Sexual wellness:'ମୋ ପତ୍ନୀଙ୍କ ଯୌନ ଇଚ୍ଛା ମୋ ଠାରୁ ବହୁତ ଅଧିକ, ମୁଁ କ’ଣ କରିବି?'
(ପ୍ରତୀକାତ୍ମକ ଛବି)
- News18 Odia
- Last Updated: February 9, 2021, 8:26 PM IST
ପ୍ରଶ୍ନ: ମୁଁ ଗତ ୮ ବର୍ଷ ଧରି ଜଣେ ଏପରି ମହିଳାଙ୍କ ସହ ବୈବାହିକ ଜୀବନ ଯାପନ କରୁଛି ଯାହାର ଯୌନ ଭୋକ ମୋ ଠାରୁ ଅନେକ ଗୁଣ ଅଧିକ । ଗତ ବର୍ଷ ଆମେ ଅତି ସାବଧାନର ସହ ଏହା ସହମତିରେ ପହଞ୍ଚିଥିଲୁ ଯେ ଆମେ ଏକ ଖୋଲା ବିବାହ (open marriage) ବ୍ୟବସ୍ଥାରେ ରହିବୁ ଓ ଆମେ ଦୁହେଁ ଯୌନ ଆଗ୍ରହ ବିଷୟରେ ଆମର ବନ୍ଧୁମାନଙ୍କ ସହ ମେସେଜ ପାଠ ପଠାଇବା ଆରମ୍ଭ କଲୁ । ମୋ ପତ୍ନୀ ଶେଷରେ ଏପରି ଜଣେ ବ୍ୟକ୍ତିଙ୍କୁ ପାଇଲେ ଯାହାପ୍ରତି ସେ ବହୁତ ଆକର୍ଷିତ କରିଥିଲେ କିନ୍ତୁ ସେ ତାଙ୍କୁ ଭେଟିବାକୁ ଓ ଯୌନ କାର୍ଯ୍ୟକଳାପ ଆରମ୍ଭ କରିବାକୁ ଦ୍ୱିଧା କରନ୍ତି କାରଣ ସେ ଭାବନ୍ତି ଯେ ସେ ସେପରି କଲେ ମୁଁ ଭାବିବି ସେ ମୋତେ ପରିତ୍ୟାଗ କରିଛନ୍ତି । ତଥାପି ମୁଁ ଦୁଃଖିତ ଯେ ସେ ଆମ ବୈବାହିକ ଜୀବନ ନେଇ ସନ୍ତୁଷ୍ଟ ନୁହଁନ୍ତି ଓ ମୁଁ ଭାବୁଛି ସେ ତାଙ୍କର ସନ୍ଧାନ ଜାରି ରଖିବା ଉଚିତ୍ । ମୁଁ କ’ଣ କରିବି?
ଶାରୀରିକ ସମ୍ପର୍କ ରଖିବା ପାଇଁ ଆପଣଙ୍କ ପତ୍ନୀଙ୍କୁ ବିବାହରୁ ବାହାରକୁ ଯିବାକୁ ଥିବା ଅନିଚ୍ଛା ଠିକ୍ । ଖୋଲା ବିବାହ ସହିତ ବଞ୍ଚିବା ଏକ କଷ୍ଟକର ଓ ଜଟିଳ ବ୍ୟବସ୍ଥା କାରଣ ଯୌନସମ୍ପର୍କ ଆପଣଙ୍କ ଭାବନା ସହିତ ଜଡିତ । ଓ ଆମର ଏକ ବିବାହିତ ଦୁନିଆରେ ଯୌନ ଭାବନାତ୍ମକ ଯୋଗଦାନ ବିନା ଅତ୍ୟନ୍ତ ଅସ୍ୱାଭାବିକ । ଆମକୁ ଏହା ଶିକ୍ଷା ଦିଆଯାଏ ।
