Ind vs Eng: ଜୋ ରୁଟ୍ ଭାରତ ବିପକ୍ଷରେ ଖେଳିଲେ ନିଜର ସବୁଠୁ ବଡ଼ ଇନିଂସ; ମାତ୍ର ୧୦୦ଟି ଟେଷ୍ଟରେ କଲେ ଏହି ରେକର୍ଡ
India vs England: ଜୋ ରୁଟ୍ ୧୦୦ ତମ ଟେଷ୍ଟରେ ୧୫୦ ରୁ ଅଧିକ ରନ ସ୍କୋର କରିଥିବା ବିଶ୍ୱର ଦ୍ୱିତୀୟ ଖେଳାଳି ହୋଇପାରିଛନ୍ତି । ଅଧିନାୟକ ଭାବରେ ରୁଟ୍ ଡନ୍ ବ୍ରାଡମ୍ୟାନଙ୍କ ସ୍ୱତନ୍ତ୍ର ରେକର୍ଡ ସହ ସମକକ୍ଷ ହୋଇ ପାରିଛନ୍ତି ।
ଜୋ ରୁଟ୍ ଭାରତ ବିପକ୍ଷରେ ଖଲିଲେ ନିଜର ସବୁଠୁ ବଡ଼ ଇନିଂସ
- News18 Odia
- Last Updated: February 6, 2021, 1:28 PM IST
ନୂଆ ଦିଲ୍ଲୀ: ଚେନ୍ନାଇର ଚେପାକ୍ ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯାଉଛି । ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍ ୧୬୦* ରନ୍ ଖେଳୁଛନ୍ତି । ଭାରତ ବିପକ୍ଷରେ ଏହା ହେଉଛି ରୁଟଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର । ଏହାପୂର୍ବରୁ ରୁଟ୍ ୨୦୧୪ ମସିହାରେ ନଟିଂହାମରେ ୧୫୪* ରନ୍ ସ୍କୋର କରିଥିଲେ । ଏହା ବ୍ୟତୀତ ସେ ୧୦୦ ତମ ଟେଷ୍ଟରେ ୧୫୦ ରୁ ଅଧିକ ରନ୍ ସ୍କୋର କରିବାରେ ଦ୍ୱିତୀୟ ଖେଳାଳି ହୋଇପାରିଛନ୍ତି ।
ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ୍ କହିଛନ୍ତି ଯେ ବିରାଟ କୋହଲି, କେନ୍ ୱିଲିୟମ୍ସନ୍ ଓ ଷ୍ଟିଭ୍ ସ୍ମିଥଙ୍କ ସହ ସେ 'ଫାବ୍ ଫୋର୍'ରେ ଅଛନ୍ତି ବୋଲି ପ୍ରମାଣ କରିବାକୁ ବର୍ତ୍ତମାନର ଅଧିନାୟକ ଜୋ ରୁଟ୍ କ୍ରମାଗତ ତିନି ଟେଷ୍ଟରେ ପ୍ରମାଣ କରିଛନ୍ତି । ଇଂଲଣ୍ଡର ଟେଷ୍ଟ ଅଧିନାୟକ ରୁଟ୍ ଚଳିତ ବର୍ଷ ଭଲ ଫର୍ମରେ ଥିବାବେଳେ ୨୦୨୦ ରେ ତାଙ୍କ ଫର୍ମ ଭଲ ନଥିଲା ।
ଜୋ ରୁଟ୍ ନିଜର ୧୦୦ ତମ ଟେଷ୍ଟ ମ୍ୟାଚରେ ଶତକ ହାସଲ କରିବାରେ ନବମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ଇଂଲଣ୍ଡ ପାଇଁ କଲିନ୍ କାଉଡ୍ରେ ଓ ଆଲେକ୍ ଷ୍ଟୁଆର୍ଟ ସେମାନଙ୍କ ପୂର୍ବରୁ ଏହି ସଫଳତା ହାସଲ କରିଛନ୍ତି । ସେମାନଙ୍କ ବ୍ୟତୀତ ଜାଭେଦ୍ ମିଆଣ୍ଡାଦ, ଗର୍ଡନ୍ ଗ୍ରୀନଜ୍, ଇନଜାମାମ-ଉଲ୍-ହକ୍, ରିକି ପଣ୍ଟିଂ, ଗ୍ରାମ୍ ସ୍ମିଥ୍ ଓ ହାସିମ୍ ଆମଲା ଏହି ତାଲିକାରେ ଅଛନ୍ତି । ୯୮, ୯୯ ଓ ୧୦୦ ତମ ଟେଷ୍ଟରେ ଶତକ ହାସଲ କରିଥିବା ଜୋ ରୁଟ୍ ଦୁନିଆର ପ୍ରଥମ କ୍ରିକେଟର ।






