୋଲ୍ଡ ଷ୍ଟାଇଲରେ ନଜର ଆସିଛନ୍ତି ।
ଶେଫାଳୀ ଜରିୱାଲା ଶେୟାର୍ କରିଥିବା ଏହି ଫଟୋଗୁଡ଼ିକ ଉପରେ ତାଙ୍କ ପ୍ରଶଂସକମାନେ ଲଗାତର କମେଣ୍ଟସ୍ ଦେଉଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଶେଫୀଳିଙ୍କ ପତିଙ୍କୁ ନେଇ ପ୍ରଶ୍ନ ପଚାରିଛନ୍ତି, ‘‘ଆପଣ (ଶେଫାଳୀ) ପରାଗଙ୍କୁ ଛାଡ଼ିଦେଇଛନ୍ତି କି?’’
ଅନ୍ୟ ଜଣେ ଫ୍ୟାନ୍ ଶେଫାଳୀଙ୍କୁ ବିବାହ କରିନେବାକୁ ପରାମର୍ଶ ଦେଇଛନ୍ତି ଓ କମେଣ୍ଟ ବକ୍ସରେ ଲେଖିଛନ୍ତି, ‘‘ଆପଣଙ୍କର ଏହି ଯୋଡ଼ି ଭଲ ଲାଗୁଛି । ଆପଣ ଦୁହେଁ ବିବାହ କରିନିଅନ୍ତୁ ।’’
ଶେଫାଳୀ କହିଛନ୍ତି ଯେ ସେ ଓ ମିକା ସିଂ ଗତ ୧୫ ବର୍ଷ ଧରି ପରସ୍ପରର ବନ୍ଧୁ । ସେ କହିଛନ୍ତି ଯେ ସେ ଓ ମିକା ମିଶି ମିଳିତ ଭାବେ ନିଜ ପ୍ରଶଂସକଙ୍କୁ କିଛି ସରପ୍ରାଇଜ୍ ଦେବାକୁ ଚାହୁଁଥିଲେ ।