ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଆଜି ୫୬ତମ ଜନ୍ମଦିନ; ପ୍ରଧାନ ମନ୍ତ୍ରୀ ମୋଦୀ କହିଲେ- ଦେଶ ଦେଖୁଛି ତାଙ୍କ ଅବଦାନ
Home Minister Amit shah Birthday: ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଜନ୍ମଦିନରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (Narendra Modi), ୟୁପି ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (UP CM Yogi adityanath), କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସମେତ ବହୁ ବରିଷ୍ଠ ନେତା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଆଜି ୫୬ତମ ଜନ୍ମଦିନ
- News18 Odia
- Last Updated: October 22, 2020, 10:00 AM IST
ନୂଆ ଦିଲ୍ଲୀ: ଆଜି କେନ୍ଦ୍ର ଗୃହମନ୍ତ୍ରୀ ତଥା ପୂର୍ବତନ ବିଜେପି ସଭାପତି ଅମିତ ଶାହାଙ୍କ (Home Minister Amit shah) ଜନ୍ମଦିନ । ଅମିତ ଶାହାଙ୍କ ନିର୍ବାଚନ ପରିଚାଳନା ଦକ୍ଷତା ଯୋଗୁଁ ତାଙ୍କୁ 'ଚାଣକ୍ୟ' ମଧ୍ୟ କୁହାଯାଏ । ବିଜେପି (BJP) ଇତିହାସରେ ଅମିତ ଶାହା ଦଳର କମାଣ୍ଡ ନେବା ଦିନଠାରୁ ତାଙ୍କ ଯୁଗ ସ୍ୱର୍ଣ୍ଣିମ ରହିଆସିଛି । ସେ ୨୨ ଅକ୍ଟୋବର ୧୯୬୪ ମସିହାରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ଗୃହମନ୍ତ୍ରୀଙ୍କ ବିଶେଷ ଦିନରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (Narendra Modi), ୟୁପି ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (UP CM Yogi adityanath), କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କ ସମେତ ବହୁ ବରିଷ୍ଠ ନେତା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
Birthday wishes to Shri @AmitShah Ji. Our nation is witnessing the dedication and excellence with which he is contributing towards India’s progress. His efforts to make BJP stronger are also noteworthy. May God bless him with a long and healthy life in service of India.
— Narendra Modi (@narendramodi) October 22, 2020
ଉତ୍ତର ପ୍ରଦେଶ ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ୱିଟ୍ କରିଛନ୍ତି ଯେ '' ଲୋକପ୍ରିୟ ରାଜନେତା, ଆଶ୍ଚର୍ଯ୍ୟଜନକ ସଂଗଠକ, ଦକ୍ଷ ଓ କୁଶଳୀ ରଣନୀତିଜ୍ଞ, ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ଅବିସ୍ମରଣୀୟ କରିଥିବାରୁ ଲୋକପ୍ରିୟ ରାଜନେତା ଗୃହମନ୍ତ୍ରୀ ଆଦରଣୀୟ ଅମିତ ଶାହାଙ୍କୁ ଜନ୍ମଦିନର ଶୁଭେଚ୍ଛା । ଭଗବାନ ଶ୍ରୀ ରାମଙ୍କୁ ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ ପାଇଁ ମୁଁ ପ୍ରାର୍ଥନା କରୁଛି ।
जनप्रिय राजनेता, अद्भुत संगठनकर्ता, जुझारू एवं कुशल रणनीतिकार, राष्ट्र की आंतरिक सुरक्षा को अभेद्य बनाने वाले यशस्वी गृह मंत्री आदरणीय श्री @AmitShah जी को जन्मदिन की हार्दिक शुभकामनाएं।
मैं, प्रभु श्री राम से आपके उत्तम स्वास्थ्य एवं सुदीर्घ जीवन के लिए प्रार्थना करता हूं।
— Yogi Adityanath (@myogiadityanath) October 22, 2020
ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଦୀର୍ଘାୟୁ କାମନା କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି, ଅକ୍ଲାନ୍ତ ପରିଶ୍ରମ ସହିତ ଦେଶର ନିରାପତ୍ତା ସୁନିଶ୍ଚିତ କରୁଥିବା ଗୃହମନ୍ତ୍ରୀ ଅମିତ ଶାହା ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା । CAA ଓ ଧାରା ୩୭୦ କୁ ହଟାଇବା ପରି ଦୁଃସାହସିକ ନିଷ୍ପତ୍ତି ସହିତ ବର୍ଷ ବର୍ଷ ପୁରୁଣା ସମସ୍ୟାକୁ ଦୂର କରିବା ସାଥିରେ, ଆପଣ ରାଜ୍ୟରେ ବିଜେପି ସଂଗଠନ ଓ ବିଜେପି ସରକାରର ବିସ୍ତାରରେ ଆପଣଙ୍କର ଅତୁଳନୀୟ ଅବଦାନ ରହି ସାରିଛି ।
अथक परिश्रम से देश की सुरक्षा सुनिश्चित कर रहे गृहमंत्री @AmitShah जी को जन्मदिन की शुभकामनायें।
CAA, व धारा 370 हटाने जैसे देशहित के निर्णय से वर्षों पुरानी समस्या का अंत करने के साथ ही भाजपा संगठन, और राज्यों में भाजपा सरकार के विस्तार में आपका अतुलनीय योगदान रहा है। pic.twitter.com/G8XEdA2udx
— Piyush Goyal (@PiyushGoyal) October 22, 2020
ଆପଣଙ୍କ ଜନ୍ମଦିନରେ ଏକ ପ୍ରାର୍ଥନା କରୁଛି ଯେ ଭଗବାନ ଆପଣଙ୍କୁ ଦୀର୍ଘାୟୁ ପ୍ରଦାନ କରନ୍ତୁ, ଓ ଆପଣଙ୍କ ଦର୍ଶନ, ନେତୃତ୍ୱ, ଅଭିଜ୍ଞତା, ଓ ଦୂରଦୃଷ୍ଟିର ଲାଭ ସର୍ବଦା ମିଳୁଥାଉ ।
କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ ଶାହାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି, 'ଦେଶର ଗୃହମନ୍ତ୍ରୀ ତଥା କ୍ୟାବିନେଟରେ ଥିବା ମୋର ସହକର୍ମୀ ଅମିତ ଶାହା ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା । ଆପଣ ସୁସ୍ଥ ରୁହନ୍ତୁ ଓ ଦୀର୍ଘଜୀବୀ ହୁଅନ୍ତୁ, ଏହା ଈଶ୍ୱରଙ୍କ ନିକଟରେ ମୋର ପାର୍ଥନା ।