ଆପଣ ଆପଣଙ୍କ ପତ୍ନୀଙ୍କ ସହ କଥା ହେବା ପୂର୍ବରୁ ନିଶ୍ଚିତ କରନ୍ତୁ ଯେ ଆପଣ ଆପଣଙ୍କ ସୀମା ଓ ଆପଣଙ୍କ ପ୍ରାଥମିକତା ଭଲ ଭାବରେ ଜାଣିଛନ୍ତି କି ନାହିଁ । ନିଜକୁ ପଚାରନ୍ତୁ ଆପଣ ବିବାହର ମୂଳ ଆଧାର କ’ଣ । ଏହା ଏକ ବିଶ୍ୱାସ ଯାହା ଭାଙ୍ଗିବା ଉଚିତ୍ ନୁହେଁ । ସେ ଆପଣଙ୍କୁ ଅସହଜ ନକରି ଶାରୀରିକ ସ୍ତରରେ କେତେ ପରିମାଣରେ ଯାଇପାରିବେ? ଯେତେବେଳେ ଆପଣ ନିଜ ବିଷୟରେ ଅସୁରକ୍ଷିତ ଅନୁଭବ କରନ୍ତି ଓ ନିଜକୁ ଅମୂଳକ ବୋଲି ଭାବିବା ଆରମ୍ଭ କରନ୍ତି । ଏପରି ଏକ ପରିସ୍ଥିତି ଅଛି କି? ଆପଣ ଭାବନା, ଆପଣଙ୍କ ଇଗୋ, ଓ ଆପଣଙ୍କ ମାନସିକ ସୀମା ବିଷୟରେ ଅପଣଙ୍କ ଚିନ୍ତାଧାରାକୁ ବ୍ୟାଖ୍ୟା କରେ ଓ ଏହା ବିଷୟରେ ଆପଣଙ୍କ ପତ୍ନୀଙ୍କୁ ମଧ୍ୟ ସ୍ପଷ୍ଟ ଭାବରେ କୁହନ୍ତୁ ।ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଦୟାକରି ନିଜ ସହିତ ସଚ୍ଚୋଟ ରୁହନ୍ତୁ । କାରଣ ଆପଣ ଏହା ନକରି ନିଜ ପତ୍ନୀଙ୍କ ଉପରେ କ୍ରୋଧ କରିବେ ଓ ବିବାହରେ ମତାନ୍ତର ଏକ ମାରାତ୍ମକ ବିଷ ଓ ଏହାର କୌଣସି ଉପଶମ ନାହିଁ ।
ବର୍ତ୍ତମାନ ଆପଣ ପତ୍ନୀଙ୍କ ସହିତ ଏକ ଖୋଲା ଓ ସଚ୍ଚୋଟ ବାର୍ତ୍ତାଳାପ କରିବା ଉଚିତ୍ । ଏହି ବିଷୟରେ ଆପଣ କ’ଣ ଭାବୁଛନ୍ତି । ଆପଣଙ୍କ ସୀମା କ’ଣ ଓ ଏହି ସିଷ୍ଟମ ବିଷୟରେ ଆପଣ କ’ଣ ଭାବୁଛ ତାଙ୍କୁ କୁହନ୍ତୁ । ଏହା ପରେ ଯେତେବେଳେ ସେ ତାଙ୍କର ଚିନ୍ତା ଓ ଏହାର କାରଣ ଦିଅନ୍ତି ସେତେବେଳେ ଆପଣ ତାଙ୍କୁ ଭଲ ଭାବରେ ଶୁଣନ୍ତୁ । ତାଙ୍କୁ ଏହି ବ୍ୟବସ୍ଥା ଅଧୀନରେ ଆଗକୁ ବଢିବାକୁ ଉତ୍ସାହିତ କରିବା ପୂର୍ବରୁ ଏହା ନିଶ୍ଚିତ କରନ୍ତୁ ଯେ ଏହି ବ୍ୟବସ୍ଥା ଉଭୟଙ୍କ ମୌଳିକ ଆବଶ୍ୟକତା ଓ ସୀମାବଦ୍ଧତା ମାର୍ଗରେ ଯେପରି ବାଧା ସୃଷ୍ଟି ନ କରେ ।
ଗୋଟିଏ କଥା ହେଉଛି ଯେ ଆପଣ ଦୁହିଁଙ୍କ ମଧ୍ୟରେ ବହୁତ ଶକ୍ତିଶାଳୀ ଭାବପ୍ରବଣତା ଅଛି ଓ ପରସ୍ପର ପ୍ରତି ଦୟା ଓ ସମ୍ବେଦନଶୀଳତା ମଧ୍ୟ ଅଛି । ଯଦି ଆପଣ ଏହାକୁ ପ୍ରାଥମିକତା ଦିଅନ୍ତି । ତେବେ ଆପଣ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ।






