ବିଲରେ ଡ୍ୟାନ୍ସ କରୁଥିଲା ଝିଅଟି; ମାଧୁରୀ ଦିକ୍ଷୀତ୍ VIDEO ଦେଖି କହିଲେ, ‘ଆରେ ବାଃ!’; ଦେଖନ୍ତୁ
ଝିଅଟି ଗାଁରେ ଥିବା ବିଲ ମଝିରେ ଜବରଦସ୍ତ ନୃତ୍ୟ କରୁଥିବା ଦେଖାଯାଉଛି ଏହି ଭିଡିଓରେ । ବଡ଼ ପରଦାରେ ନିଜ ନୃତ୍ୟ ପାଇଁ ଜଣାଶୁଣା ମାଧୁରୀ ଦିକ୍ଷୀତ ସେହି ଭିଡିଓ ଦେଖି ପ୍ରଭାବିତ ହୋଇଛନ୍ତି ।
ଝିଅଟିର ନୃତ୍ୟରୁ ଏକ କ୍ଷଣ; (ଡାହାଣ) ମାଧୁରୀ ଦିକ୍ଷୀତ
- News18 Odia
- Last Updated: February 8, 2021, 7:51 PM IST
ନୂଆ ଦିଲ୍ଲୀ: ଆମ ଦେଶରେ ପ୍ରତିଭାର ଅଭାବ ନାହିଁ ।ପୂର୍ବରୁ ଲୋକଙ୍କୁ ନିଜ ପ୍ରତିଭା ଦେଖାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡୁଥିଲା, ତଥାପି ସେମାନେ ପରିଚୟ ଓ ସ୍ୱୀକୃତି ପାଇବା ପାଇଁ ଉପଯୁକ୍ତ ପ୍ଲାଟଫର୍ମ (ସ୍ଥାନ) ପାଉ ନ ଥିଲେ । କିନ୍ତୁ ଏବେ ସୋସିଆଲ୍ ମିଡ଼ିଆ ଯୁଗରେ ଏହା ଅତି ସହଜ ହୋଇଯାଇଛି ।ନିଜ ପ୍ରତିଭା ପ୍ରଦର୍ଶନ କରିବାରେ ଅସମର୍ଥ ହେଉଥିବା ଲୋକଙ୍କ ପାଇଁ ସୋସିଆଲ୍ ମିଡିଆ ଏକ ବରଦାନ ହୋଇ ଉଭାହୋଇଛି ।ଆଜି ଏହି ପ୍ଲାଟଫର୍ମ ମାଧ୍ୟମରେ ଅନେକ ଜୀବନ ବଦଳି ଯାଇଛି ।ଆଜି ଦେଶର ଯୁବ ପିଢ଼ୀ ସୋସିଆଲ୍ ମିଡ଼ିଆରେ ଭିଡିଓ ମାଧ୍ୟମରେ ନିଜ ପ୍ରତିଭାକୁ ସମସ୍ତଙ୍କ ସାମ୍ନାକୁ ଆଣୁଛନ୍ତି, ଆଉ କିଛି ଭିଡିଓ ତ ତୁରନ୍ତ ଇଣ୍ଟରନେଟରେ ଭାଇରାଲ ହୋଇଯାଉଛି ।
ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡି଼ଆରେ ଭାଇରାଲ ହେବାରେ ଲାଗିଛି । ଏହା ଏକ ଗାଁ ଝିଅର ଭିଡିଓ । ଏହି ଭିଡିଓରେ ଗାଁରେ ରହୁଥିବା ଝିଅଟି ବିଲରେ ‘ମଦର ଇଣ୍ଡିଆ’ (Mother India) ଫିଲ୍ମର ଏକ ଗୀତରେ ଜବରଦସ୍ତ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି (girl dance in farm viral video)। ସେହି ଗୀତଟି ହେଉଛି ‘ଘୁଙ୍ଘଟ ନେହିଁ ଖୋଲୁଙ୍ଗୀ ସୈୟାଁ ତୋରେ ଆଗେ…’ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅନୁରାଗ କଶ୍ୟପଙ୍କ ଝିଅ ନିଜ ଅତି ବୋଲ୍ଡ ଫଟୋ ଯୋଗୁଁ ସୋସିଆଲ ମିଡି଼ଆରେ ହଙ୍ଗାମା ସୃଷ୍ଟି କଲେ
