ବ୍ୟୁଟି ପାର୍ଲରରେ ଫେସିଆଲ୍ ଯୋଗୁଁ ଯୁବତୀଙ୍କ ମୁହଁର ତ୍ୱଚା ଜଳିଗଲା, VIDEO ଭାଇରାଲ୍ ହେଲା
‘‘ସେମାନେ କ୍ରିମ୍ ଲଗେଇବା ପରେ ମୋତେ ଲାଗିଲା ଯେମିତି ମୋ’ ମୁହଁରେ କେହି ଗରମ ତେଲ ଢାଳୁଛି… ମୋ’ ମୁହଁର ତ୍ୱଚାର ଗୋଟିଏ ପରସ୍ତ ବାହାରି ଗଲା,’’ ନିଜ ଦୁଃଖଦ ଅଭିଜ୍ଞତା ବିଷୟରେ କହିଛନ୍ତି ବିନିତା ।
ବିନିତା ନାଥ; (ଡାହାଣ) ଫେସିଆଲ୍ ପରେ ତାଙ୍କ ଫଟୋ
- News18 Odia
- Last Updated: February 5, 2021, 10:00 PM IST
ଗୁଆହାଟି: ଯୁବତୀମାନେ ବିଉଟି ପାର୍ଲରକୁ ଯାଆନ୍ତି ନିଜ ରୂପରେ ଆହୁରି ଅଧିକ ଚମକ ଯୋଡ଼ିବା ପାଇଁ । ହେଲେ ଜଣେ ଯୁବତୀ ବ୍ୟୁଟି ପାର୍ଲରକୁ ଯାଇ ଏହାର ଓଲଟା ଅନୁଭୁତି ହାସଲ କରିଛନ୍ତି । ପାର୍ଲରରେ ନିଜ ମୁହଁରେ ଫେସିଆଲ୍ କ୍ଲିନିଂ କରାଇବା ପରେ ତାଙ୍କ ମୁହଁର ତ୍ୱଚା ଜଳିଯାଇଥିଲା । ସେ ଏହି ଦୁଃଖଦ ଅନୁଭୁତିକୁ ସୋସିଆଲ୍ ମିଡ଼ିଆରେ ଶେୟାର୍ କରିଛନ୍ତି ଓ ଅନ୍ୟମାନଙ୍କୁ ସାବଧାନ କରାଇଛନ୍ତି ।
ଏହି ଅଘଟଣ ଘଟିଛି ଆଇ.ଆଇ.ଟି. ଗୁଆହାଟୀରୁ ଇଞ୍ଜିନିଅରିଂ ପାସ୍ କରିଥିବା ଆସାମ ବାସିନ୍ଦା ଯୁବତୀ ଡଃ ବିନିତା ନାଥଙ୍କ ସହ । ସେ ଇଟାଲୀରେ ରହନ୍ତି ଓ ସେଠାରେ ପୋଷ୍ଟ-ଡକ୍ଟରାଲ୍ ରିସର୍ଚ୍ଚ କରୁଛନ୍ତି । ନିଜ ନଣନ୍ଦଙ୍କ ବାହାଘର ପାଇଁ ସେ ଭାରତ ଫେରିଥିଲେ ଓ ବାହାଘର ପୂର୍ବରୁ ସିଲଚରରେ (Silchar) ଏକ ବିଉଟି ପାର୍ଲରକୁ (beauty parlour) ଯାଇ ଫେସିଆଲ୍ କରାଇଥିଲେ ।
ଏହା ବି ପଢ଼ନ୍ତୁ | ଝରାଫୁଲ ମୃତ୍ୟୁ: ମିଳିଲା ଶବ ବୁହାହୋଇଥିବା ସ୍କୁଟି; ରାକେଶର ମିଛଧରା ପରୀକ୍ଷା ହୋଇପାରେ

ବିନିତା ନାଥ (ପୂର୍ବରୁ ଓ ପରେ)
ଡଃ ବିନିତା ନାଥ ନିଜର ଏହି ଦୁଃଖଦ ଘଟଣାକୁ ଫଚୋ ସହିତ ସୋସିଆଲ୍ ମିଡ଼ିଆରେ ଶେୟାର୍ କରିଛନ୍ତି । ସେ ଲେଖିଛନ୍ତି, ‘‘ମୁଁ ଜାଣେ ଏହା ବିବ୍ରତ କରାଇବା ପରି ପୋଷ୍ଟ… ମୁଁ ସିଲଚରର ଶାରଦା ବିୟୁଟି ପାର୍ଲର ବିଷୟରେ ବନ୍ଧୁମାନଙ୍କୁ ଓ ଅନ୍ୟ ସମସ୍ତଙ୍କୁ ଅବଗତ କରାଇବା ପାଇଁ ଏହି ଫଟୋ ଓ ଭିଡିଓଗୁଡିକ ଶେୟାର୍ କରୁଛି । ସେମାନେ ପୂରା ଅନପ୍ରଫେସନାଲ୍ । ସେମାନେ ମୋତେ ବିନା କୌଣସି ଅନୁତାପରେ ଏକ ଭୟଙ୍କର ହରର୍ ଫିଲ୍ମ ଷ୍ଟାର୍ କରିଦେଲେ । ସେଠିକି ଯିବା ପୂର୍ବରୁ ଦୁଇ ଥର ଭାବନ୍ତୁ । ସିଲଚରର ପ୍ରଥମ ଲିଙ୍କ ରୋଡ଼ର ଏଣ୍ଟ୍ରାନ୍ସରେ ଏହି ପାର୍ଲର ଅଛି ।’’
ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | ଯାଜପୁର: ପ୍ରେମିକାକୁ ଭେଟିବାକୁ ଯୋଗୀ ବେଶ ଧରି ଆସିଲେ +୨ ଛାତ୍ର; ଧରା ପଡ଼ି ମାଡ଼ ଖାଇଲେ
“ମୁଁ ସାଧାରଣତଃ ପାର୍ଲରକୁ ଯାଏ ନାହିଁ । ମୁଁ ଥ୍ରେଡିଂ ବି କରାଏ ନାହିଁ । ମୁଁ ଯେତେବେଳେ ସେଠାକୁ ଯାଇଥିଲି, ସେଠାକାର କର୍ମଚାରୀମାନେ ମୋତେ କହିଥିଲେ ଯେ ମୋ’ ମୁହଁରେ କିଛି ବାଳ ଅଛି ଓ ଯଦି ମୁଁ ଥ୍ରେଡିଂ କିମ୍ବା ୱାକ୍ସିଂ କରାଇବାକୁ ଇଚ୍ଛା କରୁ ନାହିଁ, ତେବେ ମୁଁ ବ୍ଲିଚ୍ କରାଇପାରେ । ମୋ ଚର୍ମ ପାଇଁ ସେମାନେ ଡି-ଟାନ୍ ଫେସିଆଲକୁ ଉପଯୁକ୍ତ ବୋଲି କହି ତା’ର ବ୍ୟବହାର କରିବେ ବୋଲି କହିଲେ । ମୁଁ ରାଜି ହୋଇଥିଲି,’’ ଗଣମାଧ୍ୟମକୁ ନିଜ ଦୁଃଖଦ ଅଭିଜ୍ଞତା ବିଷୟରେ ଜଣାଇ କହିଛନ୍ତି ଡଃ ବିନିତା ନାଥ ।
ବିନିତାଙ୍କ ଫଟୋ ଓ ଭିଡିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବା ପରେ ଶାରଦା ପାର୍ଲରର ମାଲିକ ଦୀପ ଦେବ ରୟ କହିଛନ୍ତି ଯେ ବିନିତାଙ୍କ ସହ ଯାହା ହେଲା ସେଥି ପାଇଁ ସେ ଦୁଃଖିତ, ହେଲେ ବିନିତା ହିଁ ନିଜେ ସେଥି ପାଇଁ ଦାୟୀ । ରୟ କହକିଛନ୍ତି ଯେ ପାର୍ଲରର କର୍ମଚାରୀମାନେ ବିନିତାଙ୍କୁ ଡି-ଟାନ୍ ଫେସିଆଲ୍ ପରେ ବ୍ଲିଚ୍ ନ କରିବାକୁ ଅନୁରୋଧ କରିଥିଲେ, ହେଲେ ସେ ଜିଦ୍ ଧରିଥିଲେ, ଯେଉଁଥି ପାଇଁ ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା ।
ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ବୀଭତ୍ସ ହତ୍ୟା; ମହିଳାଙ୍କ ମୁଣ୍ଡ କାଟି ନେଇ ବାକି ଶରୀରକୁ ଫିଙ୍ଗିଦେଲେ ରାସ୍ତାରେ
"ପାର୍ଲରର କର୍ମଚାରୀମାନେ ତାଙ୍କୁ କହିଥିଲେ ଯେ ଡି-ଟାନ୍ ଫେସିଆଲ୍ ପରେ ବ୍ଲିଚ୍ ଭଲ ହୁଏ ନାହିଁ, କିନ୍ତୁ ଗ୍ରାହକ ଜିଦ୍ ଧରିଥିଲେ ଓ ଆମ କର୍ମଚାରୀମାନେ ତାଙ୍କ କଥା ମାନିଥିଲେ,’’ କହିଛନ୍ତି ଦୀପ ଦେବ ରୟ ।
ହେଲେ ବିନିତା ନାଥ ଏହି ସଫେଇ ଓ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ଏହା ପୂରା ମିଛ କଥା । ‘‘ମୁଁ ଏତେ ମୁର୍ଖ ନୁହେଁ ଯେ ନିଜ ମୁହଁକୁ ନଷ୍ଟ କରିବାକୁ ଏମିତି ପଦକ୍ଷେପ ନେବି ।’’






