ଆମେରିକାର ଉପ-ରାଷ୍ଟ୍ରପତି ପଦରେ ଭାରତୀୟ-ଆମେରିକୀୟ ବଂଶୋଦ୍ଭବ କମଳା ହାରିସ୍ (Kamala Harris) ନିର୍ବାଚିତ ହୋଇଛନ୍ତି। (ଫଟୋ: ANI)
ତାମିଲ ନାଡୁରେ କମଲା ହାରିସଙ୍କ ମୂଳ ଗାଁ ତୁଳାସେନ୍ତିରାପୁରମରେ ତାଙ୍କର ଏହି ବିଜୟ ପାଇଁ ଲୋକେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥି ପାଇଁ ଲୋକେ ପ୍ରତ୍ୟେକ ଘରେ ରଙ୍ଗୋଲି ତିଆରି କରିଛନ୍ତି | (ଫଟୋ: News18)
ଗାଁର ଲୋକେ ନିଜ ନିଜ ଘର ବାହାରେ ରଙ୍ଗୋଲି ବନାଇ କମଳାଙ୍କ ପାଇଁ ଅଭିନନ୍ଦନର ବାର୍ତ୍ତା ବି ଲେଖିଛନ୍ତି । ରଙ୍ଗୋଲିରେ ସେମାନେ ଲେଖିଛନ୍ତି, ‘‘ଶୁଭେଚ୍ଛା, କମଳା ହାରିସ୍! ତୁମ ପାଇଁ ଆମ ଗାଁ ଗର୍ବିତ । ଓଣକ୍କମ୍ ଆମେରିକା!’’ (ଫଟୋ: News18)
ଗତ କିଛି ଦିନ ହେବ କମଳା ହାରିସଙ୍କ ବିଜୟ ପାଇଁ ଗ୍ରାମବାସୀମାନେ ପ୍ରାର୍ଥନା କରୁଥିଲେ । ଏବେ ସେ ଜିତିଯାଇଥିବାରୁ ପୂରା ଗାଁରେ ଖୁସିର ଲହରୀ ବ୍ୟାପିଯାଇଛି । (ଫଟୋ: ANI)
ତୁଳାସେନ୍ତିରାପୁରମର ଲୋକେ ଆମେରିକା ନିର୍ବାଚନର ଫଳାଫଳ ଜାଣିବା ପାଇଁ ସବୁ କାମ ଛାଡ଼ି ଟିଭି ସାମ୍ନାରେ ବସିରହୁଥିଲେ । (ଫଟୋ: ANI)
କମଳା ହାରିସଙ୍କ ଗାଁର ମହିଳାମାନେ କହିଛନ୍ତି ଯେ ସେ ସେମାନଙ୍କ ପାଇଁ ଏକ ବଡ଼ ପ୍ରେରଣାର ସ୍ରୋତ ବନିଛନ୍ତି । ଯୁବ ପିଢ଼ି ବିଶ୍ୱର ବୃହତ୍ତମ ଅର୍ଥନୀତିରେ ତାଙ୍କ ବିଜୟର ଅର୍ଥ ବୁଝୁଛନ୍ତି । (ଫଟୋ: ANI)
କମଳା ହାରିସଙ୍କ ବିଜୟ ପାଇଁ ସ୍ଥାନୀୟ ଧର୍ମଶାସ୍ତ୍ର ମନ୍ଦିରରେ ଏକ ସ୍ୱତନ୍ତ୍ର ପ୍ରାର୍ଥନା ସଭା ଆୟୋଜିତ ହୋଇଥିଲା । (ଫଟୋ: ANI)