ମାଧୁରୀ ସେହି ଭିଡିଓକୁ ରି଼୍ୱିଟ୍ କରି ଲେଖିଛନ୍ତି, ‘ଖୁବ୍ ସୁନ୍ଦର, ବାଃ! ସେ ଏତେ ସୁନ୍ଦର ନାଚୁଛି! ଅନେକ ପ୍ରତିଭା ଏବେ ବି ଆବିଷ୍କାର ହେବା ପ୍ରତୀକ୍ଷାରେ ରହିଛି ।’’
ଏହା ବି ପଢ଼ନ୍ତୁ | ନୀତା ଅମ୍ବାନୀ ଅତ୍ୟାଧୁନିକ ସ୍ତନ କର୍କଟ କ୍ଲିନିକ୍ ଆରମ୍ଭ କଲେ; ଗୋଟିଏ ଛାତ ତଳେ ସବୁ ସୁବିଧା
कहते हैं Dancers don't need wings to fly, आप गांव की इस लड़की के डांस को देखकर मान जाएँगे कि इस बात में कितना सच है। ऐतिहासिक फ़िल्म #MotherIndia के लाजवाब गीत पर ये डांस देखिए।
इस वीडियो के बारे में ज़्यादा जानकारी है तो #Raaggiri को बताइए। @MadhuriDixit @dreamgirlhema pic.twitter.com/kM8crUwcKI
— Raaggiri/ रागगीरी (@Raaggiri) February 8, 2021
ସେହି ଭିଡିଓଟିକୁ ଟ୍ୱିଟ୍ କରି ରାଗଗିରି ନାମକ ବ୍ୟକ୍ତି ଲେଖିଥିଲେ, ‘‘କୁହାଯାଏ ଯେ ନୃତ୍ୟଶିଳ୍ପୀମାନେ ଉଡ଼ିବା ପାଇଁ ଡେଣା ଦରକାର କରନ୍ତି ନାହିଁ ।ଆପଣ ଗାଁର ଏହି ଝିଅଟିକୁ ନାଚୁଥିବା ଦେଖି ଅନୁମାନ କରିପାରୁଥିବେ ସେହି କଥାରେ କେତେ ସତ୍ୟତା ଅଛି । ଐତିହାସିକ ଫିଲ୍ମ #MotherIndiaର ଚମତ୍କାର ଗୀତ ଉପରେ ଏହି ନୃତ୍ୟ ଦେଖନ୍ତୁ ।’’
ମାଧୁରୀ ଦିକ୍ଷିତ ଝିଅଟିର ନୃତ୍ୟ ଦେଖି ପ୍ରଭାବିତ ହୋଇଥିଲେ । ସେ ସେହି ନୃତ୍ୟକ ରିଟ୍ୱିଟ୍ କରିବା ପରେ ତାହା ସୋସିଆଲ୍ ମିଡ଼ିଆରେ ଭାଇରାଲ ହୋଇଛି । ଅନେକ ଲୋକ ଝିଅଟିର ପ୍ରତିଭାକୁ ଖୁବ୍ ପ୍ରଶଂସା କରୁଥିବା ଦେଖାଯାଉଛି ।
ଯଦିଓ ବିଲରେ ନାଚୁଥିବା ସେହି ଝିଅଟିର ପରିଚୟ ଏ ପର୍ଯ୍ୟନ୍ତ ଠିକ୍ ଭାବେ ଜଣା ପଡ଼ି ନାହିଁ, ଟ୍ୱିଟ୍ ଉପରେ କମେଣ୍ଟ କରି ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ଝିଅଟିର ନାମ ପ୍ରିୟଦର୍ଶିନୀ ତ୍ୟାଗୀ ଓ ସେ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ବି ଚଳାଏ ।






