Breaking News: ଆନ୍ଧ୍ର ପ୍ରଦେଶର କୁର୍ନୁଲରେ ବସ୍ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା; ୧୩ ଜଣଙ୍କର ମୃତ୍ୟୁ, ୪ ଜଣ ଆହତ
Breaking News: ଏକ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଦ୍ୱାରା ଅତି କମରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆହତମାନଙ୍କୁ ସରକାରୀ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
କୁର୍ନୁଲରେ ରବିବାର ସକାଳେ ଏହି ଦୁର୍ଘଟଣାରେ 13 ଜଣଙ୍କର ମୃତ୍ୟୁ ଘଟିଛି
- News18 Odia
- Last Updated: February 14, 2021, 9:35 AM IST
ଆନ୍ଧ୍ର ପ୍ରଦେଶ: ରବିବାର ପୂର୍ବାହ୍ନରେ ଆନ୍ଧ୍ର ପ୍ରଦେଶର କୁର୍ନୁଲ ଜିଲ୍ଲାର ଭାଲଦୁର୍ତ୍ତୀ ମଣ୍ଡଳର ମଦରପୁର ଗ୍ରାମ ନିକଟରେ ଏକ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଦ୍ୱାରା କମରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆହତମାନଙ୍କୁ ସରକାରୀ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଏହି ମିନି ବସ୍ରେ ୧୮ ଜଣ ଲୋକ ଚିତ୍ତୁର ଜିଲ୍ଲାର ମଦନପାଲ୍ଲେରୁ ରାଜସ୍ଥାନର ଅଜମେରକୁ ଯାଉଥିଲେ । ଏହି ସମୟରେ ବସ୍ ଦ୍ରୁତ ଗତିରେ ରୋଡ୍ ଡିଭାଇଡରକୁ ଧକ୍କା ଦେଇ ଅନ୍ୟ ପାର୍ଶ୍ୱରୁ ଆସୁଥିବା ଏକ ଲୋରିରେ ପିଟି ହୋଇଯାଇଥିଲା । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଲୋକଙ୍କ ଶରୀର ଭିତରେ ଏତେ ଫସି ହୋଇଯାଇଥିଲା ଯେ ସେମାନଙ୍କୁ ହଟାଇବା ପାଇଁ ମେସିନ୍ ବ୍ୟବହାର କରିବାକୁ ପଡ଼ିଥିଲା ।
ଏହି ଘଟଣା ଦୁଇ ଦିନ ପୂର୍ବେ ବିଶାଖାପାଟନମ୍ ଜିଲ୍ଲାର ଆରାକୁ ନିକଟ ଅନନ୍ତଗିରି ଠାରେ ମଧ୍ୟ ଏକ ବସ୍ ଗଭୀର ଖାଲରେ ଖସିପଡିଥିଲା । ଏହି ବସ୍ରେ ୩୦ ଜଣ ଲୋକ ଥିଲେ, ସେମାନଙ୍କ ମଧ୍ୟରୁ ୮ ଜଣଙ୍କର ମୃତ୍ୟୁ ହୋଇଥିଲା ।






