Israel Embassy Blast: NIA ଯାଞ୍ଚରେ ସାମିଲ ହେଲା ଇସ୍ରାଏଲର ଗୁପ୍ତଚର ସଂସ୍ଥା 'ମୋସାଦ'
ଇସ୍ରାଏଲ୍ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ପରେ ଏନଆଇଏ ଟିମକୁ ତଦନ୍ତ ସମୟରେ ଯେଉଁ ପ୍ରମାଣ ମିଳିଥିଲା ତାହାକୁ ମୋସାଦ ଟିମ୍ ସହ ସେୟାର କରାଯାଇଛି । ପ୍ରାରମ୍ଭିକ ଯାଞ୍ଚରେ ଏହି ଆକ୍ରମଣ ପଛରେ ଇରାନର ହାତ ଅଛି ବୋଲି କୁହାଯାଉଛି ।
NIA ଯାଞ୍ଚରେ ସାମିଲ ହେଲା ଇସ୍ରାଏଲର ଗୁପ୍ତଚର ସଂସ୍ଥା 'ମୋସାଦ'
- News18 Odia
- Last Updated: February 6, 2021, 11:22 AM IST
ନୂଆ ଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଥିବା ଇସ୍ରାଏଲ୍ ଦୂତାବାସ (Israeli Embassy) ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାର ତଦନ୍ତ ଜାରି ରହିଛି । ଇସ୍ରାଏଲ୍ ଦୂତାବାସ ବ୍ଲାଷ୍ଟ ମାମଲା ବର୍ତ୍ତମାନ ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (NIA) ଓ ଇସ୍ରାଏଲର ଗୁପ୍ତଚର ଏଜେନ୍ସି ମୋସାଦଙ୍କ ଟିମ୍ ଦ୍ୱାରା ମଧ୍ୟ ଯାଞ୍ଚ କରାଯିବ । ବୁଧବାର ଦିନ ମୋସାଦର ଏକ ଟିମ୍ ଏନଆଇଏର ତଦନ୍ତକାରୀ ଅଧିକାରୀଙ୍କୁ ଭେଟିଥିଲେ । ଏହି ବୈଠକରୁ ନିଷ୍ପତ୍ତି ନିଆଯାଇଛି ଯେ ମୋସାଦଙ୍କ ଟିମ୍ ବର୍ତ୍ତମାନ ଭାରତ ସହ ଏହି ତଦନ୍ତ ଜାରି ରଖିବ ।
ଏନ୍ଆଇଏକୁ ସାହାଯ୍ୟ କରିବାକୁ ମୋସାଦ ଟିମ୍ ତେଲ ଅବିବରୁ ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି । ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ତଦନ୍ତରୁ ଜଣାପଡିଛି ଯେ ସେହି ଦିନ ପ୍ୟାରିସରେ ଇସ୍ରାଏଲ୍ ଦୂତାବାସ ବାହାରେ ମିଳିଥିବା ସନ୍ଦିଗ୍ଧ ପ୍ୟାକେଟ୍ ସହିତ ଇସ୍ରାଏଲ୍ ଦୂତାବାସ ବାହାରେ କମ୍ ତୀବ୍ରତା ବିଶିଷ୍ଟ ID ବିସ୍ଫୋରଣର କୌଣସି ସମ୍ପର୍କ ନାହିଁ । ଯାଞ୍ଚକାରୀ ସଂସ୍ଥା ଏପର୍ଯ୍ୟନ୍ତ କୌଣସି ସାକ୍ଷୀ ପାଇ ନାହାଁନ୍ତି ଯିଏ ଦୂତାବାସ ବାହାରେ କାହାକୁ ରାସ୍ତାରେ IED ରଖିଥିବାର ଦେଖିଛି । ଏପରିକି ଏହି କ୍ଷେତ୍ରରେ ସ୍ଥାପିତ ସିସିଟିଭି ଫୁଟେଜରୁ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ମିଳିପାରି ନାହିଁ ।
ମୋସାଦକୁ ଇସ୍ରାଏଲର 'କିଲିଂ ମେସିନ୍' କୁହାଯାଏ






