Ind Vs Eng: ରହାଣେଙ୍କ ଖରାପ ବ୍ୟାଟିଂ ପରେ କୋହଲି ଏହି ହୃଦୟ ଜିତିବା ପରି କଥା କହିଲେ
ଅଜିଙ୍କ୍ୟ ରହାଣେ ମେଲବର୍ଣ୍ଣ ଟେଷ୍ଟରେ ଗୋଟିଏ ଶତକ ହାସଲ କରିବା ପରେ ସାତଟି ଇନିଂସରେ ଗୋଟେ ବି ଅର୍ଦ୍ଧଶତକ ହାସଲ କରିନାହାଁନ୍ତି । ରହାଣେଙ୍କ ସହ ରୋହିତ ଶର୍ମାଙ୍କ ଅବସ୍ଥା ବି ସେହି ଏକା ସମାନ।
ଅଷ୍ଟ୍ରେଲିଆରେ ବିରାଟ କୋହଲି ଓ ଅଜିଙ୍କ୍ୟ ରହାଣେ (ଏ.ପି. ଫଟୋ)
- News18 Odia
- Last Updated: February 9, 2021, 10:00 PM IST
ନୂଆ ଦିଲ୍ଲୀ: ଯେତେବେଳେ ଦଳ ହାରିଯାଏ, କୌଣସି ନା କୌଣସି ଖେଳାଳିଙ୍କ ବିରୋଧରେ ସୋସିଆଲ ମିଡି଼ଆରେ ପ୍ରଶ୍ନ ଉଠିଥାଏ । ଚେନ୍ନାଇ ଟେଷ୍ଟରେ ଇଂଲଣ୍ଡକୁ ପରାସ୍ତ କରିବା ପରେ ଟିମ୍ ଇଣ୍ଡିଆର ଉପ-ଅଧିନାୟକ ଅଜିଙ୍କ୍ୟ ରହାଣେଙ୍କ (Ajinkya Rahane) ଉପରେ ବି ପ୍ରଶ୍ନ ଉଠିଥିଲା ।
ରହାଣେ ଉଭୟ ଇନିଂସରେ ଫ୍ଲପ୍ ପ୍ରମାଣିତ ହେବା ପରେ ବିରାଟ କୋହଲିଙ୍କୁ (Virat Kohli) ରହାଣେଙ୍କ ଦଳରେ ସ୍ଥାନ ଓ ଭାରତରେ ତାଙ୍କର ରେକର୍ଡ଼ ଉପରେ ପ୍ରଶ୍ନ କରାଯାଇଥିଲା । ତେବେ ଅଧିନାୟକ ବିରାଟ କୋହଲି ଅଜିଙ୍କ୍ୟ ରହାଣେଙ୍କ ସମର୍ଥନରେ ଠିଆ ହୋଇଥିବା ଦେଖାଯାଇଥିଲା । ସେ ମହାରାଷ୍ଟ୍ରର ଏହି ବ୍ୟାଟ୍ସମ୍ୟାନଙ୍କୁ ଦଳର କଷ୍ଟଦାୟକ ପରିସ୍ଥିତିରେ ଭଲ ରନ୍ କରୁଥିବା ଖେଳାଳି ଭାବେ ବର୍ଣ୍ଣନା କରିଥିଲେ ।
ଏହା ବି ପଢ଼ନ୍ତୁ | ବାଥରୁମ୍ରେ ଗାଧୋଇବା ବେଳେ ଗିଜର୍ରୁ ଗ୍ୟାସ୍ ଲିକ୍ ହେବାରୁ ଯୁବତୀଙ୍କ ମୃତ୍ୟୁ ହେଲା
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ନିଜ କୁନି ଝିଅ 'ବାମିକା'ର ପ୍ରଥମ ଫଟୋ ଉପରେ ବିରାଟ କୋହଲି ଏକ ସୁନ୍ଦର ମନ୍ତବ୍ୟ ଦେଲେ
