ଫେସବୁକରେ ଝିଅ ଫ୍ରେଣ୍ଡ୍ ରିକ୍ୟୁଷ୍ଟ ପଠାଇବାର ଅର୍ଥ ନୁହେଁ ଯୌନ ସାଥୀ ଖୋଜିବା: ହାଇ କୋର୍ଟ
ହିମାଚଳ ପ୍ରଦେଶର ହାଇ କୋର୍ଟ ଏକ ବଳାତ୍କାର ମାମଲାରେ ଜଣେ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରି ସୋସିଆଲ ମିଡିଆ ବ୍ୟବହାରକୁ ନେଇ ଏକ ଦୃଢ଼ ମନ୍ତବ୍ୟ ଦେଇଛନ୍ତି ।
ଫେସବୁକରେ ଝିଅ ଫ୍ରେଣ୍ଡ୍ ରିକ୍ୟୁଷ୍ଟ ପଠାଇବାର ଅର୍ଥ ନୁହେଁ ଯୌନ ସାଥୀ ଖୋଜିବା: ହାଇ କୋର୍ଟ
- News18 Odia
- Last Updated: February 7, 2021, 10:54 AM IST
ଶିମଲା: ହିମାଚଳ ପ୍ରଦେଶ ହାଇ କୋର୍ଟ (Himachal High Court) ଏକ ବଳାତ୍କାର ମାମଲାରେ ଜଣେ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହି ଆବେଦନକୁ ଖାରଜ କରିବାବେଳେ କୋର୍ଟ ମଧ୍ୟ କଡା ମନ୍ତବ୍ୟ ଦେଇଛନ୍ତି । ସୋସିଆଲ ମିଡିଆ ସହ ଜଡିତ ଏହି ମାମଲାରେ କୋର୍ଟ କହିଛନ୍ତି ଯେ ଫେସବୁକରେ ଝିଅ ଫ୍ରେଣ୍ଡ୍ ରିକ୍ୟୁଷ୍ଟ ପଠାଇବାର ଅର୍ଥ ନୁହେଁ ଯେ ସେ କାହା ସହ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଛନ୍ତି । ଏହା ବୁଝିବା ଉଚିତ ନୁହେଁ ଯେ ଫ୍ରେଣ୍ଡ୍ ରିକ୍ୟୁଷ୍ଟ ପଠାଇ ଝିଅଟି ଯୁବକକୁ ନିଜର ସ୍ୱାଧୀନତା ଓ ଅଧିକାର ଦେଇ ଦେଇଛି । ବାସ୍ତବରେ ଅଭିଯୁକ୍ତ ଯୁବକଙ୍କ ଫେସବୁକରେ ଫ୍ରେଣ୍ଡ୍ ରିକ୍ୟୁଷ୍ଟ ପଠାଇବା ଆଧାରରେ ଜାମିନ ଆବେଦନ କରାଯାଇଥିଲା ।
ଅଭିଯୁକ୍ତ ଏହି ଯୁକ୍ତି ଦେଇଛନ୍ତି
ନାବାଳିକାଙ୍କୁ ବଳାତ୍କାର ମାମଲାରେ ହାଇ କୋର୍ଟର ଜଷ୍ଟିସ୍ ଅନୁପ ଚିତକାରଙ୍କ କୋର୍ଟ ଏହି ରାୟ ଦେଇଛନ୍ତି । ଏହି ମାମଲାରେ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି । କୋର୍ଟରେ ଅଭିଯୁକ୍ତ ଯୁବକ ଯୁକ୍ତି କରିଛନ୍ତି ଯେ ଝିଅଟି ନିଜ ସଠିକ୍ ନାମରେ ଫ୍ରେଣ୍ଡ୍ ରିକ୍ୟୁଷ୍ଟ ପଠାଇଛି, ତେଣୁ ସେ ଅନୁମାନ କରୁଛନ୍ତି ଯେ ତାଙ୍କୁ ୧୮ ବର୍ଷରୁ ଅଧିକ ହୋଇଛି ଓ ତେଣୁ ସେ ନିଜ ସହମତିରେ ଯୌନ ସମ୍ପର୍କ ରଖିଛନ୍ତି, କିନ୍ତୁ କୋର୍ଟ ଯୁକ୍ତି ବାଢ଼ିଛନ୍ତି । କୋର୍ଟ ଜାଣିବାକୁ ପାଇଥିଲେ ଯେ ଫେସବୁକ୍ ଆକାଉଣ୍ଟ ସୃଷ୍ଟି କରିଥିବା ଝିଅର ବୟସ ୧୩ ବର୍ଷ ଅଟେ ।
ହାଇ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଲୋକମାନେ ସେମାନଙ୍କ ବୟସ ବିଷୟରେ ସବୁକିଛି କୁହନ୍ତି ନାହିଁ ଓ ଏହା ମଧ୍ୟ ଅସ୍ୱାଭାବିକ ନୁହେଁ । କାରଣ ଏହା ଏକ ସର୍ବସାଧାରଣ ପ୍ଲାଟଫର୍ମ । କୋର୍ଟ କହିଛନ୍ତି ଯେ ଯଦି ଫେସବୁକରେ ଝିଅଟି ଭୁଲ ବୟସ ଦେଇ ପ୍ରବେଶ କରିଛି, ତେବେ ଏହାକୁ ସମ୍ପୂର୍ଣ୍ଣ ଠିକ ବୋଲି ବିବେଚନା କରାଯିବା ଉଚିତ ନୁହେଁ । ଏପରି ପରିସ୍ଥିତିରେ ଏହା ଅନୁମାନ କରାଯାଇପାରିବ ନାହିଁ ଯେ ଝିଅଟି ନାବାଳକ ନୁହେଁ, ବରଂ ବୟସ୍କ ଅଟେ । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ଅଭିଯୁକ୍ତ ପୀଡିତାଙ୍କୁ ନିଶ୍ଚୟ ଦେଖିଥିବେ । ସେତେବେଳେ ଏହା ବୁଝିଥିବେ ଯେ ସେ ୧୮ ବର୍ଷ ନୁହଁନ୍ତି, କାରଣ ପୀଡିତାଙ୍କ ବୟସ ମାତ୍ର ୧୩ ବର୍ଷ ତିନି ମାସ ଥିଲା । ଅଭିଯୁକ୍ତଙ୍କ ଏହି ପ୍ରତିରକ୍ଷାକୁ କୋର୍ଟ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି । ଏହା ମଧ୍ୟ କହିଛି ଯେ, ଝିଅଟି ନାବାଳିକା ହୋଇଥିବାରୁ ତାଙ୍କ ସମ୍ମତି କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ ।






