ଟ୍ରାଫିକ ନିରାପତ୍ତାକୁ ଆହୁରି ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି । ଏହି କାରଣରୁ କେତେକ ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଉଛି । ନିକଟରେ ମନ୍ତ୍ରଣାଳୟ ଦୁଇଚକିଆ ଯାନ ପାଇଁ ନୂଆ ଗାଇଡଲାଇନ (New Guidelines for two wheeler) ଆଣିଛି ।
ଗତ ମାସ ଏକ ଗାଇଡଲାଇନରେ କୁହାଯାଇଛି ଯେ ବାଇକର ଉଭୟ ପାର୍ଶ୍ୱ ଡ୍ରାଇଭର ସିଟ୍ ପଛରେ ହ୍ୟାଣ୍ଡ ହୋଲ୍ଡ (hand hold in bike) ରହିବ । ଏହାର ଉଦ୍ଦେଶ୍ୟ ହେଉଛି ପଛରେ ବସିଥିବା ଲୋକକୁ ସୁରକ୍ଷା ଦେବା । ଏବେ ଅଧିକାଂଶ ବାଇକରେ ଏହି ସୁବିଧା ନାହିଁ । ଏହା ସହିତ ବାଇକ୍ ପଛରେ ବସିଥିବା ଲୋକଙ୍କ ପାଇଁ ଉଭୟ ପାର୍ଶ୍ୱରେ ପେଡେଷ୍ଟାଲ୍ (ପାଦ ରଖିବା ପାଇଁ) ବାଧ୍ୟତାମୂଳକ କରାଯାଇଛି ।
ଗାଇଡଲାଇନରେ କୁହାଯାଇଛି ଯେ ବାଇକର ପଛ ଚକର ବାମ ପାଖର ଅତି କମରେ ଅଧା ଅଂଶ ସୁରକ୍ଷିତ ଭାବରେ ଆଚ୍ଛାଦିତ କରାଯିବା (ଢାଙ୍କିବା) ଉଚିତ ଯାହା ଦ୍ୱାରା ପଛରେ ବସିଥିବା ଲୋକର ପୋଷାକ (ଶାଢ଼ୀ ଆଦି) ପଛ ଚକରେ ଛନ୍ଦି ହୋଇ ଯିବ ନାହିଁ ।
ପରିବହନ ମନ୍ତ୍ରଣାଳୟ ବାଇକରେ ହାଲୁକା ବାକ୍ସ (କଣ୍ଟେନର୍) ଲଗାଇବା ଉପରେ ମଧ୍ୟ ନିର୍ଦ୍ଦେଶାବଳୀ ଜାରି କରିଛି । ଏହି ବାକ୍ସର ଲମ୍ବ ୫୫୦ ମିଲିମିଟର, ମୋଟେଇ ୫୧୦ ମିଲିମିଟର ଓ ଉଚ୍ଚତା ୫୦୦ ମିଲିମିଟରରୁ ଅଧିକ ହେବ ନାହିଁ । ଯଦି ବାକ୍ସଟି ପଛରେ ବସୁଥିବା ଲୋକର ସ୍ଥାନରେ ଲଗାଯାଇଥାଏ, ତେବେ କେବଳ ଡ୍ରାଇଭରକୁ ଏକା ବାଇକ୍ ବ୍ୟବହାର କରିବା ପାଇଁ ଅନୁମତି ମିଳିବ । ଅର୍ଥାତ୍ ଅନ୍ୟ କୌଣସି ବ୍ୟକ୍ତି ସେହି ବାଇକରେ ବସିପାରିବେ ନାହିଁ ।
ନିକଟରେ ସରକାର ବାଇକର ଟାୟାର ସମ୍ପର୍କରେ ବି ଏକ ନୂଆ ଗାଇଡଲାଇନ ଜାରି କରିଛନ୍ତି । ଏହା ଅନୁସାରେ ସର୍ବାଧିକ ୩.୫ ଟନ୍ ଓଜନ ପର୍ଯ୍ୟନ୍ତ ଯାନବାହାନ ପାଇଁ ଟାୟାର ପ୍ରେସର ମନିଟରିଂ ସିଷ୍ଟମର ପରାମର୍ଶ ଦିଆଯାଇଛି ।