ବିସିସିଆଇ ଆଇପିଏଲର ୧୩ତମ ସିଜନ୍ ପାଇଁ କମେଣ୍ଟ୍ରି ପ୍ୟାନେଲ୍ ଘୋଷଣା କରିଛି । ପ୍ୟାନେଲରେ ମନୋନୀତ ହୋଇଥିବା ନାମ ଗୁଡ଼ିକରେ ମହିଳା କ୍ରୀଡ଼ା ଆଙ୍କର୍ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି । ଭାରତର ଷ୍ଟାର୍ ସ୍ପୋର୍ଟସ୍ ଆଙ୍କର୍ ମୟନ୍ତି ଲେଙ୍ଗରଙ୍କୁ ଏଥର କଡ଼ା ଟକ୍କର ଦେବା ପାଇଁ ଅଷ୍ଟ୍ରେଲିଆର ନେରୋଲି ମିଡୋସ୍ ମଧ୍ୟ ସାମିଲ ହେବେ। (ଇନଷ୍ଟାଗ୍ରାମ)
ନେରୋଲି ମିଡୋସ୍ ଅଷ୍ଟ୍ରେଲିଆ ନିବାସୀ ଓ କ୍ରୀଡ଼ା ଆଙ୍କର୍ ଭାବରେ କ୍ରିକେଟ୍ ଜଗତରେ ସେ ଏକ ଜଣାଶୁଣା ନାମ । ଗତ ବର୍ଷ ପର୍ଯ୍ୟନ୍ତ ସେ ଫକ୍ସ ସ୍ପୋର୍ଟସରେ କାମ କରି ଆସୁଥିଲେ। (ଇନଷ୍ଟାଗ୍ରାମ)
ନେରୋଲି ଗତ ଦଶ ବର୍ଷ ହେବ କେବଳ କ୍ରିକେଟ୍ ନୁହେଁ ବରଂ ଫୁଟବଲ୍, ଟେନିସ୍, ରଗବୀ ଓ ବାସ୍କେଟବଲ୍ ଭଳି ଅନେକ କ୍ରୀଡ଼ାରେ ଜଡି଼ତ ଅଛନ୍ତି । ବର୍ତ୍ତମାନ ବିସିସିଆଇ ତାଙ୍କୁ ଆଇପିଏଲ୍ ପାଇଁ ଚୟନ କରିଛି । ଯାହାକୁ ନେଇ ନେରୋଲିଙ୍କୁ ବହୁତ ଖୁସି ଅଛନ୍ତି । (ଇନଷ୍ଟାଗ୍ରାମ)
ଗତ ବର୍ଷ ଇଂଲଣ୍ଡରେ AFL ଓ କ୍ରିକେଟ୍ ବିଶ୍ୱକପ୍ରେ ନେରୋଲି ଅଂଶଗ୍ରହଣ କରିଥିଲେ । ତାଙ୍କୁ ସର୍ବଶ୍ରେଷ୍ଠ କ୍ରୀଡ଼ା ଆଙ୍କର୍ ଭାବରେ ବିବେଚନା କରାଯାଏ ଓ କୁହାଯାଏ ଯେ ତାଙ୍କର କ୍ରିକେଟ୍ ଜ୍ଞାନ ବାକି ଆଙ୍କର୍ ଅପେକ୍ଷା ବହୁତ ଅଧିକ । (ଇନଷ୍ଟ୍ରାଗ୍ରାମ)