IND VS ENG: ମହମ୍ମଦ ସିରାଜ ରାଗରେ କୁଲଦୀପଙ୍କ ବେକକୁ ଧରିଲେ! ଡ୍ରେସିଂ ରୁମ୍ ବାହାରେ ଲଢ଼େଇ; ଦେଖନ୍ତୁ VIDEO
ଅଷ୍ଟ୍ରେଲିଆ ଗସ୍ତରେ ଚମତ୍କାର ପ୍ରଦର୍ଶନ କରିଥିବା ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ (Mohammed Siraj) ଏକ ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ କୁଲଦୀପ ଯାଦବଙ୍କ (Kuldeep Yadav) ଗର୍ଦନକୁ ଧରିଥିବାର ନଜର ଆସିଛନ୍ତି ।
ମହମ୍ମଦ ସିରାଜ ରାଗରେ କୁଲଦୀପ ଯାଦବଙ୍କ ବେକକୁ ଧରିଲେ!
- News18 Odia
- Last Updated: February 6, 2021, 5:05 PM IST
ନୂଆ ଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଏକ ଐତିହାସିକ ବିଜୟ ଜିତିବା ପରେ ବର୍ତ୍ତମାନ ଟିମ୍ ଇଣ୍ଡିଆ ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳୁଛି । ପ୍ରଥମ ଇନିଂସରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଚମତ୍କାର ପ୍ରଦର୍ଶନ କରିଥିଲେ ଓ ଅଧିନାୟକ ଜୋ ରୁଟ୍ ଏକ ଦ୍ୱିଶତକ ହାସଲ କରିଥିଲେ । ଭାରତୀୟ ବୋଲରଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା, କିନ୍ତୁ ଏହା ମଝିରେ ଦଳର ଡ୍ରେସିଂ ରୁମରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି । ଖବର ମୁତାବକ ଚେନ୍ନାଇ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଓ କୁଲଦୀପ ଯାଦବଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ମହମ୍ମଦ ସିରାଜ ଏପରିକି କୁଲଦୀପ ଯାଦବଙ୍କ ଗର୍ଦନକୁ ମଧ୍ୟ ଧରିଥିଲେ । ଏହି ଆମେ ଦାବି କରୁ ନାହୁଁ ବରଂ ଏକ ଭିଡିଓ କରୁଛି ଯେଉଁଥିରେ ସିରାଜ କୁଲଦୀପ ଯାଦବଙ୍କ ଗର୍ଦନକୁ ଧରିଥିବାର ନଜର ଆସିବେ ।
What did siraj do here to kuldeep?👀👀#INDvsENG pic.twitter.com/pmWzVXAwt9
— Aniket Roy (@AniketR25368385) February 5, 2021
ମହମ୍ମଦ ସିରାଜ ଓ କୁଲଦୀପ ଯାଦବ ଚେନ୍ନାଇ ଟେଷ୍ଟ ଏକାଦଶରେ ସାମିଲ ନୁହଁନ୍ତି
ଉଭୟ ମହମ୍ମଦ ସିରାଜ ଓ କୁଲଦୀପ ଯାଦବ ଚେନ୍ନାଇ ଟେଷ୍ଟ ଏକାଦଶରେ ସୁଯୋଗ ପାଇ ନାହାଁନ୍ତି । କୁଲଦୀପ ଯାଦବଙ୍କ ବଦଳରେ ଶାହାବାଜ ନାଦିମଙ୍କୁ ପସନ୍ଦ କରାଯାଇଥିଲା ଓ ଇଶାନ୍ତ ଶର୍ମାଙ୍କୁ ସିରାଜଙ୍କ ବଦଳରେ ସୁଯୋଗ ମିଳିଥିଲା । ଅଷ୍ଟ୍ରେଲିଆ ଗସ୍ତରେ ସିରାଜ ୧୩ ଟି ୱିକେଟ୍ ନେଇଥିଲେ ଓ କୁଲଦୀପଙ୍କୁ ଦୁଇ ବର୍ଷ ଧରି ଟେଷ୍ଟ ମ୍ୟାଚ୍ ଖେଳିବାର ସୁଯୋଗ ଦିଆଯାଇ ନାହିଁ । ବର୍ତ୍ତମାନ ଏହି ଦୁଇଜଣଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହା ଅନୁଯାୟୀ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଯଦି ଏହି ଭିଡିଓରେ ଝଗଡା କଥା ସତ ହୋଇଥାଏ ତେବେ ଉଭୟ କୁଲଦୀପ ଯାଦବ ଓ ମହମ୍ମଦ ସିରାଜଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରେ ।






