India vs England: ଇଶାନ୍ତ ଶର୍ମା ୩୦୦ ଟେଷ୍ଟ ୱିକେଟ୍ ପୂରା କଲେ; କପିଲ ଦେବ ଓ ଜହିର ଖାନଙ୍କ କ୍ଲବରେ ଯୋଗ ଦେଲେ
India vs England: ଇଶାନ୍ତ ଶର୍ମା ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ୨୦୦୮ ମସିହାରେ ମେଲବର୍ଣ୍ଣରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ । ସେ ଟେଷ୍ଟ କ୍ରିକେଟରେ ୩୦୦ ୱିକେଟ୍ ନେଇଥିବା ତୃତୀୟ ଭାରତୀୟ ଦ୍ରୁତ ବୋଲର ହୋଇଛନ୍ତି ।
ଇଶାନ୍ତ ଶର୍ମା ନିଜର ୩୦୦ ଟେଷ୍ଟ ୱିକେଟ୍ ପୂରା କଲେ
- News18 Odia
- Last Updated: February 8, 2021, 2:49 PM IST
ନୂଆ ଦିଲ୍ଲୀ: ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଏକ ମହତ୍ତ୍ୱପୂର୍ଣ୍ଣ ରେକର୍ଡ ହାସଲ କରିଛନ୍ତି । ନିଜର ୯୮ ତମ ଟେଷ୍ଟ ମ୍ୟାଚ୍ ଖେଳି ଇଶାନ୍ତ ୩୦୦ ୱିକେଟ୍ ହାସଲ କରିଛନ୍ତି । ଏହି ରେକର୍ଡ କରିବାରେ ଟେଷ୍ଟ କ୍ରିକେଟ୍ ଇତିହାସରେ ଇଶାନ୍ତ ହେଉଛନ୍ତି ୩୫ ତମ ବୋଲର । ଭାରତ ବିଷୟରେ କହିବାକୁ ଗଲେ ସେ ହେଉଛନ୍ତି ଷଷ୍ଠ ବୋଲର ଯିଏକି ୩୦୦ କିମ୍ବା ଅଧିକ ୱିକେଟ୍ ନେଇଛନ୍ତି । ଭାରତ ପାଇଁ କେବଳ ଅନିଲ କୁମ୍ବଲେ (୬୧୯), କପିଲ ଦେବ (୪୩୪), ହରଭଜନ ସିଂ (୪୧୭), ରବିଚନ୍ଦ୍ରନ ଅଶ୍ୱିନ (୩୮୨) ଓ ଜହିର ଖାନ (୩୧୧) ଇଶାନ୍ତ ଶର୍ମାଙ୍କ ଅପେକ୍ଷା ଅଧିକ ୱିକେଟ୍ ନେଇଛନ୍ତି ।
ସୁନ୍ଦର ଅପରାଜିତ ୮୫ ରନ୍ ଖେଳିଥିଲେ
ଚତୁର୍ଥ ଦିନରେ ଭାରତୀୟ ଇନିଂସର ମୁଖ୍ୟ ଆକର୍ଷଣ ଥିଲା ୨୧ ବର୍ଷୀୟ ୱାଶିଂଟନ୍ ସୁନ୍ଦରଙ୍କ ବ୍ୟାଟିଂ । ୧୨ ଟି ଚୌକା ଓ ଦୁଇଟି ଛକା ସହାୟତାରେ ସୁନ୍ଦର ୧୩୮ ବଲରୁ ଅପରାଜିତ ୮୫ ରନ୍ କରିଛନ୍ତି । ସେ ଲଗାତର ଦ୍ୱିତୀୟ ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହାପୂର୍ବରୁ ସେ ଅଷ୍ଟ୍ରେଲିଆ ବିପକ୍ଷ ଡେବ୍ୟୁ ଟେଷ୍ଟରେ ୬୨ ଓ ୨୨ ସ୍କୋର କରିଥିଲେ ।