‘‘ମେଲବର୍ଣ୍ଣ ଟେଷ୍ଟରେ ଯେତେବେଳେ ଦଳ ଅଧିକ ରନ୍ ଆବଶ୍ୟକ କରୁଥିଲା ସେତେବେଳେ ରହାଣେ ଏକ ଶତକ ସ୍କୋର୍ କରିଥିଲେ । ଆପଣ ତଥ୍ୟରୁ ଯାହା ବି ଦେଖୁଛନ୍ତି ଦେଖନ୍ତୁ, କିନ୍ତୁ ଆମେ ଅଷ୍ଟ୍ରେଲିଆରେ ସିରିଜ୍ ଜିତିଲୁ,’’ କହିଥିଲେ କୋହଲି ।
ବିରାଟ କୋହଲି ଆହୁରି କହିଥିଲେ, ‘‘ଏବେ ତ କେବଳ ଗୋଟିଏ ଟେଷ୍ଟ୍ ମ୍ୟାଚ୍ ଖେଳାଯାଇଛି । ପ୍ରଥମ ଇନିଂସରେ ତ ସେ (ରହାଣେ) ଚୌକା ମାରିବାକୁ ଚେଷ୍ଟା କରିଥିଲେ । ଜୋ ରୁଟ୍ (Joe Root) ଏକ ସୁନ୍ଦର କ୍ୟାଚ୍ ନେଇଗଲେ । ଯଦି ରହାଣେ ପ୍ରଥମ ଇନିଂସରେ ରନ୍ ସ୍କୋର କରିଥାନ୍ତେ, ତେବେ ଏହି ପ୍ରଶ୍ନ ଉଠୁ ନ ଥାନ୍ତା । ଆମକୁ କେବଳ ଅଧିକ ଧ୍ୟାନ ଦେବା ଆବଶ୍ୟକ । ଟେଷ୍ଟ କ୍ରିକେଟରେ ଆପଣଙ୍କୁ ହାସଲ କରିବାକୁ ପଡି଼ବ, ଏହା ଦେଶ ଭିତରେ ହେଉ କିମ୍ବା ବିଦେଶରେ । ବର୍ତ୍ତମାନ ଆମକୁ ଏକ ଦଳ ଭାବରେ ଭଲ କରିବାକୁ ପଡି଼ବ ।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ୫୧ ବର୍ଷ ବୟସରେ ବି ଗାୟିକା ଜେନିଫର୍ ଲୋପେଜ୍ ଏତେ ସୁନ୍ଦର; ଫ୍ୟାନମାନଙ୍କ ହୃହୟରେ ରହିଛନ୍ତି
ଅଜିଙ୍କ୍ୟ ରହାଣେ ମେଲବର୍ଣ୍ଣ ଟେଷ୍ଟରେ ଗୋଟିଏ ଶତକ ହାସଲ କରିବା ପରେ ସାତଟି ଇନିଂସରେ ଗୋଟେ ବି ଅର୍ଦ୍ଧଶତକ ହାସଲ କରିନାହାଁନ୍ତି । ରହାଣେଙ୍କ ସହ ରୋହିତ ଶର୍ମାଙ୍କ (Rohit Sharma) ଅବସ୍ଥା ବି ସେହି ଏକା ସମାନ। ସେ ମଧ୍ୟ ଚେନ୍ନାଇ ଟେଷ୍ଟର ଉଭୟ ଇନିଂସରେ ଫ୍ଲପ୍ ପ୍ରମାଣିତ ହୋଇଛନ୍ତି ।
ଯଦି ଟିମ୍ ଇଣ୍ଡିଆ ଟେଷ୍ଟ ସିରିଜରେ ଫେରିବାକୁ ଚାହୁଁଛି ତାହେଲେ ଉଭୟ ରହାଣେ ଓ ରୋହିତଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡି଼ବ ବୋଲି କ୍ରିକେଟ୍ ବିଶେଷଜ୍ଞମାନେ ମତ ଦେଇଛନ୍ତି ।






